ଠିକା ଆଇଟି ସଚିବ ମନୋଜ ମିଶ୍ରଙ୍କ ନିଯୁକ୍ତିର ବୈଧତାକୁ ନେଇ ପ୍ରଶ୍ନ, ତଥ୍ୟ ଲୁଚାଉଛି ଜିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ଭାବେ ରାଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ଭାବେ ଅବସରପ୍ରାପ୍ତ ଆଇଆରଟିଏସ୍ ମନୋଜ କୁମାର ମିଶ୍ରଙ୍କୁ ରାଜ୍ୟ ସରକାର ଠିକାରେ ନିଯୁକ୍ତି ଦେବାର ୧୦ଦିନ ବିତିଲାଣି । କିନ୍ତୁ ତାଙ୍କର ନିଯୁକ୍ତିର ବୈଧତାକୁ ନେଇ ଚାଲିଥିବା ବିତର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ନାଁ ଧରୁନି । ତାଙ୍କର ନିଯୁକ୍ତିକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିବାବେଳେ ରାଜ୍ୟ ପ୍ରଶାସନିକ ଅଫିସରମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି […]

Manoj Mishra S

Manoj Mishra S

Ordigital Desk
  • Published: Monday, 09 January 2023
  • Updated: 09 January 2023, 10:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ଭାବେ ରାଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ଭାବେ ଅବସରପ୍ରାପ୍ତ ଆଇଆରଟିଏସ୍ ମନୋଜ କୁମାର ମିଶ୍ରଙ୍କୁ ରାଜ୍ୟ ସରକାର ଠିକାରେ ନିଯୁକ୍ତି ଦେବାର ୧୦ଦିନ ବିତିଲାଣି । କିନ୍ତୁ ତାଙ୍କର ନିଯୁକ୍ତିର ବୈଧତାକୁ ନେଇ ଚାଲିଥିବା ବିତର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ନାଁ ଧରୁନି । ତାଙ୍କର ନିଯୁକ୍ତିକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିବାବେଳେ ରାଜ୍ୟ ପ୍ରଶାସନିକ ଅଫିସରମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି । ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ଯେଉଁ ୨୦୨୨ ଡିସେମ୍ବର ୨୯ ତାରିଖର ବିଜ୍ଞପ୍ତି ନମ୍ବର-୩୭୩୦୮ ବଳରେ ପ୍ରମୁଖ ସଚିବ ପଦରେ ଅବସ୍ଥାପିତ କରିଛନ୍ତି, ସେହି ନିର୍ଦ୍ଦେଶନାମାକୁ ଏପର୍ଯ୍ୟନ୍ତ ସାଧାରଣ ପ୍ରଶାସନ(ଜିଏ) ବିଭାଗ ସାର୍ବଜନୀନ କରୁନଥିବା ଜଣାପଡ଼ିଛି । ଜିଏ ବିଭାଗ ଶ୍ରୀ ମିଶ୍ରଙ୍କ ଏହି ନିଯୁକ୍ତି ସଂକ୍ରାନ୍ତ ତଥ୍ୟକୁ ଲୁଚାଇଥିବାରୁ ଏବେ ତାଙ୍କର ନିଯୁକ୍ତି ବୈଧ କି ନାହିଁ ତାହା ଏବେ ବିତର୍କର ବିଷୟ ହୋଇଛି।

ଗତକାଲି ରାଜ୍ୟ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠର ଆବାହକ ସୁଦର୍ଶନ ନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମିଶ୍ରଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ବେଆଇନ ତଥା ଏହା ସମ୍ବିଧାନର ଧାରା ୧୪ ଓ ୧୬କୁ ବିରୋଧ କରୁଛି ବୋଲି କହିଛନ୍ତି । ଓଡ଼ିଶା ଆଇଏଏସ୍ କ୍ୟାଡ଼ରରେ ୯ଟି ପ୍ରମୁଖ ସଚିବ ପଦବ ଥିବାବେଳେ ଏହି ପାହ୍ୟାର ଆଉ ୯ଟି ଏକ୍ସକ୍ୟାଡ଼ର ପଦବୀ ରହିଛି । କିନ୍ତୁ କୌଣସି ପଦବୀ ନଥାଇ ମଧ୍ୟ ଶ୍ରୀ ମିଶ୍ରଙ୍କୁ କିଭଳି ଠିକାରେ ପ୍ରମୁଖ ସଚିବ ପଦବୀରେ ନିଯୁକ୍ତି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ଇଚ୍ଛାଧୀନ ଭାବେ ଅମଲାତନ୍ତ୍ର ବ୍ୟବସ୍ଥାକୁ ହତ୍ୟା କରିବାର ପ୍ରୟାସ ଆରମ୍ଭ କରିଛନ୍ତି । ଓଡ଼ିଶା ଗଭର୍ଣ୍ଣମେଂଟ ରୁଲ୍ସ ଅଫ ବିଜିନିନେସ ଅନୁସାରେ ଜଣେ ସଚିବ ବିଭିନ୍ନ ବୈଧାନିକ ଦାୟିତ୍ୱ ନିର୍ବାହ କରିଥାନ୍ତି । ଏପରିକି ବିଭିନ୍ନ ଆର୍ଥିକ କ୍ଷମତାର ବି ଅଧିକାରୀ ହୋଇଥାନ୍ତି । କିନ୍ତୁ ଜଣେ ଠିକାରେ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି କିଭଳି ଏସବୁ କ୍ଷମତାର ଅଧିକାରୀ ହେବେ ଓ ଓ ତାଙ୍କଠୁ ନିରପେକ୍ଷତା ଆଶା କରିବା ମଧ୍ୟ ବୃଥା ବୋଲି ଶ୍ରୀ ନାୟକ କହିଛନ୍ତି । ବିଜେଡି ସରକାର ନିଜର ରାଜନୀତିକ ସ୍ୱାର୍ଥ ସାଧନ ପାଇଁ ଅମଲାତନ୍ତ୍ରୀ ସୃଷ୍ଟି କରିବା ସହ ଭବିଷ୍ୟତରେ ଉଚ୍ଚପଦବୀ କିଣାବିକା ହେବାର ବ୍ୟବସ୍ଥା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଠିକାରେ ଶ୍ରୀ ମିଶ୍ର ପ୍ରମୁଖ ସଚିବ ଭାବେ କିଭଳି ନିଯୁକ୍ତି ପାଇଲେ ସେ ନେଇ ବିଜେପିର ଅଭିଯୋଗ ଉପରେ ସିଧାସଳଖ ପ୍ରତିକ୍ରିୟା ନଦେଇ ବିଜେପିର ଅଭିଯୋଗକୁ ରାଜନୀତିକ ରୂପ ଦେବାକୁ ପ୍ରୟାସ କରିଛନ୍ତି । କେନ୍ଦ୍ର ସରକାର ଏକାଧିକ ଅଫିସରଙ୍କୁ ନିଯୁକ୍ତି ଦେଉଛନ୍ତି । ଆଉ ଏସବୁ ପ୍ରଶାସନିକ ବିଷୟ ହୋଇଥିବାରୁ ତାହା ଉପରେ ବିଜେଡି ଥରୁଟିଏ ପ୍ରଶ୍ନ କରିନି । ଶ୍ରୀ ମିଶ୍ର ଆଇଟି ବିଭାଗରସ ଚିବ ଭାବେ ଗତ କିଛିବର୍ଷ ମଧ୍ୟରେ ଓଡ଼ିଶା ପାଇଁ ବେଶ୍ ସୁନାମ ଆଣିଛନ୍ତି । ଓଡ଼ିଶାକୁ ଜାତୀୟ ଓ ଆନ୍ତର୍ଜାତିକସ୍ତରର ଆଇଟି କମ୍ପାନୀମାନେ ଆସି ନିଜର ଅଫିସ ଖୋଲିଛନ୍ତି । ଏହି ସଫଳତା ବିଜେପିକୁ ଦେଖାଯାଉନି । କିନ୍ତୁ ଶ୍ରୀ ମିଶ୍ରଙ୍କ ପୁନଃନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇ ନିଜର ନିମ୍ନ ରୁଚି ରାଜନୀତିର ପରିଚୟ ବିଜେପି ଦେଉଛି ବୋଲି ଶ୍ରୀ ଦାସ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଶ୍ରୀ ମିଶ୍ରଙ୍କୁ ତରବରିଆ ଭାବେ ଠିକାରେ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଥିବା ରାଜ୍ୟ ସରକାର କାହିଁକି ତାଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି(କେଉଁ ଆଧାରରେ ନିଯୁକ୍ତି ପାଇଲେ)କୁ ସାର୍ବଜନୀନ କରୁନାହାନ୍ତି । ‘ଫାଇଭ-ଟି’ର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଏହି ବିଜ୍ଞପ୍ତିକୁ ୧୨ଦିନ ଧରି ଲୁଚାଇ ରଖିବାର ଅର୍ଥ କ’ଣ? ଶ୍ରୀ ମିଶ୍ରଙ୍କ ନିଯୁକ୍ତିକୁ ଯଦି ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ତା’ହେଲେ ସେ ସଂକ୍ରାନ୍ତି ତଥ୍ୟକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରିବାରେ ଅସୁବିଧା କେଉଁଠି? ଶ୍ରୀ ମିଶ୍ର ଦକ୍ଷ ଅଫିସର ହୋଇଥାଇପାରନ୍ତି, କିନ୍ତୁ ଯେଉଁ ଢଙ୍ଗରେ ତାଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ଓ ସେ ସଂକ୍ରାନ୍ତ ତଥ୍ୟକୁ ଲୁଚାଇ ରଖିଛନ୍ତି ତାହା ସାଧାରଣରେ ରାଜ୍ୟ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story