ବିଏମ୍‌ସିକୁ ଘାରୁଛି ଅଳିଆ ଟେନସନ, ଆଜି ଗ୍ରୀନ୍‌ ସିଗନାଲ୍‌ ଦେବେ କି ଦାରୁଠେଙ୍ଗବାସୀ?

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସଙ୍ଗୀନ ହେଲାଣି ଭୁବନେଶ୍ୱରର ପରିମଳ ବ୍ୟବସ୍ଥା । ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଛି। ସମାଧାନର ସୂତ୍ର ଦାରୁଠେଙ୍ଗ ଗ୍ରାମବାସୀଙ୍କ ହାତରେ ଥିବା ବେଳେ ସେମାନେ ଅଳିଆ ଉଠିବାକୁ ଆଜି ଗ୍ରୀନ୍‌ ସିଗନାଲ ଦେଉଛନ୍ତି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର । ଦୁଇ ଦିନ ଧରି ଘନ ଘନ ପଲ୍ଲୀସଭା ପରେ ଆଜି ବିଏମ୍‌ସିକୁ ନିଜ ନିଷ୍ପତ୍ତି […]

dustbin

dustbin

Niharika Rout
  • Published: Tuesday, 30 August 2022
  • Updated: 30 August 2022, 01:52 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସଙ୍ଗୀନ ହେଲାଣି ଭୁବନେଶ୍ୱରର ପରିମଳ ବ୍ୟବସ୍ଥା । ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଛି। ସମାଧାନର ସୂତ୍ର ଦାରୁଠେଙ୍ଗ ଗ୍ରାମବାସୀଙ୍କ ହାତରେ ଥିବା ବେଳେ ସେମାନେ ଅଳିଆ ଉଠିବାକୁ ଆଜି ଗ୍ରୀନ୍‌ ସିଗନାଲ ଦେଉଛନ୍ତି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ।

ଦୁଇ ଦିନ ଧରି ଘନ ଘନ ପଲ୍ଲୀସଭା ପରେ ଆଜି ବିଏମ୍‌ସିକୁ ନିଜ ନିଷ୍ପତ୍ତି ଜଣାଇପାରନ୍ତି ଦାରୁଠେଙ୍ଗ ବାସିନ୍ଦା । ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ସେମାନେ ରାଜି ହେବେ କି ନାହିଁ, ତାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଦୁଇ ଦିନ ଧରି ବୈଠକ ହେଉଛି।

ଏପେଟ ଅଳିଆ ଉଠୁନଥିବାରୁ ଉତ୍କଟ ହେଲାଣି ସ୍ଥିତି ସ୍ମାର୍ଟ ସିଟି ଭୁବନେଶ୍ୱରର ସ୍ଥିତି । ସହରର ଅନେକ ସ୍ଥାନରୁ ଅଳିଆ ଉଠିପାରୁନି। ରାସ୍ତାରେ କୁଢ଼ କୁଢ଼ ଅଳିଆ ପଡ଼ି ରହୁଥିବା ବେଳେ  ବଞ୍ଚିବା କଷ୍ଟକର ହୋଇପଡ଼ିଲାଣି।  ମଞ୍ଚେଶ୍ୱର ଅଳିଆ ଗଦାରେ ଆଉ ସ୍ଥାନ ନାହଁ । କ୍ଷମତାଠାରୁ ଅଧିକ ଅଳିଆ ଗଦା ହୋଇଛି । ମଞ୍ଚେଶ୍ୱର ଅଳିଆ ଗଦାର କ୍ଷମତା ୩ ଶହ ଟନ ହୋଇଥିବା ବେଳେ ବର୍ତ୍ତମାନ ୫ଶହ ଟନ୍‌ରୁ ଅଧିକ ଅଳିଆ ଗଦା ହୋଇଛି। ପରିସ୍ଥିତି ଏପରି ହେଲାଣି ଯେ, ରାଜଧାନୀବାସୀଙ୍କୁ ଡେଙ୍ଗୁ ଭୟ ଘାରିଲାଣି।

https://youtu.be/Wb9PJbU8LVo

ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି ।  ନଖରାରୁ ନନ୍ଦନକାନନ, ଶିଶୁପାଳଗଡ଼ରୁ ଆଇଗିଣିଆ, ଯୁଆଡେ ଆଖି ପଡୁଛି ସେଠି କୁଢ଼ କୁଢ଼ ଅଳିଆ ।

ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହ ବୁଝାମଣା କରି ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ବିଏମସି ଅଣ୍ଟା ଭିଡ଼ିଛି।  ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ଧିରେ ଧିରେ କମାଇବାକୁ ବିଏମସି ମେୟର ମୌଖିକ ଭାବେ ୯ ମାସ ସମୟ ମାଗିଛନ୍ତି। ହେଲେ  ଲିଖିତ ଭାବେ ଏଗ୍ରିମେଣ୍ଟରେ ୧୨ ମାସ ସମୟ ପାଇଁ ଉଲ୍ଲେଖ ରହିଛି।  ବିଏମ୍‌ସିର ନିଷ୍ପତ୍ତିରେ ପଞ୍ଚାୟତବାସୀ ସହମତି ପ୍ରକାଶ କରିପାରୁ ନାହାନ୍ତି । ସେଥିପାଇଁ ଆଜି ଆଉ ଥରେ ପଲ୍ଲୀସଭା ବସିବ ।

https://youtu.be/xw6YaCI9wVI

ସରପଞ୍ଚଙ୍କ କହିବା କଥା ହେଲା, ବିଏମ୍‌ସି ଦୀର୍ଘ ଦିନ ଧରି କେବଳ ପ୍ରତିଶୃତି ଦେଇଆସୁଛି, ହେଲେ କେବେ ପୂରଣ କରୁନାହିଁ । ଘଟଣାରେ ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି କଂଗ୍ରେସ୍ ବିଧାୟକ ସୁରେଶ ରାଉତରାୟ । ଅନ୍ୟପଟେ ନଗର ଉନୟନ୍ନ ମନ୍ତ୍ରୀ ଉଷାଦେବୀ କହିଛନ୍ତି ମେୟର, କମିଶନର ଆଲୋଚନା କରୁଛନ୍ତି, ୨ରୁ ୩ ଦିନ ମଧ୍ୟରେ ସମାଧାନ ବାହାରିଯିବ ।

ଦାରୁଠେଙ୍ଗର ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପଡ଼ିପାରୁନଥିବାରୁ କେବଳ ସୈନିକ ସ୍କୁଲ ପଛ ପଟ ଡମ୍ପିଂୟାର୍ଡରେ ଆବର୍ଜନା ପଡୁଛି । ତେଣୁ ଏଠାରେ ଗାଡ଼ିଗୁଡ଼ିକ ଅଳିଆ ବୋଝେଇ କରି ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଛନ୍ତି । ପାହାଡ଼ ଭଳି ଗଦା ହେଲାଣି ଅଳିଆ । ସୈନିକ ସ୍କୁଲ ସ୍ଥିତ ଡମ୍ପିୟାର୍ଡରେ  ଆଜି ଗୋଟିଏ ଗାଡିକୁ ଅଳିଆ ପକାଇବା ପାଇଁ ୪ରୁ ୫ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ଆଗରୁ ଗୋଟିଏ ଗାଡି ୫ରୁ ୬ ଟ୍ରିପ୍‌ କରୁଥିବା ବେଳେ ଏବେ ମାତ୍ର ଗୋଟିଏ କି ଦୁଇ ଟ୍ରିପ୍‌ ହେଉଛି । ଏବେ କେବଳ ଏହି ଡମ୍ପିଂୟାର୍ଡରେ ଅଳିଆ ପଡୁଥିବାରୁ ପାହାଡ଼ ଭଳି ଗଦା ହେଲାଣି ଆବର୍ଜନା ।

ଏପଟେ ଦାରୁଠେଙ୍ଗବାସୀ ଆଜି ରାଜି ନ ହେଲେ ଅଳିଆ ଉଠି କୁଆଡ଼େ ଯିବ ତାକୁ ନେଇ କ’ଣ କରିବେ ସେ ନେଇ କିଛି ସିଦ୍ଧାନ୍ତରେ ପହଞ୍ଚି ପାରିନି ବିଏମ୍‌ସି।  ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟରରେ ଅଳିଆ ପକାଇବାକୁ ଯୋଜନା ହେଉଛି । ଦୈନିକ ଭୁବନେଶ୍ୱରରୁ ୫୫୦ ଟନ୍‌ ଅଳିଆ ବାହାରୁଛି। ଏହି କେନ୍ଦ୍ରରେ ୩ଶହ ଟନ ପରିଚାଳନା ପାଇଁ କ୍ଷମତା ରହିଛି। ୨୫୦ ଟନ୍‌ ଅଳିଆ କେଉଁଠି ପକାଇବେ ତାହା ସ୍ଥିର ହୋଇପାରୁନି।

ଗତ ୧୨ ତାରିଖରୁ ଆରମ୍ଭ ହୋଇଛି ବିବାଦ । ଏକ ଅଳିଆ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଗାଡ଼ିଟି ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା । ଏହାକୁ ନେଇ ତାତିଥିବା ଦାରୁଠେଙ୍ଗ ଗ୍ରାମବାସୀ ଅଳିଆ ଗାଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହିଦିନ ଠାରୁ ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଂୟାର୍ଡ ବନ୍ଦ ରହିଛି।  ଗ୍ରାମବାସୀ ଅଳିଆ ଗାଡ଼ି ସେଠାକୁ ଛାଡୁ ନାହାନ୍ତି । ବିବାଦର ସମାଧାନ ଲାଗି ବିଏମ୍‌ସି ଓ ଦାରୁଠେଙ୍ଗ ବାସିନ୍ଦାଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିବା  ସତ୍ତ୍ୱେ ସମାଧାନର ସୂତ୍ର ବାହାରି ପାରୁନି।

https://youtu.be/t26Ur9ocyrY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story