‘କୋଭିଡ୍‌ ନୁହେଁ, ଆରୋଗ୍ୟମ୍‌ ହସ୍ପିଟାଲ୍‌ର ଅବହେଳାରୁ ବାପାଙ୍କ ମୃତ୍ୟୁ ହୋଇଛି’

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): “କୋଭିଡ୍‌ରେ ନୁହେଁ, ଆରୋଗ୍ୟମ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳାରୁ ମୋ ବାପାଙ୍କ ମୃତ୍ୟୁ ଘଟିଛି।” ଇଏ ହେଉଛନ୍ତି ରୋଜିନା ସ୍ୱୟଂସିଦ୍ଧା ସାହୁ। ପ୍ରଫେସର ହରିଶଙ୍କର ସାହୁଙ୍କ ଝିଅ। ବାପାଙ୍କ ମୃତ୍ୟୁ ପରେ ହସ୍ପିଟାଲ୍‌ର ଯନ୍ତ୍ରଣା କୋହଭରା କଣ୍ଠରେ ବର୍ଣ୍ଣନା କରୁଛନ୍ତି। ଆଉ କୋହଭରା କଣ୍ଠରେ କହୁଛନ୍ତି, ମୁଁ ସିନା ମୋ ବାପାଙ୍କୁ ବଞ୍ଚାଇପାରିଲି ନାହିଁ। ଆଉ କେହି ସେମିତି ସ୍ଥିତି ଦେଇ ଗତି ନକରନ୍ତୁ ବୋଲି ଭିଡିଓ ବାର୍ତ୍ତାରେ ରୋଜିନା କହୁଛନ୍ତି। ଯାହାର ଭିଡିଓ […]

Sambalpur

Sambalpur

Manoranjan Sial
  • Published: Friday, 28 May 2021
  • Updated: 28 May 2021, 09:32 PM IST

Sports

Latest News

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): “କୋଭିଡ୍‌ରେ ନୁହେଁ, ଆରୋଗ୍ୟମ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳାରୁ ମୋ ବାପାଙ୍କ ମୃତ୍ୟୁ ଘଟିଛି।” ଇଏ ହେଉଛନ୍ତି ରୋଜିନା ସ୍ୱୟଂସିଦ୍ଧା ସାହୁ। ପ୍ରଫେସର ହରିଶଙ୍କର ସାହୁଙ୍କ ଝିଅ। ବାପାଙ୍କ ମୃତ୍ୟୁ ପରେ ହସ୍ପିଟାଲ୍‌ର ଯନ୍ତ୍ରଣା କୋହଭରା କଣ୍ଠରେ ବର୍ଣ୍ଣନା କରୁଛନ୍ତି। ଆଉ କୋହଭରା କଣ୍ଠରେ କହୁଛନ୍ତି, ମୁଁ ସିନା ମୋ ବାପାଙ୍କୁ ବଞ୍ଚାଇପାରିଲି ନାହିଁ। ଆଉ କେହି ସେମିତି ସ୍ଥିତି ଦେଇ ଗତି ନକରନ୍ତୁ ବୋଲି ଭିଡିଓ ବାର୍ତ୍ତାରେ ରୋଜିନା କହୁଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ସେହି ଭିଡ଼ିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୁରି ବୁଲୁଛି।

ପୂରା ଘଟଣାଟି ଏମିତି। ସମ୍ୱଲପୁର ଆରୋଗ୍ୟମ୍‌ ହସ୍ପିଟାଲ୍‌ରେ ପୂର୍ବରୁ ରୋଜିନା ଡାଏଟିସିଆନ୍‌ ଥିଲେ। ସେହି ଦୃଷ୍ଟିରୁ ବାପା ପ୍ରଫେସର ହରିଶଙ୍କର ସାହୁଙ୍କର ଅକ୍ସିଜେନ୍‌ ସାଚୁରେସନ୍‌ କମିଯିବାରୁ ଗତ ୧୭ ତାରିଖରେ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସବୁ ଟେଷ୍ଟ କରାଯାଇଥିଲା। କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେହି ହିସାବରେ ତାଙ୍କର ଚିକିତ୍ସା ଚାଲିଥିଲା। ଧୀରେ ଧୀରେ ଆରୋଗ୍ୟ ହେଲେ ପ୍ରଫେସର ସାହୁ। ଏପରିକି ତାଙ୍କର ଅକ୍ସିଜେନ୍‌ ସାଚୁରେସନ୍‌ ୯୭ ରହୁଥିଲା ବୋଲି ରୋଜିନା କହିଛନ୍ତି।

