ୟୁଟ୍ୟୁବ୍‌ରୁ ଫର୍ମୁଲା ନେଇ ଘର ଲୁଟୁଥିଲେ, ଧରା ପଡ଼ିଗଲେ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ୟୁଟ୍ୟୁବ୍‌ରୁ ଚୋରିର ଫର୍ମୁଲା ଶିଖିଲେ। ଆଉ ତା’ପରେ ତାକୁ କାର୍ଯ୍ୟକାରି କରୁଥିଲେ। ଘରକୁ ଘର ବୁଲି କଳାକନା ବୁଲାଉଥିଲେ। ଆଜି ଏପରି ଗ୍ୟାଙ୍ଗକୁ ବ୍ରହ୍ମପୁର ପୁଲିସ ଧରିଛି। ଏହି ଘଟଣାର ମାଷ୍ଟର ମାଇଣ୍ଡ ସନ୍ତୋଷ ସାହୁ ଓ ତାଙ୍କ ସହଯୋଗୀ ଦୀପକ ମହାପାତ୍ରଙ୍କୁ ପୁଲିସ ଗିରଫ କରିଛି। ଗତ କିଛି ମାସ ଧରି ବ୍ରହ୍ମପୁର ସଦର ଓ ଗୋଷାଣୀ ନୂଆଁଗାଁ ଥାନା ଅଞ୍ଚଳରେ ବାରମ୍ୱାର ଚୋରି ହେଉଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ […]

loot

loot

Manoranjan Sial
  • Published: Thursday, 26 November 2020
  • Updated: 26 November 2020, 04:33 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ୟୁଟ୍ୟୁବ୍‌ରୁ ଚୋରିର ଫର୍ମୁଲା ଶିଖିଲେ। ଆଉ ତା’ପରେ ତାକୁ କାର୍ଯ୍ୟକାରି କରୁଥିଲେ। ଘରକୁ ଘର ବୁଲି କଳାକନା ବୁଲାଉଥିଲେ। ଆଜି ଏପରି ଗ୍ୟାଙ୍ଗକୁ ବ୍ରହ୍ମପୁର ପୁଲିସ ଧରିଛି। ଏହି ଘଟଣାର ମାଷ୍ଟର ମାଇଣ୍ଡ ସନ୍ତୋଷ ସାହୁ ଓ ତାଙ୍କ ସହଯୋଗୀ ଦୀପକ ମହାପାତ୍ରଙ୍କୁ ପୁଲିସ ଗିରଫ କରିଛି।

ଗତ କିଛି ମାସ ଧରି ବ୍ରହ୍ମପୁର ସଦର ଓ ଗୋଷାଣୀ ନୂଆଁଗାଁ ଥାନା ଅଞ୍ଚଳରେ ବାରମ୍ୱାର ଚୋରି ହେଉଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ଟିମ୍‌ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦୀର୍ଘ ମାସେରୁ ଅଧିକ ସମୟ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ପୁଲିସ ଅଭିଯୁକ୍ତ ସନ୍ତୋଷ ଓ ଦୀପକକୁ ଗିରଫ କରିବାରେ ସଫଳ ହେଉଥିଲା। ସେହି ଘଟଣାରେ ପୁଲିସ ମନୋଜ କୁମାର ସେନାପତି, ଶିବ ସାହୁ ଓ ରବିନ୍ଦ୍ର ସାହୁଙ୍କ ମଧ୍ୟ ଗିରଫ କରିଥିଲା।

ଅଭିଯୁକ୍ତଙ୍କଠାରୁ ପୁଲିସ ୫୪୦ ଗ୍ରାମ ସୁନା, ରୁପା, ୩୦ ହଜାର ନଗଦ ଟଙ୍କା, ଗୋଟିଏ କାର୍‌, ୨ଟି ବାଇକ, ଗୋଟିଏ ସ୍କୁଟି, ଗୋଟିଏ ଲାପ୍‌ଟପ୍‌, ମୋବାଇଲ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହାଛଡ଼ା ୧୪୦୦ ୟୁରୋ (ବିଦେଶୀ ମୁଦ୍ର) ମଧ୍ୟ ଜବତ କରିଥିଲା। ଏହି ୟୁରୋ ଜଣେ ପ୍ରତିଷ୍ଠିତ ଡାକ୍ତରଙ୍କ ଘରୁ ଚୋରି ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲା।

ପୁଲିସ ଜେରାରୁ ଜଣାପଡ଼ିଛି ଏମାନେ ୧୫ରୁ ଅଧିକ ଲୁଟ୍‌ ମାମଲାରେ ସମ୍ପୃକ୍ତ ଅଛନ୍ତି। ଚୋରି କରୁଥିବା ଅଳଙ୍କାରକୁ ତରଳାଇ ତାକୁ ବିକ୍ରି କରୁଥିଲେ। ସୁନା ତରଳାଇବାର ଫର୍ମୁଲା ୟୁଟ୍ୟୁବ୍‌ରୁ ହିଁ ପାଇଥିବା ଅଭିଯୁକ୍ତମାନେ ପୁଲିସ ପାଖରେ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos