କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରୋଷେଇ ଗ୍ୟାସ୍‌ ଫାଟି ଅଗ୍ନିକାଣ୍ଡ

ଭଦ୍ରକ(ଓଡ଼ିଶା ରିପୋର୍ଟର): କ୍ୱାରେଣ୍ଟାଇନ୍‌ରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ ୩୨ ଅନ୍ତେଵାସୀ। ଭଣ୍ଡାରୀପେଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଗ୍ୟାସ ଟାଙ୍କି ଫାଟି ରୋଷେୟା ଆହତ ହୋଇଛନ୍ତି। ରୋଷେଇ ଘରର ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି। ଭଣ୍ଡାରୀପୋଖରୀରୁ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲା। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତର ଭାଗିବିନ୍ଧା କ୍ଵରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଗତକାଲି ସନ୍ଧ୍ୟାରେ ରାତ୍ରି ଭୋଜନ ପ୍ରସ୍ତୁତ ହେଉଥିଲା […]

hiop-1

Niharika Rout
  • Published: Thursday, 28 May 2020
  • , Updated: 28 May 2020, 04:21 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): କ୍ୱାରେଣ୍ଟାଇନ୍‌ରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ ୩୨ ଅନ୍ତେଵାସୀ। ଭଣ୍ଡାରୀପେଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଗ୍ୟାସ ଟାଙ୍କି ଫାଟି ରୋଷେୟା ଆହତ ହୋଇଛନ୍ତି। ରୋଷେଇ ଘରର ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି। ଭଣ୍ଡାରୀପୋଖରୀରୁ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲା।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତର ଭାଗିବିନ୍ଧା କ୍ଵରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଗତକାଲି ସନ୍ଧ୍ୟାରେ ରାତ୍ରି ଭୋଜନ ପ୍ରସ୍ତୁତ ହେଉଥିଲା । ରୋଷେୟା ରୋଷେଇ କରୁଥିବା ବେଳେ ପ୍ରଥମେ ଗ୍ୟାସ ଲିକ ହେବା ସହ ନିଆଁ ଲାଗିଯାଇଥିଲା ।

ପରେ ଗ୍ୟାସ ଟାଙ୍କି ଫାଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ରୋଷେଇଘରେ ଥିବା ୪ ଟି ଗ୍ୟାସ ଟାଙ୍କି ସହ ରୋଷେଇ ପାଇଁ ଥିବା ରାସନ ସାମଗ୍ରୀ ଓ ଅନ୍ୟାନ୍ୟ ଆସବାବାପତ୍ର ଜଳି ଗଲା । ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା। ତେବେ ସମସ୍ତ ପ୍ରବାସୀ ସୁରକ୍ଷିତ ଥିବା ସୂଚନା ମିଳିଛି । ବର୍ତ୍ତମାନ ସରପଞ୍ଚ ପ୍ରଵାସୀଙ୍କ ପାଇଁ ଶୁଖିଲା ଖାଦ୍ୟ ଵ୍ୟଵସ୍ଥା କରିଛନ୍ତି।

Related story