ଗରିବ ବାପା ପଢାଇ ନ ପାରିବାରୁ ଘର ଛାଡି ପଳାଇଲା ଝିଅ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଫାଣ୍ଡି କୁସୁମୁଣ୍ଡିଆ ଗାଁରେ ଜଣେ ଝିଅ ଦାରିଦ୍ର୍ୟ କାରଣରୁ ଘର ଛାଡି ପଳାଇଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ମାଟ୍ରିକ ପାସ୍‌ କରିଥିବା ଏହି ଝିଅ ଜଣଙ୍କ ଆଗକୁ ପଢିବାକୁ ଚାହିଁଥିବା ବେଳେ ତା’ର ଗରିବ ବାପା ମାଆ ଏତିପାଇଁ ଅର୍ଥ ଯୋଗାଇ ଦେବାକୁ ଅସମର୍ଥତା ପ୍ରକାଶ କରିଥିଲେ। ଫଳରେ ସେ ଘର ଛାଡି ଚାଲି ଯାଇଥିବା ଫାଣ୍ଡିରେ ଅଭିଯୋଗ ହୋଇଛି। ଝିଅଟି ଯିବା ବେଳେ ବାପାମାଆଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଛାଡି […]

dhankanal

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 05:22 PM IST

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଫାଣ୍ଡି କୁସୁମୁଣ୍ଡିଆ ଗାଁରେ ଜଣେ ଝିଅ ଦାରିଦ୍ର୍ୟ କାରଣରୁ ଘର ଛାଡି ପଳାଇଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ମାଟ୍ରିକ ପାସ୍‌ କରିଥିବା ଏହି ଝିଅ ଜଣଙ୍କ ଆଗକୁ ପଢିବାକୁ ଚାହିଁଥିବା ବେଳେ ତା’ର ଗରିବ ବାପା ମାଆ ଏତିପାଇଁ ଅର୍ଥ ଯୋଗାଇ ଦେବାକୁ ଅସମର୍ଥତା ପ୍ରକାଶ କରିଥିଲେ। ଫଳରେ ସେ ଘର ଛାଡି ଚାଲି ଯାଇଥିବା ଫାଣ୍ଡିରେ ଅଭିଯୋଗ ହୋଇଛି।

ଝିଅଟି ଯିବା ବେଳେ ବାପାମାଆଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଛାଡି ଯାଇଛି। ଏଥିରେ ସେ ଉଲ୍ଲେଖ କରିଛି, ମୁଁ ଆଗକୁ ଅଧିକ ପଢିବାକୁ ଚାହୁଁ ଥିଲି। ହେଲେ ଅର୍ଥାଭାବରୁ ପଢି ପାରିଲି ନାହିଁ, ତେଣୁ ମୁଁ ଘର ଛାଡି ଚାଲିଯାଉଛି।

ଝିଅର ମାଆ କହିଛନ୍ତି, “ଅଧିକ ପାଠ ପଢ଼ାଇ ନ ପାରିବାରୁ ଝିଅ ଘର ଛାଡି ପଳାଇଛି। ତାକୁ ଆଉ ନ ଖୋଜିବାକୁ ଚିଠିରେ ଲେଖିଛି। ତା’ର ପାଠ ପଢିବାକୁ ବହୁତ ଆଗ୍ରହ ରହିଛି। ଆମେ ବହୁତ ଗରିବ, ନିଜ ଶକ୍ତି ମୁତାବକ ପାଠ ପଢାଇଲୁ। ଆଗକୁ ପଢାଇବା ଆମ ପକ୍ଷେ ସମ୍ଭବ ନୁହେଁ। ତେଣୁ ଅନିଚ୍ଛା ସତ୍ତ୍ୱେ ଝିଅର ପାଠପଢା ବନ୍ଦ କରିବାକୁ ପଡିଲା। ଏବେ ସେ ଅଭିମାନ କରି ଘର ଛାଡି ଚାଲିଯାଇଛି।”

Related story