ଜଙ୍ଗଲରୁ କାଠ ଆଣି ଘରକୁ ଫେରୁଥିବା ବେଳେ…

Ordigital Desk
  • Published: Friday, 12 January 2018
  • , Updated: 12 January 2018, 01:06 PM IST
<p>ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଅବଗେଇପୁର ଗାଁର ଜଣେ ଆଦିବାସୀ ନାବାଳିକାକୁ&nbsp; ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଜଣେ ଯୁବକଙ୍କୁ ଗିରଫ କରିଛି।</p> <p>ସୂଚନାଅନୁସାରେ, ନାବାଳିକା ଜଣକ ନିକଟସ୍ଥ ଜଙ୍ଗଲରୁ କାଠ ଆଣି ଘରକୁ ଫେରୁଥିଲେ। ସେହି ସମୟରେ ଗାଁର ବିଶ୍ୱନାଥ ଜେନାଙ୍କ ପୁଅ ଜଗା ଜେନା(୨୨) ତାକୁ ଜଙ୍ଗଲକୁ ଉଠାଇ ନେଇ ଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଏନେଇ ତାଙ୍କ ବାପାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା।&nbsp; ଏହାପରେ ନାବାଳିକାଙ୍କ ବାପା ଖଇରା ଥାନାରେ ଅଭିଯୋଗ କରିଥିଲେ।</p> <p>ଘଟଣାସ୍ଥଳରେ ଖଇରା ଆଇଆଇସି ପହଞ୍ଚି ଅଭିଯୁକ୍ତ ଜଗା ଜେନାଙ୍କୁ ଗିରଫ କରିଛି।</p>

Related story