ମାଟି ତଳୁ ଉଦ୍ଧାର ହେଲା ଦିନକର ଶିଶୁକନ୍ୟା

ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ମାଟି ତଳୁ ଦିନକର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି।  ଶିଶୁଟିକୁ ଟିକାୟତପାଲି ସାନଝରଣ ନାଳରେ କେହି ପୋତି ଦେଇଥିଲା।

ସୂଚନା ଅନୁସାରେ ଗତକାଲି ରାତିରେ କିଛି ସ୍ଥାନୀୟ ଲୋକ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଶିଶୁର କାନ୍ଦ ଶୁଣିଥିଲେ। ତେବେ କାଳବୈଶାଖୀ ଯୋଗୁଁ ଭୟଭୀତ ହୋଇ ଘରକୁ ଫେରି ଆସିଥିଲେ। ଆଜି ସକାଳେ କିଛି ସ୍ଥାନୀୟ ଲୋକ ପୋଲିସ ଓ ଆଶାକର୍ମୀ ଜଙ୍ଗଲକୁ ଯାଇ ନାଳରେ ପୋତା ହୋଇଥିବା ଶିଶୁକନ୍ୟାଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ। ଶିଶୁଟିକୁ ପ୍ରଥମେ ବଣାଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ପରେ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି।