ବିଧାନସଭାରେ ଆସିଲା ଲକ୍ଷେ ୨୦ ହଜାର କୋଟିର ବଜେଟ୍: କୃଷି ପାଇଁ ୧୬ ହଜାର ୭୬୫ କୋଟି
ବିଜୁ ପକ୍କା ଘର ପାଇଁ  ୩ ହଜାର ୫୯୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲାଗି ୩ ହଜାର କୋଟି ଟଙ୍କା ଅଟକଳ ହୋଇଛି । ପୂର୍ବରୁ ଘୋଷଣା ହୋଇଥିବା ଆମ ଗାଁ ଆମ ବିକାଶ  ଯୋଜନା ପାଇଁ ୧ ହଜାର ୨୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।  ସେହିପରି ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ  ଉଦ୍ଦିଷ୍ଟ ଯୋଜନା ଲାଗି ୨୨ ହଜାର ୬୮୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପ୍ରଥମ ଥର ଲାଗି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଖର୍ଚ୍ଚର ପରିମାଣ ୬୨ ହଜାର କୋଟି ଅଟକଳ କରାଯାଇଛି।  ଯାହାକି ସମ୍ପୂର୍ଣ୍ଣ ବଜେଟ ଆକାରର ଅଧାରୁ ଅଧିକ । ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୧୯ ହଜାର ୬୭୮ କୋଟି  ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୬ ହଜାର ୧୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି  । ବିଜୁ ଯୁବ ବାହିନୀ ଯୋଜନାରେ ୯୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।  ସେହିପରି ଖୁସି ଯୋଜନାରେ ନାପକିନ୍ ଯୋଗାଇବା ଲାଗି ୫୦ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ସୁନେତ୍ର ପାଇଁ ୫ ବର୍ଷରେ ୬୮୨ କୋଟି ବ୍ୟୟବରାଦ ହୋଇଛି ।
୨୦୧୮-୧୯ ଆର୍ଥିକ ବର୍ଷରେ ଏଥିପାଇଁ ୮୭ କୋଟି ଟଙ୍କା ଖର୍ଚ୍ଚ କରାଯିବ ।  ସେପଟେ ନୂଆ କରି ଆମ ଘରେ ଏଲଇଡି ଲାଇଟ୍  କାର୍ଯ୍ୟକ୍ରମର ଆରମ୍ଭ କରାଯିବ । ଏଥିପାଇଁ ୧୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାରେ ପ୍ରତ୍ୟେକ ଗରିବ ପରିବାରକୁ ୪ଟି ଏଲଇଡି ଲାଇଟ୍ ଯୋଗାଇ ଦିଆଯିବ । ସେହିପରି ମହାନଦୀର ଜଳଧାରଣ କ୍ଷମତା ବୃଦ୍ଧି ଏବଂ ଜୀବିକା ବିକାଶ ପାଇଁ ଗ୍ରୀନ୍ ମହାନଦୀ ମିଶନରେ ୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ସେହିପରି ୧୬ ହଜାର ୭୬୫ କୋଟି ଟଙ୍କାର କୃଷି ବଜେଟ ଆଗତ କରିଛନ୍ତି  ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା । ଏଥିରେ ଜଳସେଚନ ଓ କୃଷକ କଲ୍ୟାଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।  କୃଷକଙ୍କ କଲ୍ୟାଣ ପାଇଁ ୨୫୦ କୋଟିର ଅତିରିକ୍ତ ବ୍ୟୟ ବରାଦ କରାଯାଇଛି । ଚଳିତ ବଜେଟରେ ଜଳସେଚନକୁ ମଧ୍ୟ ଅଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ୨୦୧୮-୧୯ ଆର୍ଥିକ ବର୍ଷରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଲାଗି ପ୍ରାୟ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଛି । ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି ବ୍ୟୟବରାଦ ହୋଇଛି । ସେପଟେ ଉନ୍ନତମାନର ବିହନ ଯୋଗାଣ ପାଇଁ ଶହେ କୋଟି, ସାର ଯୋଗାଇବା ପାଇଁ ଶହେ କୋଟିର ଆବର୍ତ୍ତନ ପାଣ୍ଠି ବା ରିଭଲଭିଂ ଫଣ୍ଡ, ଉଦ୍ୟାନ କୃଷି ପାଇଁ ୧୦୪ କୋଟି ବ୍ୟୟବରାଦ ହୋଇଛି । ସେହିପରି ଚାଷୀଙ୍କୁ ସ୍ୱଳ୍ପ ସୁଧରେ କୃଷି ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି ।
Ordigital Desk
• Published: Friday, 23 March 2018
• Updated: 23 March 2018, 09:22 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos