ହୋଟେଲରେ ଖାଉଥିବା ବେଳେ ମାରିଦେଲେ, କାରଣ ଅସ୍ପଷ୍ଟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଖାରିଆଗୁଡ଼ା ଗାଁରେ ହୋଟେଲରେ ଖାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ କୁରେଶ ଗୌଡ। କୁରେଶ ସ୍ଥାନୀୟ ଏକ ହୋଟେଲରେ ଖାଉଥିବା ବେଳେ ହଠାତ୍ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ହୋଟେଲର ଜଣେ କର୍ମଚାରୀ ସୁରେଶ ଶତପଥୀ ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି […]

bb

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 04:45 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଖାରିଆଗୁଡ଼ା ଗାଁରେ ହୋଟେଲରେ ଖାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ କୁରେଶ ଗୌଡ।

କୁରେଶ ସ୍ଥାନୀୟ ଏକ ହୋଟେଲରେ ଖାଉଥିବା ବେଳେ ହଠାତ୍ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ହୋଟେଲର ଜଣେ କର୍ମଚାରୀ ସୁରେଶ ଶତପଥୀ ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ଜଣାପଡ଼ିନାହିଁ। ପୋଲିସ୍‌  ଘଟଣାର ତଦନ୍ତ କରୁଛି।

Related story