ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ ଚଳାଇଛି ଜିଲ୍ଲା ପ୍ରଶାସନ। ଗଞ୍ଜାମ ଜିଲ୍ଲାବାସୀଙ୍କ ଭୁବନେଶ୍ୱର ଯିବା ଉପରେ ରୋକା ଲଗାଇବାକୁ ଗଞ୍ଜାମ-ଖୋର୍ଦ୍ଧା ବର୍ଡରକୁ ସିଲ୍ କରି ଦିଆଯାଇଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। Ganjam Korda border is sealed. No person will be allowed to go Bhubaneswar. Kindly cooperate @CMO_Odisha @SRC_Odisha — […]

SEAL-1

SEAL-1

Niharika Rout
  • Published: Wednesday, 08 July 2020
  • Updated: 08 July 2020, 01:44 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ ଚଳାଇଛି ଜିଲ୍ଲା ପ୍ରଶାସନ। ଗଞ୍ଜାମ ଜିଲ୍ଲାବାସୀଙ୍କ ଭୁବନେଶ୍ୱର ଯିବା ଉପରେ ରୋକା ଲଗାଇବାକୁ ଗଞ୍ଜାମ-ଖୋର୍ଦ୍ଧା ବର୍ଡରକୁ ସିଲ୍ କରି ଦିଆଯାଇଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍ ଯୋଗୁଁ  ରାସ୍ତାରେ ଗାଡ଼ି ମୋଟର ଜାମ୍ ହୋଇଛି। ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳୁନଥିବାରୁ ରାସ୍ତାରେ ଗାଡ଼ିଗୁଡ଼ିକ ଅଟକ ରହିଛି। କେବଳ ଅନୁମତିପ୍ରାପ୍ତ ତଥା ସିଡିଏମ୍ଓଙ୍କ ଅନୁମତି ପାଇଥିବା ଗୁରୁତର ରୋଗୀଙ୍କୁ ଛଡ଼ାଯାଉଛି।  ଖଲିକୋଟରେ ଉପସ୍ଥିତ ଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ଏହି ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ହେଉଥିବାରୁ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏମିତିକି କୌଣସି ସରକାରୀ କର୍ମଚାରୀଙ୍କୁ ମଧ୍ୟ ସୀମାରୁ ଛଡ଼ା ଯାଉନାହିଁ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଖଲିକୋଟ ନିକଟରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସଂକ୍ରମଣ ରୋକିବାକୁ ଆଜି ସୀମା ସିଲ୍ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଖୋର୍ଦ୍ଧା-ଗଞ୍ଜାମ ସୀମା ସିଲ୍ ପରେ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ପଦକ୍ଷେପ ନିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ପ୍ରବେଶ ଉପରେ କଡ଼ା କଟକଣା ଲାଗୁ କରାଯାଇଛି। କୁମରପାରି ଓ ନାଭାଲ ଛକ ଦାୟିତ୍ୱରେ ୨ ମାଜିଷ୍ଟ୍ରେଟ ଓ ୪ ଜଣ ଅଫିସର ଉପସ୍ଥିତ ଅଛନ୍ତି । ସୀମାର ଦୁଇ ପ୍ରବେଶ ପଥରେ ୧ ପ୍ଲାଟୁନ ପୁଲିସ୍‌ ମୁତୟନ କରାଯାଇଛି । ଗଞ୍ଜାମରୁ ଖୋର୍ଦ୍ଧା ପ୍ରବେଶ ଉପରେ ୨୪ ଘଣ୍ଟିଆ ରୋକ୍ ଲଗାଇଛି ପ୍ରଶାସନ।  କେହି ଯେପରି ଗଞ୍ଜାମ ଜିଲ୍ଲାରୁ ନ ଆସନ୍ତି ତାହା ଉପରେ କଡ଼ା ନଜର ରଖାଯାଇଛି ।

ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଆଜିଠୁ  ୧୩ ତାରିଖ ଯାଏ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳକୁ ଶଟ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ଘରକୁ ଘର ବୁଲି ସର୍ଭେ କରିବେ ସ୍ୱାସ୍ଥ୍ୟ କର୍ମୀ। ‘କରୋନା’ ଲକ୍ଷଣ ନେଇ ସର୍ଭେ ବେଳେ ସବୁ ଲୋକ ଘରେ ରହିବା ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି।

ଗଞ୍ଜାମ ଜିଲ୍ଲାରେ କରୋନା ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବାରୁ ବ୍ରହ୍ମପୁର ପାଇଁ ୧୦୦ଟି ଟିମ୍‌  ଓ ଅନ୍ୟ ଅଞ୍ଚଳ ପାଇଁ ୧୦୦ ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଦୈନିକ ୧୫୦ ଲୋକଙ୍କ ସ୍କ୍ରିନିଂ କରିବାକୁ ଟାର୍ଗେଟ୍‌ କରାଯାଇଛି। ବହୁବିଧ ରୋଗାକ୍ରାନ୍ତ ଲୋକଙ୍କ ଡାଟାବେସ୍ ପ୍ରସ୍ତୁତ କରାଯିବ। ଏଥିସହ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ମଧ୍ୟ କରାଯିବ। ଗ୍ରୁପରେ ନିୟମିତ ଯୋଗାଯୋଗ ସହ ଟେଲି ମେଡିସିନ ପରାମର୍ଶ ଦିଆଯିବ। ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ଗଞ୍ଜାମ ଜିଲ୍ଲାରେ ଆଜି ସୁଦ୍ଧା ଜିଲ୍ଲାରେ ୨୬୨୧ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୪ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୦୫ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଜଣେ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story