ଗିରଫ ଡିଏଫଓଙ୍କ ବେଆଇନ ସମ୍ପତ୍ତି ବାଜ୍ୟାପ୍ତି କରିବ ଭିଜିଲାନ୍ସ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ପୂର୍ବତନ ଆଠଗଡ଼ ଡିଏଫଓ ସୁଧାଂଶୁ ମୋହନ ମିଶ୍ରଙ୍କ ବେଆଇନ ସମ୍ପତ୍ତିକୁ ଭିଜିଲାନ୍ସ ବାଜ୍ୟାପ୍ତି କରିବ। ଏଥିପାଇଁ ଖୁବ୍‌ଶୀଘ୍ର ଭିଜିଲାନ୍ସ କୋର୍ଟରେ ଆବେଦନ କରାଯିବ ବୋଲି ଆଜି ଭିଜିଲାନ୍ସ ନିର୍ଦ୍ଦେଶକ ଆର.ପି ଶର୍ମା ସୂଚନା ଦେଇଛନ୍ତି। ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତ ଫେବୃଆରୀ ୨୫ ତାରିଖରେ ସୁଧାଂଶୁ ମୋହନ ମିଶ୍ରଙ୍କୁ ଗିରଫ କରିଥିଲା। ତାଙ୍କର ପ୍ରାୟ ୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି […]

a

Rakesh Mallick
  • Published: Friday, 22 April 2016
  • , Updated: 22 April 2016, 09:06 AM IST

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ପୂର୍ବତନ ଆଠଗଡ଼ ଡିଏଫଓ ସୁଧାଂଶୁ ମୋହନ ମିଶ୍ରଙ୍କ ବେଆଇନ ସମ୍ପତ୍ତିକୁ ଭିଜିଲାନ୍ସ ବାଜ୍ୟାପ୍ତି କରିବ। ଏଥିପାଇଁ ଖୁବ୍‌ଶୀଘ୍ର ଭିଜିଲାନ୍ସ କୋର୍ଟରେ ଆବେଦନ କରାଯିବ ବୋଲି ଆଜି ଭିଜିଲାନ୍ସ ନିର୍ଦ୍ଦେଶକ ଆର.ପି ଶର୍ମା ସୂଚନା ଦେଇଛନ୍ତି।

ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତ ଫେବୃଆରୀ ୨୫ ତାରିଖରେ ସୁଧାଂଶୁ ମୋହନ ମିଶ୍ରଙ୍କୁ ଗିରଫ କରିଥିଲା। ତାଙ୍କର ପ୍ରାୟ ୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ଜବତ କରିଛି।

ଭିଜିଲାନ୍ସ ନିର୍ଦ୍ଦେଶକ ଆର.ପି ଶର୍ମା କହିଛନ୍ତି, “ପୂର୍ବତନ ଡିଏଫଓ ସୁଧାଂଶୁ ମୋହନ ମିଶ୍ରଙ୍କ ମାମଲାର ତଦନ୍ତ ଚାଲିଛି। ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଟାଚ୍ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଟାଚ୍‌ମେଣ୍ଟ ପରେ ଆମେ କୋର୍ଟରେ କେସ୍ ଦାୟର କରିବୁ।”

Related story