ନିଆଁରେ ପୋଡ଼ି ଝିଅ ମୃତ, ମା’ ଓ ୨ ପିଲା ଗୁରୁତର

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗେରୁପଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ଝିଅର ମୃତ୍ୟୁ ଘଟିଥିବା ବେଳେ ମା’ ଓ ଅନ୍ୟ ୨ ପିଲା ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ମା’ଙ୍କ ସହ ଗୋଟାଏ ଝିଅ ଓ ପୁଅ ଅଛନ୍ତି। ସେମାନଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ଅରୁଣ ସାହୁଙ୍କ ଘରେ ନିଆଁ ଲାଗିଯାଇଥିଲା। ଏମାନେ ସମସ୍ତେ ଘରେ ଶୋଇଥିଲେ। ଘରେ ନିଆଁ ଲାଗିଯାଇଥିବା […]

ttttttttt888888888888888

Tapaswini Nayak
  • Published: Wednesday, 19 June 2019
  • , Updated: 19 June 2019, 11:07 AM IST

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗେରୁପଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି।
ନିଆଁରେ ପୋଡ଼ି ଝିଅର ମୃତ୍ୟୁ ଘଟିଥିବା ବେଳେ ମା’ ଓ ଅନ୍ୟ ୨ ପିଲା ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ମା’ଙ୍କ ସହ ଗୋଟାଏ ଝିଅ ଓ ପୁଅ ଅଛନ୍ତି। ସେମାନଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଗାଁର ଅରୁଣ ସାହୁଙ୍କ ଘରେ ନିଆଁ ଲାଗିଯାଇଥିଲା। ଏମାନେ ସମସ୍ତେ ଘରେ ଶୋଇଥିଲେ। ଘରେ ନିଆଁ ଲାଗିଯାଇଥିବା ଅରୁଣ ପ୍ରଥମେ ଜାଣିପାରିଥିଲେ। ସଙ୍ଗେସଙ୍ଗେ ନିଜ ସ୍ତ୍ରୀ ଓ ତିନି ପିଲାଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ୧୩ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିଲା।

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Related story