ଗଞ୍ଜାମ ଜିଲ୍ଲାରେ ୧୯ ଘଣ୍ଟା ଶଟ୍‌ ଡାଉନ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ‘କରୋନା’ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାକୁ ପ୍ରତିଦିନ ୧୯ ଘଣ୍ଟା ଶଟ୍‌ ଡାଉନ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣା-ବିକା ପାଇଁ ୫ ଘଣ୍ଟା ମିଳିବ। ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକାକିଣା କରାଯିବ। ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଆସୁଥିବା ଲୋକଙ୍କୁ ଗାଡ଼ି ନେଇ ଆସିପାରିବେ ନାହିଁ। ଦିନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରିବାକୁ ମନା କରାଯାଇଛି। ଜିଲ୍ଲା ତମାମ ରାସ୍ତାରେ ମୋଟର ସାଇକେଲ ଚାଲିବା […]

ganjam

Manoranjan Sial
  • Published: Saturday, 04 April 2020
  • , Updated: 04 April 2020, 06:16 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ‘କରୋନା’ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାକୁ ପ୍ରତିଦିନ ୧୯ ଘଣ୍ଟା ଶଟ୍‌ ଡାଉନ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣା-ବିକା ପାଇଁ ୫ ଘଣ୍ଟା ମିଳିବ। ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକାକିଣା କରାଯିବ। ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଆସୁଥିବା ଲୋକଙ୍କୁ ଗାଡ଼ି ନେଇ ଆସିପାରିବେ ନାହିଁ। ଦିନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରିବାକୁ ମନା କରାଯାଇଛି। ଜିଲ୍ଲା ତମାମ ରାସ୍ତାରେ ମୋଟର ସାଇକେଲ ଚାଲିବା ସଂପୂର୍ଣ୍ଣ ମନା ରହିଛି। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ସୂଚନାରୁ ପ୍ରକାଶ, ବର୍ତ୍ତମାନ ରାଜ୍ୟରେ ୨୦ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଏବେ ଆସୋଲେସନ୍‌ରେ ରଖାଯାଇଛି। ଅନେକ କ୍ୱାରେଣ୍ଟାଇନ୍‌ରେ ମଧ୍ୟ ଅଛନ୍ତି। ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ଦେଖି ଭାରତ ସରକାର ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଗଞ୍ଜମରେ ଠିକ୍‌ ଭାବେ ପାଳନ କରାଯାଉ ନାହିଁ। ତେବେ ଗୋଷ୍ଠୀ ସଂକ୍ରାଗମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଶଟ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛି।

Related story