ଲକ୍‌ଡାଉନ୍‌ରେ ପୁଲିସ ପାଇଲା ୧୨ ଲକ୍ଷ!

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ସମୟରେ ଗଞ୍ଜାମ ପୁଲିସ ୧୨ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି। ମାସ୍କ ପିନ୍ଧି ନଥିବା ୨୫୦୦ ଅମାନିଆଙ୍କଠାରୁ ପୁଲିସ ଏହି ଜୋରିମାନା ଆଦାୟ କରିଛି। ଏନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ସୂଚନା ଦେଇଛି। ସେ ଆହୁରି କହିଛନ୍ତି-“ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ୍‌ ୨୧ ପୁଲିସ କର୍ମଚାରୀ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା […]

ganjam.jpg1

Manoranjan Sial
  • Published: Wednesday, 01 July 2020
  • , Updated: 01 July 2020, 08:07 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ସମୟରେ ଗଞ୍ଜାମ ପୁଲିସ ୧୨ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି। ମାସ୍କ ପିନ୍ଧି ନଥିବା ୨୫୦୦ ଅମାନିଆଙ୍କଠାରୁ ପୁଲିସ ଏହି ଜୋରିମାନା ଆଦାୟ କରିଛି। ଏନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ସୂଚନା ଦେଇଛି।

ସେ ଆହୁରି କହିଛନ୍ତି-“ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ୍‌ ୨୧ ପୁଲିସ କର୍ମଚାରୀ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୧୪ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।”

କରୋନା ସ୍ଥିତି ଦେଖି ଥାନାକୁ ଅଭିଯୋଗ କରିବାକୁ ନଆସିବାକୁ ଅପିଲ୍‌ କରିଛନ୍ତି ଏସ୍‌ପି ଶ୍ରୀ ରାୟ। ସେ କହିଛନ୍ତି, ଅନ୍‌ଲାଇନରେ ଅଭିଯେଗା ଦାୟର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ଅଭିଯୋଗକାରୀଙ୍କୁ ଆଉ ଥାନାକୁ ଆସିବାକୁ ପଡ଼ିବ ନାହିଁ। ଘରେ ରହି ନିଜର ଅଭିଯୋଗ କରିପାରିବେ।

ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୪୭୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୧୬ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି। ୧୦୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Related story