ଗଞ୍ଜାମ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜ।ମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରଥମେ ସେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ଶେରଗଡ଼ ଯାଇ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ହିଞ୍ଜିଳି ଯାଇ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ସହ ସାଧାରଣ ସଭାରେ ଯୋଗଦେଇଥିଲେ। ଏହାଛଡ଼ା ହିଞ୍ଜିଳିରେ ନୂଆ ତହସିଲ୍ ଅଫିସ୍ ଓ ବୃନ୍ଦାବନ ବିଦ୍ୟାପୀଠରେ ଜନଜାତି ଛାତ୍ରଛାତ୍ରୀଙ୍କ ହଷ୍ଟେଲ […]

cm

Rakesh Mallick
  • Published: Wednesday, 12 August 2015
  • , Updated: 13 August 2015, 02:04 AM IST

ଗଞ୍ଜାମ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜ।ମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରଥମେ ସେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ଶେରଗଡ଼ ଯାଇ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ହିଞ୍ଜିଳି ଯାଇ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର 'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମ ସହ ସାଧାରଣ ସଭାରେ ଯୋଗଦେଇଥିଲେ। ଏହାଛଡ଼ା ହିଞ୍ଜିଳିରେ ନୂଆ ତହସିଲ୍ ଅଫିସ୍ ଓ ବୃନ୍ଦାବନ ବିଦ୍ୟାପୀଠରେ ଜନଜାତି ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଉଦଘାଟନ କରିବା ସହ ଅସହାୟ ମହିଳାମାନଙ୍କୁ ଜମିପଟ୍ଟା ବଣ୍ଟନ କରିଥିଲେ। ପରେ ବ୍ରହ୍ମପୁର ଆସି ଏମକେସିଜି ମେଡିକାଲ କଲେଜ ପରିସରରେ ନୂଆ ରୋଗୀ ସହାୟତା ଡେସ୍କ, ନୂଆ କାଜୁଆଲିଟି ବିଲ୍ଡିଂ, ରେଡିଓଲୋଜି ବିଭାଗ, ଫିଜିକାଲ୍ ମେଡିସିନ୍, ପୁନର୍ବାସ ବିଭାଗ ଓ ସେଣ୍ଟ୍ରାଲ ଲାଇବ୍ରେରୀ ବିଲ୍ଡିଂ ଉଦଘାଟନ କରିଥିଲେ। ବ୍ରହ୍ମପୁରରେ ଆଇଜର୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାରୁ ମେଡିକାଲ୍ କଲେଜ ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ନାଗରିକ ସମ୍ୱର୍ଦ୍ଧନା ଦିଆଯାଇଥିଲା ।

Related story