ରୋଜିନା ପୂର୍ବରୁ ସେହି ମେଡିକାଲ୍‌ରେ ଡାଏଟିସିଆନ୍‌ ଥିବାରୁ ସବୁ କର୍ମଚାରୀଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା। ସେହି ଦୃଷ୍ଟିରୁ ରୋଜିନାଙ୍କ ସହିତ କାଉନ୍‌ସେଲିଂ ବେଳେ ପ୍ରଫେସର ସାହୁ ଆରୋଗ୍ୟ ହେଉଥିବା ଡାକ୍ତର କହିଥିଲେ। ତାଙ୍କୁ ଆଉ କୌଣସି ସପୋର୍ଟର ଆବଶ୍ୟକତା ଦରକାର ନାହିଁ। କିନ୍ତୁ ସାଙ୍ଘାତିକ କେସ୍‌ରେ ଭେଣ୍ଟିଲେଟର ଥିବା ହସ୍ପିଟାଲ ଦରକାର ବୋଲି ପ୍ରଫେସର ସାହୁଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ବିନା ଅକ୍ସିଜେନ୍‌ରେ ତାଙ୍କୁ ଭୁବନେଶ୍ୱର ନେଇ ହେବ ବୋଲି କହିଥିଲେ। ଡାକ୍ତରଙ୍କ କଥାକୁ ବିଶ୍ୱାସ କରି ବାପାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିକ କରିବା ପାଇଁ ବ୍ୟବସ୍ଥା କଲେ ରୋଜିନା।

ମେଡିକାଲ୍‌ ତଳେ ଆମ୍ୱୁଲାନ୍ସ ଲାଗିଲା। ବିଲିଂ କାଉନ୍‌ଣ୍ଟରରେ ପେମେଣ୍ଟ କରୁଥିଲେ ରୋଜିନା। ହଠାତ୍‌ ଗୋଟିଏ ଫୋନ୍‌ କଲ ଆସିଲା ବିଲିଂ କରୁଥିବା ବ୍ୟକ୍ତିଙ୍କ ପାଖଙ୍କୁ। ସେ ରୋଜିଙ୍କୁ କହିଲେ, ଆପଣଙ୍କ ବାପାଙ୍କ ଅକ୍ସିଜେନ୍‌ ସାଚୁରେସନ୍‌ କମ୍‌ ହୋଇଯାଇଛି, ଷ୍ଟେବ୍‌ଲ କରି ଛାଡୁଛୁ। ତାଙ୍କୁ ଖୁଆଇଲା ବେଳେ ଅକ୍ସିଜେନ୍‌ ସାଚୁରେସନ୍‌ କମିଯାଇଥିଲା ବୋଲି ରୋଜିନା ଶୁଣିବାକୁ ପାଇଥିଲେ।

ବିଲିଂ ସାରି ବାପାଙ୍କୁ ଅପେକ୍ଷା କରିଥିଲେ ରୋଜିନା। ସେତେବେଳକୁ ପ୍ରଫେସର ସାହୁଙ୍କୁ ବାହାରକୁ ଅଣାଯାଇଥିଲା। ସେ ଠିକ୍‌ ଭାବେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁନଥିଲେ। ବାପାଙ୍କ ଏପରି ଅବସ୍ଥା ଦେଖି ଭାବବ୍ୟୁହଳ ହୋଇପଡ଼ି ଥିଲେ ରୋଜିନା। ବାପାଙ୍କୁ କ୍ୟାବିନ୍‌ ଭିତରକୁ ନେବାକୁ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଆଇସିୟୁ ବେଡ୍‌ ନହେଲା ନାହିଁ, ଜେନେରାଲ୍‌ ବେଡ୍‌ରେ ରଖନ୍ତୁ ବୋଲି ଗୁହାରି କରିଥିଲେ। ହେଲେ ମେଡିକାଲ୍‌ କର୍ତ୍ତୃପକ୍ଷ ତାଙ୍କ ଗୁହାରୀ ଓ କାନ୍ଦ ଶୁଣିନଥିଲେ ବୋଲି ରୋଜିନା ଅଭିଯୋଗ କରିଛନ୍ତି।

