ଗର୍ଭବତୀ ପତ୍ନୀଙ୍କୁ ଟ୍ରେନରୁ ଠେଲି ଦେଲା ସ୍ୱାମୀ

ରାୟଗଡ଼ା: ସାମାନ୍ୟ ବଚସାକୁ ନେଇ ଗର୍ଭବତୀ ପତ୍ନୀଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଲା ସ୍ୱାମୀ। ଆଜି ଏଭଳି ଏକ ଅମାନୁଷିକ ଘଟଣା ଘଟିଛି କୋରାପୁଟ-ରାୟଗଡ଼ା ମଧ୍ୟବର୍ତ୍ତୀ ରାଉଳି ଷ୍ଟେସନ ନିକଟରେ। ସ୍ୱାମୀଙ୍କ ଧକ୍କାରେ ମହିଳା ଜଣକ ରେଳ ଧାରଣା ଉପରକୁ ଛିଟିକି ପଡ଼ିଥିଲେ। ମହିଳା ଜଣକ ଆସନ୍ନ ପ୍ରସବା ଥିବାରୁ, ସେଇ ଟ୍ରେନ୍ ଲାଇନ୍ ଉପରେ ହିଁ ଏକ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ଶିଶୁଟି ମୃତ ବୋଲି ଜଣା ପଡ଼ିଥିଲା। ମହିଳା ଜଣକ ଗୁରୁତର ଆହତ […]

raygada

raygada

Rakesh Mallick
  • Published: Tuesday, 26 May 2015
  • Updated: 26 May 2015, 02:38 PM IST

ରାୟଗଡ଼ା: ସାମାନ୍ୟ ବଚସାକୁ ନେଇ ଗର୍ଭବତୀ ପତ୍ନୀଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଲା ସ୍ୱାମୀ। ଆଜି ଏଭଳି ଏକ ଅମାନୁଷିକ ଘଟଣା ଘଟିଛି କୋରାପୁଟ-ରାୟଗଡ଼ା ମଧ୍ୟବର୍ତ୍ତୀ ରାଉଳି ଷ୍ଟେସନ ନିକଟରେ। ସ୍ୱାମୀଙ୍କ ଧକ୍କାରେ ମହିଳା ଜଣକ ରେଳ ଧାରଣା ଉପରକୁ ଛିଟିକି ପଡ଼ିଥିଲେ। ମହିଳା ଜଣକ ଆସନ୍ନ ପ୍ରସବା ଥିବାରୁ, ସେଇ ଟ୍ରେନ୍ ଲାଇନ୍ ଉପରେ ହିଁ ଏକ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ଶିଶୁଟି ମୃତ ବୋଲି ଜଣା ପଡ଼ିଥିଲା। ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ରେଳବାଇ ପୋଲିସ୍ ତାଙ୍କୁ ଉଦ୍ଧାର କରି ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ରାଉଲକେଲାର ସୁରଜ କେର୍କେଟା, ପତ୍ନୀ ସରୋଜିନୀଙ୍କ ସହ ୪ ଦିନ ତଳେ କୋରାପୁଟରେ ଥିବା ସଂପର୍କୀୟଙ୍କ ଘରକୁ ଆସିଥିଲେ। ଆଜି ସେମାନେ ଘରକୁ ଟ୍ରେନରେ ଫେରୁଥିବା ବେଳେ ସୁରଜ୍, ଅନ୍ୟ ଜଣେ ମହିଳାଙ୍କ ସହ କଥା ହେବାକୁ ନେଇ ସରୋଜିନୀ ପ୍ରତିବାଦ କରିଥିଲେ। ଏହାକୁ ନେଇ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁରଜ, ସରୋଜିନୀଙ୍କୁ ଟ୍ରେନରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ସୁରଜ ଫେରାର ଅଛି। ଅପରାହ୍ଣରେ ଚେତା ଫେରିବା ପରେ ସରୋଜିନୀ ଘଟଣା ସଂପର୍କରେ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos