ଯୁକ୍ତ ଦୁଇ କଳା ପାସ୍ ହାର କମିଲା; ଛାତ୍ରଙ୍କୁ ଟପିଲେ ଛାତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ।  କଳାରେ ପାସ୍ ହାର ୬୮.୭୯% ରହିଛି। ଗତବର୍ଷ ତୁଳନାରେ ଏଥର ପାସ୍ ହାର କମିଛି। ଗତବର୍ଷ ୭୦.୧୭% ପିଲା ପାସ୍ କରିଥିଲେ। ମାତ୍ର ଜଣେ ପିଲା ୯୦% ନମ୍ବର ରଖିଛନ୍ତି। ଏଥର କଳାରେ ୨, ୩୦, ୨୦୬ ପିଲା ପରୀକ୍ଷା ଦେଇଥିଲେ। ସେଥିରୁ ପାସ୍ କରିଛନ୍ତି ମୋଟ ୧, ୫୮, ୩୭୮ ଜଣ ଛାତ୍ରଛାତ୍ରୀ। ପ୍ରଥମ ଶ୍ରେଣୀରେ […]

girls

girls

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 11:15 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ।  କଳାରେ ପାସ୍ ହାର ୬୮.୭୯% ରହିଛି। ଗତବର୍ଷ ତୁଳନାରେ ଏଥର ପାସ୍ ହାର କମିଛି। ଗତବର୍ଷ ୭୦.୧୭% ପିଲା ପାସ୍ କରିଥିଲେ। ମାତ୍ର ଜଣେ ପିଲା ୯୦% ନମ୍ବର ରଖିଛନ୍ତି।

ଏଥର କଳାରେ ୨, ୩୦, ୨୦୬ ପିଲା ପରୀକ୍ଷା ଦେଇଥିଲେ। ସେଥିରୁ ପାସ୍ କରିଛନ୍ତି ମୋଟ ୧, ୫୮, ୩୭୮ ଜଣ ଛାତ୍ରଛାତ୍ରୀ। ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୧୯, ୯୯୩ ପିଲା। ଦ୍ୱିତୀୟ ଶ୍ରେଣୀରେ ୨୬, ୦୭୬ ଜଣ ପାସ୍ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୧, ୧୨, ୧୪୩ ଜଣ ପାସ୍ କରିଛନ୍ତି। ପୁରୀ ଜିଲ୍ଲାରେ ପାସ୍ ହାର ସବୁଠୁ ଅଧିକ ରହିଛି। ଏଠାରେ ପାସ୍ ହାର ୭୯.୮୭ ପ୍ରତିଶତ ରହିଛି। ନବରଙ୍ଗପୁର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୪୭.୫୮% ରହିଛି।

ଛାତ୍ରଙ୍କୁ ଟପିଲେ ଛାତ୍ରୀ

ଏହି ବିଭାଗରେ ମୋଟ ୬୩, ୭୫୯ ଜଣ ଛାତ୍ର ପାସ୍ କରିଥିବା ବେଳେ ୯୪, ୬୧୯ ଜଣ ଛାତ୍ରୀ ପାସ୍ କରିଛନ୍ତି। ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଅବଶ୍ୟ ବାଣିଜ୍ୟରେ ଝିଅଙ୍କ ଅପେକ୍ଷା ପୁଅଙ୍କ ରେଜଲ୍ଟ ଭଲ ହୋଇଛି। ଏଥିରେ ୧୩,୦୯୮ ପୁଅ ପାସ୍ କରିଥିବା ବେଳେ ୭,୧୨୭ ଝିଅ ପାସ୍ କରିଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos