ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍ର ଭୟାବହତା ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏ ଯାଏ ଏଲୋପାଥିକରେ ଏହାର ପ୍ରତିଷେଧକ ଔଷଧ ବାହାରି ନାହିଁ। ହେଲେ ସମଗ୍ର ବିଶ୍ୱବାସୀଙ୍କୁ ଡରାଇ ରଖିଥିବା ଏହି ରୋଗର ପ୍ରତିଷେଧକମୂଳକ ଭାବେ ଏବେ ଆୟୂଷ ବିଭାଗ ପକ୍ଷରୁ ହୋମିଓପାଥିକ୍ ମେଡିସିନ୍ ଦିଆଯାଉଛି । ଏନେଇ ଭୁବନେଶ୍ୱର ଅଭିନ୍ନଚନ୍ଦ୍ର ହୋମିଓପାଥି ମେଡିକାଲ୍ କଲେଜ୍ରେ ଜମିଛି ପ୍ରବଳ ଲୋକଙ୍କ ଭିଡ଼ ।
ଗତକାଲିଠୁ ବହୁ ସଂଖ୍ୟାରେ ଲୋକ ଏହି ଔଷଧ ନେବା ପାଇଁ ଲମ୍ବା ଲାଇନ୍ରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ୨ ଦିନ ମଧ୍ୟରେ ୩୦୦ରୁ ଊର୍ଦ୍ଧ୍ୱ ଲୋକ ଏହି ମେଡିସିନ ନେଇସାରିଥିବା ଜଣାଯାଇଛି।