‘ପଦ୍ମଶ୍ରୀ’ ସମ୍ମାନ ଗ୍ରହଣ କରିବାକୁ ମନା କଲେ ଗୀତା, କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କଲେ ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା। ଏକ ପ୍ରେସ ନୋଟ୍ ମାଧ୍ୟମରେ ସେ ତାଙ୍କର ଏହି ନିଷ୍ପତ୍ତି ଜଣାଇ ଦେଇଛନ୍ତି। ଗୀତା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଅଛି। ତେଣୁ ଏହା ଏକ ଭୁଲ୍ ବାର୍ତ୍ତା ଦେବ। ଏହା ସରକାର ଓ ମୋ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଥାଆନ୍ତା। ଗୀତା ମେହେଟା(ଆମେରିକା)ଙ୍କୁ ସାହିତ୍ୟ ଓ ଶିକ୍ଷା […]

naveen23

Jitendra Garnayak
  • Published: Saturday, 26 January 2019
  • , Updated: 26 January 2019, 08:02 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କଲେ ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା। ଏକ ପ୍ରେସ ନୋଟ୍ ମାଧ୍ୟମରେ ସେ ତାଙ୍କର ଏହି ନିଷ୍ପତ୍ତି ଜଣାଇ ଦେଇଛନ୍ତି।

ଗୀତା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଅଛି। ତେଣୁ ଏହା ଏକ ଭୁଲ୍ ବାର୍ତ୍ତା ଦେବ। ଏହା ସରକାର ଓ ମୋ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଥାଆନ୍ତା।

ଗୀତା ମେହେଟା(ଆମେରିକା)ଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ପ୍ରବାସୀ ଭାରତୀୟ ଭାବେ ତାଙ୍କୁ ଏହି ସମ୍ମାନ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା।

ଚଳିତ ବର୍ଷ ପଦ୍ମଶ୍ରୀ ତାଲିକାରେ ୩ଜଣ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ଦୈତାରୀ ନାୟକ, କମଳା ପୂଜାରୀ ଓ ଡି.ପ୍ରକାଶ ରାଓ।

ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୪ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବାକୁ ଗତକାଲି ଘୋଷଣା କରାଯାଇଥିଲା।

Related story