ସିନ୍ଦୂର ପାଇଁ ଦାଣ୍ଡ ଦୁଆରେ ପ୍ରେମିକା!

ଦେବଗଡ଼(ସିଦ୍ଧାର୍ଥ ଗୁରୁ):ସିନ୍ଦୂର ପାଇଁ ଦାଣ୍ଡ ଦୁଆରେ ପ୍ରେମିକା!ପ୍ରେମିକଙ୍କ ଘର ଆଗରେ ଧାରଣା ଦେଉଛନ୍ତି। ଦିନେ କି ଦୁଇ ଦିନ ନୁହେଁ, ତିନି ଦିନ ଧରି ସେ ଧାରଣାରେ ବସିଛନ୍ତି। ଆଉ ବୋହୂର ସ୍ୱୀକୃତି ପାଇଁ ଗୁହାରୀ କରୁଛନ୍ତି। ଏପରି ଚିତ୍ର ଆସିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରୁ। ଦେବଗଡ ଜିଲ୍ଲା ରିଆମାଳ ଥାନା ବାବରାକୋଟ ଗ୍ରାମରେ ସଞ୍ଜୟ ସାହୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳର ଅଲି ସାହୁଙ୍କୁ ପ୍ରେମ କରୁଥିଲେ। ଅଲି ମଧ୍ୟ ସଞ୍ଜୟଙ୍କୁ […]

Debagarh

Debagarh

Manoranjan Sial
  • Published: Wednesday, 07 September 2022
  • Updated: 07 September 2022, 04:16 PM IST

Sports

Latest News

ଦେବଗଡ଼(ସିଦ୍ଧାର୍ଥ ଗୁରୁ):ସିନ୍ଦୂର ପାଇଁ ଦାଣ୍ଡ ଦୁଆରେ ପ୍ରେମିକା!ପ୍ରେମିକଙ୍କ ଘର ଆଗରେ ଧାରଣା ଦେଉଛନ୍ତି। ଦିନେ କି ଦୁଇ ଦିନ ନୁହେଁ, ତିନି ଦିନ ଧରି ସେ ଧାରଣାରେ ବସିଛନ୍ତି। ଆଉ ବୋହୂର ସ୍ୱୀକୃତି ପାଇଁ ଗୁହାରୀ କରୁଛନ୍ତି। ଏପରି ଚିତ୍ର ଆସିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରୁ।

ଦେବଗଡ ଜିଲ୍ଲା ରିଆମାଳ ଥାନା ବାବରାକୋଟ ଗ୍ରାମରେ ସଞ୍ଜୟ ସାହୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳର ଅଲି ସାହୁଙ୍କୁ ପ୍ରେମ କରୁଥିଲେ। ଅଲି ମଧ୍ୟ ସଞ୍ଜୟଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବେ ବୋଲି ପରସ୍ପରକୁ କଥା ଦେଇଥିଲେ। ଏହାର ସୁଯୋଗ ନେଇ ଅଲିଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ସଞ୍ଜୟ।

ଦିନେ ପରିବାର ଲୋକଙ୍କ ଅନୁପସ୍ଥିତିରେ ଅଲିଙ୍କ ଘରକୁ ଯାଇଥିଲେ ସଞ୍ଜୟ। ଆଉ ଅଲିଙ୍କ ଘରେ ପଶି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସମୟରେ ସଞ୍ଜୟ ଧରାପଡିଥିଲେ। ପରେ ଦୁଷ୍କର୍ମ ମାମଲାରେ ସେ ରେଢ଼ାଖୋଲ ଜେଲ୍‌ ଯାଇଥିଲେ। ଏହା ପରେ ସଞ୍ଜୟଙ୍କ ପରିବାର ଲୋକ ଅଲି ଓ ତାଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ। ଏପରିକି ବିବାହ ପ୍ରତିଶ୍ରୁତି ଦେବାରୁ ଅଲିଙ୍କ ପରିବାର ଲୋକେ କୋହଳ ମନୋଭାବ ପୋଷଣ କରିଥିଲେ। ଯେଉଁଥିପାଇଁ ସଞ୍ଜୟ ଜେଲରୁ ବାହାର କରିଥିଲେ।

