ଭୂଗୋଳ ସାର ଫୋନ୍‌ କରିଥିଲେ: କହିଲେ- ତୁମ ଗାଲ ସୁନ୍ଦର, ଓଠ ସୁନ୍ଦର…

Ordigital Desk
  • Published: Saturday, 06 January 2018
  • , Updated: 06 January 2018, 06:51 PM IST
<p>ଭବାନୀପାଟଣା (ଓଡ଼ିଶା ରିପୋର୍ଟର): &nbsp;&lsquo;ଭୂଗୋଳ ସାର୍&zwnj; ଫୋନ୍&zwnj; କରି ଡାକୁଛନ୍ତି। ଏକୁଟିଆ ପାଇଲେ କହୁଛନ୍ତି- ତୁମ ଗାଲ ସୁନ୍ଦର, ଓଠ ସୁନ୍ଦର। ଏପରିକି ଗାଲରେ ହାତ ମାରିବାକୁ ଚେଷ୍ଟା କରୁଛନ୍ତି।&rsquo; ଆଜି ଜଣେ ଗୁରୁଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ଜଣେ କଲେଜ ଛାତ୍ରୀ। ଗୁରୁ-ଶିଷ୍ୟ ପରମ୍ପରାରେ ଏପରି କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ଜଣେ ଭୂଗୋଳ ସାର୍&zwnj; ବିରୋଧରେ ପ୍ରତିବାଦର ସ୍ୱର ଉଠାଇବାରୁ ସେ ଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି, କଳାହାଣ୍ଡି ଜିଲ୍ଲା ମ.ରାମପୁର କଲେଜର ଜଣେ ଛାତ୍ରୀ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷ କିଛି ଜାଣିନାହାଁନ୍ତି ବୋଲି କହିଛନ୍ତି।</p> <p>ମ.ରାମପୁର କଲେଜର ଭୂଗୋଳ ବିଭାଗ ଅଧ୍ୟାପକ, ରଘୁ ସାରଙ୍କ ବିରୋଧରେ ଆସିଛି ଏପରି ସାଂଘାତିକ ଅଭିଯୋଗ। ଉକ୍ତ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଏପରି ଅଭିଯୋଗ ଆଣିଛନ୍ତି। ଛାତ୍ରୀ ଜଣକ କହିଛନ୍ତି- ସାର୍&zwnj; ସବୁବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଫୋନ୍&zwnj; କରି ଏକୁଟିଆ ଡାକି ତୋ&rsquo; ଗାଲ ସୁନ୍ଦର ଓ ତୋ ଓଠ ସୁନ୍ଦର କହୁଛନ୍ତି। ସାରଙ୍କ ଏପରି କଦର୍ଯ୍ୟ ବ୍ୟବହାରରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ଫୋନ୍&zwnj; ନମ୍ୱର ମୋବାଇଲର ରିଜେକ୍ଟ ଲିଷ୍ଟରେ ପକାଇ ଦେଇଥିଲେ। ପରେ ଏ ସମ୍ପର୍କରେ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।</p> <p>ଛାତ୍ରୀ ଜଣଙ୍କ କହିଛନ୍ତି- &ldquo;ଥରେ ମୁଁ ମୋର ସାଙ୍ଗ ସହିତ ଶ୍ରେଣୀରେ ବସି ପଢ଼ୁଥିଲି। ଏହି ସମୟରେ ସାର୍&zwnj; ଆସି ସମସ୍ତଙ୍କ ସମ୍ମୁଖରେ ଆମକୁ ଗାଳି ଦେଇଥିଲେ। ଏପରି କ&rsquo;ଣ ପାଇଁ ଏଠି ବସିଛ ବୋଲି କହିଥିଲେ। ପରେ ଆମକୁ କଲେଜ ଅଧ୍ୟକ୍ଷକଙ୍କ ପାଖକୁ ନେଇ ସମସ୍ତଙ୍କ ସମ୍ମୁଖରେ ମାଡ଼ ମାରିଥିଲେ। ମାତ୍ର କୌଣସି ଅଧ୍ୟାପକ ପ୍ରତିବାଦ କରିନଥିଲେ। ଏପରିକି କଲେଜ ଅଧ୍ୟକ୍ଷ ମଧ୍ୟ ପାଟି ଫିଟାଉ ନାହାନ୍ତି।&rdquo;</p>

Related story