ପ୍ରେତାତ୍ମା କହୁଛି ହତ୍ୟାର କାହାଣୀ!

ସୋର (ନିରଞ୍ଜନ ବେହେରା): ପ୍ରେତାତ୍ମା କହୁଛି ହତ୍ୟାର କାହାଣୀ! ହତ୍ୟାର ମାସେ ପରେ ଜଣେ କଲେଜ ଛାତ୍ରୀଙ୍କ ଦେହରେ ସବାର ହେଉଛି ପ୍ରେତାତ୍ମା। ଆଉ ତା’ପରେ ହତ୍ୟାର ଟିକିନିଖି କଥା ବଖାଣୁଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ବିଶ୍ୱାସ, ଅନ୍ଧବିଶ୍ୱସ ଓ ବିଜ୍ଞାନ ଯୁଗରେ ଏପରି ଖବର ଆସିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ।

ପୂରା ଘଟଣାଟି ଏମିତି। ଗତ ୨୪ ତାରିଖରେ ବାରିଙ୍ଗିଆ ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅତି ବୀଭତ୍ସ ଭାବେ ତଣ୍ଟିଚିପି ହତ୍ୟା କରାଯାଇଥିଲା। ପରେ ମୃତଦେହକୁ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦୟାନିଧି ଜେନାଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିରେ ତାଙ୍କ ପତ୍ନୀଙ୍କ ହାତ ଥିବା ମୃତ ଛାତ୍ରୀଙ୍କ ପ୍ରାତାତ୍ମା ଆତ୍ମା କହିଛନ୍ତି। ବାରିଙ୍ଗିଆ ଗାଁର ଜଣେ କଲେଜ ପଢ଼ୁଆ ଯୁବତୀଙ୍କ ଦେହରେ ମୃତ ଛାତ୍ରୀଙ୍କ ପ୍ରେତାତ୍ମା ସବାର ହେଉଛି।

ଆଉ ତା’ପରେ କାନ୍ଦୁଛି। ପଚାରିଲେ ହତ୍ୟାର ପୂରା କାହାଣୀ ବଖାଣୁଛନ୍ତି  କଲେଜ ଛାତ୍ରୀ। କିଏ ଡାକିଲା? କେମିତି ଡାକିଲେ? କେମିତି ହତ୍ୟା କରାଗଲା? ଏନେଇ ଟିକିନିଖି କହୁଛି। ପ୍ରେତାତ୍ମା କହୁଛି, ସେହିଦିନ ସକାଳ ଦୟାନିଧିଙ୍କ ସ୍ତ୍ରୀ ମୋତେ ଡାକିଲା! ମୁଁ ଗଲା ପରେ ମୋ’ ଗୋଡ଼ ହାତ ବାନ୍ଧି ପକେଇଲେ! ତା’ପରେ ମୋ ତଣ୍ଟି ଚିପି ଦେଲେ ବୋଲି କଲେଜ ଛାତ୍ରୀଙ୍କ ଦେହରେ ସବାର ହୋଇଥିବା ପ୍ରେତାତ୍ମା କହିଥିଲା। ସେହି ସମୟରେ କଲେଜ ଛାତ୍ରୀ ଜଣକ ରାହା ଧରି କାନ୍ଦୁ ଥିଲେ। ପରେ ମୃତ ଛାତ୍ରୀଙ୍କ ବାପା ଓ ମାଆଙ୍କୁ ଦେଖା କରିବାକୁ ଡାକିଥିଲା। ସେମାନେ ଆସିବା ପରେ ସେମାନଙ୍କୁ ଧରି କାନ୍ଦୁଥିବା ଦେଖିବାକୁ ମିଳିଛି। ପ୍ରେତାତ୍ମା ସବାର ହୋଇ କହୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।