ଭୁଲ୍ ଇଞ୍ଜେକସନ୍ରୁ ଚାଲିଗଲା ଜୀବନ !
- Published: Thursday, 10 May 2018
- , Updated: 10 May 2018, 12:51 PM IST
<p>ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଉଦିତ ନଗର ଥାନା ଅର୍ନ୍ତଗତ ମାଲଗୋଦାମ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଭୁଲ୍ ଇଞ୍ଜେକସନ୍‌ ଦିଆଯିବା ଯୋଗୁଁ ସରଜୁ ସାହୁଙ୍କ ନାମକ ଜଣେ ବ୍ୟକ୍ତିଙ୍କ ୩ ମାସର ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଅଙ୍ଗନବାଡି କର୍ମୀ ଶିଶୁକନ୍ୟାକୁ ଡିପିଟି ଇଞ୍ଜେକସନ୍ ଦେଇଥିଲେ। ତେବେ ଇଞ୍ଜେକସନ ଦେବାର ୨/୩ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।</p>
<p>ଏନେଇ ପରିବାର ଲୋକେ ଥାନାରେ ଏତେଲା ଦେଇଛନ୍ତି। ଏହାସହ ଇଞ୍ଜେକସନ୍‌ ଦେଇଥିବା ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।</p>
<p>&nbsp;</p>