ଅଷ୍ଟ ମଙ୍ଗୁଳା ଆଗରୁ ବିଧବା ହେଲେ ନବ ବଧୂ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବାପ ଘରୁ ବଧୂ ବେଶରେ ଆସିଥିଲେ ଶ୍ୱଶୁର ଘର। ଗୋଡ଼ରୁ ଅଳତା ଓ ହାତରୁ ମେହେନ୍ଦି ଲିଭି ନାହିଁ। କିନ୍ତୁ ଅଷ୍ଟମଙ୍ଗୁଳା ଯିବା ଆଗରୁ ବିଧବା ହୋଇଗଲେ ନବ ବଧୂ। ନିଜ ଆଖି ଆଗରେ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲେ ସ୍ୱାମୀ ଓ ଜେଜେ ମାଆ। ଏବେ ନବ ବଧୂ ଜଣକ ଜୀବନ ସହିତ ସଂଘର୍ଷ କରୁଛନ୍ତି ମେଡ଼ିକାଲ ବେଡ୍‌ରେ। ବାହାଘର ସମୟରେ ଉପହାର ସ୍ୱରୂପ ମିଳିଥିବା ଗିଫ୍ଟ ପ୍ୟାକେଟ୍‌ ବିସ୍ଫୋରଣ ହେବାରୁ ଏପରି […]

Gift

Rakesh Mallick
  • Published: Friday, 23 February 2018
  • , Updated: 23 February 2018, 07:40 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବାପ ଘରୁ ବଧୂ ବେଶରେ ଆସିଥିଲେ ଶ୍ୱଶୁର ଘର। ଗୋଡ଼ରୁ ଅଳତା ଓ ହାତରୁ ମେହେନ୍ଦି ଲିଭି ନାହିଁ। କିନ୍ତୁ ଅଷ୍ଟମଙ୍ଗୁଳା ଯିବା ଆଗରୁ ବିଧବା ହୋଇଗଲେ ନବ ବଧୂ। ନିଜ ଆଖି ଆଗରେ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲେ ସ୍ୱାମୀ ଓ ଜେଜେ ମାଆ। ଏବେ ନବ ବଧୂ ଜଣକ ଜୀବନ ସହିତ ସଂଘର୍ଷ କରୁଛନ୍ତି ମେଡ଼ିକାଲ ବେଡ୍‌ରେ। ବାହାଘର ସମୟରେ ଉପହାର ସ୍ୱରୂପ ମିଳିଥିବା ଗିଫ୍ଟ ପ୍ୟାକେଟ୍‌ ବିସ୍ଫୋରଣ ହେବାରୁ ଏପରି ଭୟଙ୍କର ପରିସ୍ଥିତି ଘଟିଥିଲା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରରେ।

ଗତ ୧୮ ତାରିଖରେ ବ୍ରହ୍ମପଡ଼ାର ସୌମ୍ୟ ଶେଖରଙ୍କ ବିବାହ ହୋଇଥିଲା। ୨୦ ତାରିଖରେ ଆଭ୍ୟର୍ଥନା ଭୋଜି ହୋଇଥିଲା। ସେହିଦିନ ମିଳିଥିବା ଉପହାରକୁ ଆଜି ନବ ଦମ୍ପତି ଖୋଲୁଥିବା ବେଳେ ହଠାତ ବିସ୍ଫୋରଣ ଘଟିଲା। ଫଳରେ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ଓ ଜେଜେ ମାଆ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ପାଟଣାଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟ ଶେଖର ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ଘଟିଥିଲା। ତେବେ ମୃତ ସୌମ୍ୟ ଶେଖରଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘର କାନ୍ଥ ଫାଟି ଯାଇଛି। ପାଟଣାଗଡ଼ ପୋଲିସ ଓ ବଲାଙ୍ଗିର ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାହାଘର ସମୟରେ ମିଳିଥିବା ଗିଫ୍ଟରେ ପାର୍ସଲ ବୋମା ଆସିଥିଲା। କିଏ ଓ କାହିଁକି ଏହି ପାର୍ସଲ ବୋମା ପଠାଇଛି, ତାହା ଜଣାପଡ଼ିନି ବୋଲି ଏସ୍‌ଡିପିଓ କହିଛନ୍ତି।

Related story