ଗାଁରେ ବୁଲୁଛି ଭୂତ! ଭିଡ଼ିଓ ହେଲା ଭାଇରାଲ୍‌

ବଲାଙ୍ଗିର/ଧର୍ମଗଡ଼(ଘଟେଶ୍ୱର/ଇଙ୍ଗିତ): ଦୁନିଆରେ ଭୂତ ଅଛି କି? ଯଦି ଭୂତ ଅଛି, ତାହାହେଲେ କେଉଁଠି? ବିଜ୍ଞାନ ଯୁଗରେ ଆଜି ମଣିଷ ଏମିତି ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଛି। ମଙ୍ଗଳ ଗ୍ରହରେ ବସତି ସ୍ଥାପନ କରିବାର ସ୍ୱପ୍ନ ଦେଖିଥିବା ମଣିଷ ଏପରି ଅନ୍ଧବିଶ୍ୱାସ ଅନ୍ଧାରୀ ଗଳିରୁ ବାହାରି ପାରୁନାହିଁ। କାଳ୍ପନିକ ଦୁନିଆରେ ଭୂତର ଅସ୍ତିତ୍ୱ ଅନୁଭବ ହୋଇଛି! ଯାହାର ଭିଡ଼ିଓ ଏବେ ଭାଇରାଲ୍‌ ହୋଇଛି। ଏପରି ଚିତ୍ର କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚିକିଲି ଗାଁରେ ଦେଖିବାକୁ ମିଳିଛି।

ଅଭିଯୋଗ ଅନୁସାରେ ଚିକିଲି ଗାଁର କେତେକ ଲୋକ ରାତିରେ ଟ୍ରାକ୍ଟରରେ ଫେରୁଥିଲେ। ଏହି ସମୟରେ ସେମାନେ ଭୂତକୁ ଦେଖିଥିବା ଚର୍ଚ୍ଚା ହେଉଛି। ଯାହାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି। ଭିଡ଼ିଓରୁ ଜଣା ପଡୁଛି ଯେ, ଟ୍ରାକ୍ଟରରେ ଯାଉଥିବା ସମୟରେ ହଠାତ ସାମ୍ନାରେ କେହି ଜଣେ ଛିଡ଼ା ହେଲା ପରି ଦେଖିବାକୁ ମିଳିଥିଲା।

ଛିଡ଼ା ହୋଇଥିବା ବ୍ୟକ୍ତି ଜଣକ ଶାଢୀ ପିନ୍ଧିଥିବା ଜଣାପଡୁଥିଲା। ହେଲେ ତା’ ମୁହଁ ଓ ଗୋଡ ହାତ କିଛି ଦେଖାଯାଉନଥିଲା। ଧୀରେ ଧୀରେ ଅଜଣା ବ୍ୟକ୍ତି ଜଣକ ରାସ୍ତା କଡ଼କୁ ଚାଲିଯାଉଥିବା ଦେଖିବାକୁ ମିଳିଥିଲା। ଏପରି ଦୃଶ୍ୟ ଦେଖିବା ପରେ ଟ୍ରକ୍ଟର ଡ୍ରାଇଭର ଭୟଭୀତ ହୋଇପଡ଼ିଥିଲେ। ସେ ଟ୍ରାକ୍ଟର ଷ୍ଟାର୍ଟ ଆପେ ବନ୍ଦ ହୋଇଯାଇଥିଲା। ତା’ପରେ ସମସ୍ତେ ହୋ-ହାଲ୍ଲା ହୋଇ ଚାଲି ଯାଇଥିଲେ। ଏପରି ଏକ ଭିଡ଼ିଓ ଭାଇରାଲ ହେବା ପରେ ଚିକିଲି ଗାଁରେ ଭୂତ ଆତଙ୍କ ଦେଖାଦେଇଛି। ଭିଡିଓଟି କେତେ ସତ ଜଣାପଡ଼ି ନାହିଁ।

ବିଦ୍ର: ଓଡ଼ିଶା ରିପୋର୍ଟର କୌଣସି ଭୂତପ୍ରେତରେ ବିଶ୍ୱାସ କରେନାହିଁ। ଏପରି ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନ ଦିଏ ନାହିଁ । 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।