ଭାବୀ ସ୍ୱାମୀଙ୍କ ମର୍ଡର ପରେ ବିଷ ପିଇ ଆତ୍ମହତ୍ୟା କଲେ ପ୍ରେମିକା!

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ପ୍ରେମ ସମ୍ପର୍କ ନେବାକୁ ଯାଉଥିଲା ବିବାହର ରୂପ। ହେଲେ ତା’ ପୂର୍ବରୁ ହତ୍ୟାର ଶିକାର ହୋଇଗଲେ ଭାବୀ ସ୍ୱାମୀ। ନିଜ ଆଖି ଆଗରେ ଏସବୁ ଦେଖି ସହି ପାରିଲେନି ପ୍ରେମିକା। ମର୍ଡର ତିନି ଦିନ ପରେ ଆଜି ବିଷ ପିଇ ଆତ୍ମହତ୍ୟା କଲେ! ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଞ୍ଚଳରେ ଘଟିଛି। ପୂରା ଘଟଣା ଏମିତି। ହଂସପୁର ଗାଁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା। […]

Ganjam

Manoranjan Sial
  • Published: Monday, 25 April 2022
  • , Updated: 25 April 2022, 06:58 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ପ୍ରେମ ସମ୍ପର୍କ ନେବାକୁ ଯାଉଥିଲା ବିବାହର ରୂପ। ହେଲେ ତା’ ପୂର୍ବରୁ ହତ୍ୟାର ଶିକାର ହୋଇଗଲେ ଭାବୀ ସ୍ୱାମୀ। ନିଜ ଆଖି ଆଗରେ ଏସବୁ ଦେଖି ସହି ପାରିଲେନି ପ୍ରେମିକା। ମର୍ଡର ତିନି ଦିନ ପରେ ଆଜି ବିଷ ପିଇ ଆତ୍ମହତ୍ୟା କଲେ! ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଞ୍ଚଳରେ ଘଟିଛି।

ପୂରା ଘଟଣା ଏମିତି। ହଂସପୁର ଗାଁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା। ସେ ଦୀର୍ଘ ଦିନ ଧରି ତାଙ୍କ ସମ୍ପର୍କୀୟା ଆରତୀଙ୍କୁ ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକ ସ୍ୱୀକୃତି ଦେଇଥିଲେ। ଆସନ୍ତା ୧୩ ତାରିଖରେ କୃଷ୍ଣଚନ୍ଦ୍ର ଓ ଆରତୀଙ୍କ ବାହାଘର ହୋଇଥାଆନ୍ତା। ସେଥିପାଇଁ ନିର୍ବନ୍ଧ ସରିଥିଲା। ଏହା ପରେ ଦୁହେଁ ବେଶ୍‌ ଖୁସିରେ ଥିଲେ।

ଗତ ୨୨ ତାରିଖ ରାତିରେ କୃଷ୍ଣଚନ୍ଦ୍ର ପରିଡା ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଗାଁ ପାଖ ମନ୍ଦିର ନିକଟରେ କେତେକ ଦୁର୍ବୃତ୍ତ ତାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣା ପରେ ତାଙ୍କ ପ୍ରେମିକା ଆରତୀ ଭାଙ୍ଗି ପଡ଼ିଥିଲେ। ଗତ ତିନି ଦିନ ହେଲା ଠିକ୍‌ରେ ଖିଆପିଆ କରୁନଥିଲେ। ଆଜି ଆରତୀ ମନ୍ଦିର ଯାଉଛନ୍ତି ବୋଲି କହି ଘରୁ ବାହାରିଥିଲେ। ଯେଉଁ ସ୍ଥାନରେ କୃଷ୍ଣ ମର୍ଡର ହୋଇଥିଲେ(ମନ୍ଦିର ସମ୍ମୁଖ), ସେହିଠାରେ ଆରତୀ ଆଜି ବିଷ ପିଇ ଦେଇଥିଲେ।

ଗାଁ ଲୋକେ ଆରତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛତ୍ରପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ମୃତ ଆରତୀଙ୍କ ମାମୁ ଓ ମାଆ କହିଛନ୍ତି।

ଅନ୍ୟପକ୍ଷରେ ପୁଲିସ୍‌ କୃଷ୍ଣଚନ୍ଦ୍ର ପରିଡ଼ା ମର୍ଡର ମାମଲାରେ କେତେକ ଲୋକଙ୍କୁ ସନ୍ଦେହରେ ଅଟକ ରଖିଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ପଚରାଉଚରା ପରେ ଛାଡି ଦେଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କୃଷ୍ଣଚନ୍ଦ୍ର ପରିଡାଙ୍କ ହତ୍ୟାକାରୀଙ୍କ ଗିରଫ ଦାବିରେ ହଂସପୁର ଗାଁ ଲୋକେ ଆଜି ନିଆଁ ଜାଳି ରାସ୍ତା ରୋକ କରିଥିଲେ।

ଆଜି ସନ୍ଧ୍ୟା ବେଳେ ପୁଣି ଅସାନ୍ତ ହୋଇଛି ହଂସପୁର। ସ୍ଥିତି ନିୟନ୍ତ୍ରଣ କରିବାକୁ ଆସିଥିବା ପୁଲିସ ଉପରେ ଆକ୍ରମଣ ହୋଇଛି। କିଛି ସାମ୍ବାଦିକଙ୍କ ମୋବାଇଲ ଓ କ୍ୟାମେରା ଛଡ଼ାଇ ନେଲେ ଗାଁ ଲୋକ।

Related story