ଜେଲ୍‌ରୁ ବାହାରିବା ପରେ ସଞ୍ଜୟ ଓ ଅଲିଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ଉଭୟ ଫୋନ୍‌ରେ କଥା ହେଉଥିଲେ। ପୂର୍ବ ପରି ସମ୍ପର୍କ ନୀବିଡ଼ ହୋଇଥିଲା। ଧୀରେ ଧୀରେ ସଞ୍ଜୟଙ୍କ ଉପରେ ଅଲିଙ୍କର ଭରସା ବଢ଼ିଥିଲା। ଏହାରି ଭିତରେ ଘର ନିର୍ମାଣ ଓ ଦୋକାନର ଉନ୍ନତି କରଣ ପାଇଁ ଅଲିଙ୍କୁ ଟଙ୍କା ମାଗିଥିଲେ। ପ୍ରମିକଙ୍କ କଥାକୁ ବିଶ୍ୱାସ କରି ଅଲି ୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ଦେଇଥିବା କହିଛନ୍ତି।

ସଞ୍ଜୟ ଓ ଅଲିଙ୍କ ମଧ୍ୟରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ତେବେ ହଠାତ୍‌ କ’ଣ ହେଲା ଅଲିଙ୍କ ଫୋନ୍‌ ରିସିଭ୍‌ କଲେନାହିଁ ସଞ୍ଜୟ। ବାରମ୍ୱାର ଫୋନ୍‌ ନଉଠାଇବାରୁ ସଞ୍ଜୟଙ୍କୁ ଦେଖା କରିବାକୁ ଆସିଥିଲେ ଅଲି। ଆଉ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ। ହେଲେ ଏଥିରେ ରାଜି ହେଉନି ସଞ୍ଜୟ। ବାହା ହେବେନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ସେପଟେ ସଞ୍ଜୟ ଅନ୍ୟତ୍ର ବାହା ହେବା ପାଇଁ ଯୋଜନା କରୁଥିଲେ। ଏକଥା ଜାଣିବା ପରେ ନିଜ ଭାଉଜ ଓ ସମ୍ପର୍କୀୟମାନଙ୍କ ସହ ବାବରାକୋଟ ଗାଁକୁ ଆସିଥିଲେ ଅଲି।

ଲିମା ପ୍ରଥମ ପ୍ରେମିକ ସଞ୍ଜୟ ଓ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ। ବୋହୂର ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ। ମାତ୍ର ସେମାନେ ଏଥିରେ ରାଜି ନହେବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସଞ୍ଜୟ ସେଠାରୁ ଦୌଡି ଫେରାର ହୋଇଯାଇଥିଲେ। ପରେ ପ୍ରେମିକଙ୍କ ଘର ସମ୍ମୁଖରେ ପ୍ରେମିକା ଅଲି ଧାରଣାରେ ବସି ରହିଛନ୍ତି। ଆଜକୁ ତିନି ଦିନ ଧରି ସେ ଧାରଣାରେ ବସିଛନ୍ତି।

ଅନ୍ୟପଟେ ପ୍ରେମିକର ପରିବାର ଲୋକ କିଛି ଜାଣିନଥିବା ସଫେଇ ଦେଉଛନ୍ତି। ସେପଟେ ସଞ୍ଜୟ ଘରକୁ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ରିଆମାଳ ଥାନା ପୁଲିସ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ ସ୍ତ୍ରୀ’ର ସ୍ୱୀକୃତି ନମିଳିବା ଯାଏଁ ଘର ସମ୍ମୁଖରୁ ଉଠିବି ନାହିଁ ବୋଲି ଅଲି ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story