କଟକ(ଓଡ଼ିଶା ରିପୋର୍ଟର): ଯୁବତୀଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ରାସ୍ତା ମଝିରେ ସମ୍ପୃକ୍ତ ଯୁବକଙ୍କୁ ଚପଲରେ ପିଟିବା ସହ ଆଣ୍ଠେଇ ଭୁଲ୍ ମଗାଇଥିଲେ ଯୁବତୀ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ, ଗତକାଲି କଟକ ବକ୍ସି ବଜାର ଛକରେ ଉକ୍ତ ଯୁବକ ଜଣକ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଯୁବତୀଜଣକ ଏହାକୁ ବିରୋଧ କରି ସମ୍ପୃକ୍ତ ଯୁବକଙ୍କୁ ଚପଲରେ ପିଟିବା ସହ ବିଚ୍ ରାସ୍ତାରେ ତାଙ୍କୁ ଆଣ୍ଠେଇ ଭୁଲ୍ ମଗାଇଥିଲେ। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି।
ଅନ୍ୟପକ୍ଷରେ, ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବକଜଣକ। ସେ କହିଛନ୍ତି, ‘ମୁଁ ରାସ୍ତାରେ ଯାଉଥିଲି। ସେ ଝିଅ ରାସ୍ତା ଅତିକ୍ରମ କଲାବେଳେ ଭିଡ଼ରେ ହାତ ବାଜି ଯାଇଥିଲା। ଫଳରେ ସେ(ଯୁବତୀ) ମୋତେ ପିଟିଥିଲେ।’
ଏହି ଘଟଣା ଯେତେବେଳେ ଘଟିଥିଲା ସେହି ସମୟରେ ଯୁବକ ଜଣ ମଦ୍ୟପାନ କରିଥିବା ସେ ନିଜେ ସ୍ୱୀକାର କରିଛନ୍ତି।