ବିନା ଅକ୍ସିଜେନ୍‌ ସପୋଟ୍‌ରେ ମେଡିକାଲ୍‌ କର୍ତ୍ତୃପକ୍ଷ ପ୍ରଫେସର ସାହୁଙ୍କୁ ଚଲାଇ ଚଲାଇ ଆଣି ଆମ୍ୱୁଲାନ୍ସ ପାଖରେ ଛାଡ଼ି ପଳାଇଗଲେ। ବହୁ କଷ୍ଟରେ ପ୍ରଫେସର ସାହୁଙ୍କୁ ତାଙ୍କ ପରିବାର ଲୋକ ଆମ୍ୱୁଲାନ୍ସରେ ଚଢ଼ାଇ ଦେଲେ। ପରେ ଆମ୍ୱୁଲାନ୍ସର ଏସି ଓ ଫ୍ୟାନ୍‌ ବନ୍ଦ ହୋଇଗଲା। ଆମ୍ୱୁଲାନ୍ସ ଭିତରେ ନିଃଶ୍ୱାସ ପ୍ରଶ୍ୱାସ ଠିକ୍‌ ନେଇପାରୁନଥିଲେ ପ୍ରଫେସର ସାହୁ। ବାପାଙ୍କର ଏପରି ଅବସ୍ଥା ଦେଖି ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ୍‌ କର୍ମଚାରୀଙ୍କୁ ଅନରୋଧ କଲେ ରୋଜିନା। ଅକ୍ସିଜେନ୍‌ ସାଚୁରେସନ୍‌ ବଢ଼ାଇବାକୁ ଅନୁରୋଧ କଲେ। ହେଲେ କେହି ଶୁଣିଲେ ନାହିଁ।

ପ୍ରଫେସର ସାହୁଙ୍କ ଜୀବନ ବଞ୍ଚାଇବା ପାଇଁ ବହୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ ରୋଜିନା। ହେଲେ ସମ୍ଭବ ପର ହେଲା ନାହିଁ। ଶେଷରେ ଭିମ୍‌ସାରରେ ବାପାଙ୍କୁ ଭର୍ତ୍ତି କଲେ ରୋଜିନା। ସେଠାରେ ଆଇସିୟୁ ବେଡ୍‌ ମିଳିଲା ନାହିଁ। ଜେନେରାଲ୍‌ ବେଡ୍‌ରେ ଭର୍ତ୍ତି କଲେ। କିନ୍ତୁ ଠିକ୍‌ ଚିକିତ୍ସା ପାଇଲେ ନାହିଁ। ତା’ପର ଦିନ ଆଖି ବୁଜିଲେ ପ୍ରଫେସର ସାହୁ।

https://youtu.be/-ge9FbLgNWU

ରୋଜିନା କହିଛନ୍ତି-“ଆରୋଗ୍ୟମ୍‌ ହସ୍ପିଟାଲ୍‌ରେ ଯଦି ଅବହେଳା କରାଯାଇନଥାଆନ୍ତା, ତାହାହେଲେ ମୋତେ ଏ ଭିଡ଼ିଓ କରିବାକୁ ପଡ଼ିନଥାଆନ୍ତା। ମୁଁ ମୋ ବାପାଙ୍କ ସହିତ କଥା ହୋଇଥାଆନ୍ତି। ମୋ ବାପାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଛି। ପ୍ରଥମ ଦିନରେ ତାଙ୍କୁ ଡବ୍‌ଲ ଡୋଜ ରେମ୍‌ଡେସିଭିର ଦିଆଯାଇଛି। ମୋ ବାପାଙ୍କର ଅକ୍ସିଜେନ୍‌ ସାଚୁରେସନ୍‌ ୯୭ ରହିଥିଲା। ମୋ’ ବାପା କୋଭିଡରେ ଯାଇନାହାନ୍ତି ଅବହେଳାରୁ ଯାଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos