ହଷ୍ଟେଲ ଫି’ ହ୍ରାସ ଓ ଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଦାବିରେ ଜିଏମ ବିଶ୍ୱବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ

ସମ୍ୱଲପୁର: ହଷ୍ଟେଲ ଫି କମାଇବା ଓ ହଷ୍ଟେଲରେ ଛାତ୍ରୀଙ୍କ ସୁରକ୍ଷା ଦାବିରେ ସମ୍ୱଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି। ଛାତ୍ରଛାତ୍ରୀମାନେ ଫ।ଟକ ଆଗରେ ଧାରଣାରେ ବସି ରହିବାରୁ ପାଠପଢା ପ୍ରଭାବିତ ହୋଇଛି। ଶେଷରେ ରେଜିଷ୍ଟ୍ରାର ଧାରଣା ସ୍ଥଳକୁ ଯାଇ ଦାବି ପୂରଣ ପାଇଁ ମୌଖିକ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରତିଶୃତି ଯଥା ଶୀଘ୍ର କାର୍ଯ୍ୟକାରୀ ନ କରାଗଲେ ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ଆନ୍ଦୋଳନକାରୀ ଛାତ୍ରଛାତ୍ରୀ […]

gm univercity student strike

Rakesh Mallick
  • Published: Monday, 17 August 2015
  • , Updated: 17 August 2015, 12:34 PM IST

ସମ୍ୱଲପୁର: ହଷ୍ଟେଲ ଫି କମାଇବା ଓ ହଷ୍ଟେଲରେ ଛାତ୍ରୀଙ୍କ ସୁରକ୍ଷା ଦାବିରେ ସମ୍ୱଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି। ଛାତ୍ରଛାତ୍ରୀମାନେ ଫ।ଟକ ଆଗରେ ଧାରଣାରେ ବସି ରହିବାରୁ ପାଠପଢା ପ୍ରଭାବିତ ହୋଇଛି। ଶେଷରେ ରେଜିଷ୍ଟ୍ରାର ଧାରଣା ସ୍ଥଳକୁ ଯାଇ ଦାବି ପୂରଣ ପାଇଁ ମୌଖିକ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରତିଶୃତି ଯଥା ଶୀଘ୍ର କାର୍ଯ୍ୟକାରୀ ନ କରାଗଲେ ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ମାନଙ୍କର ଅଭିଯୋଗ ହେଲା ଯେ ଓଡିଶାର ଅନ୍ୟ ବିଶ୍ୱବିଦ୍ୟାଳୟ ହଷ୍ଟେଲ ମାନଙ୍କରେ ନିଆଯାଉଥିବା ଫି’ର ପରିମାଣ ଠାରୁ ଏଠାରେ ହେଷ୍ଟଲ ଫି’ ତୁଳନାତ୍ମକ ଭାବେ  ଯଥେଷ୍ଟ ଅଧିକ। ତେଣୁ ଫି’ କମାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଏହାଛଡା ହଷ୍ଟେଲ ଓ ବିଶ୍ୱବିଦ୍ୟାଳୟ ପରିସର ବିଶେଷ କରି ଛାତ୍ରୀ ହଷ୍ଟେଲରେ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଛାତ୍ରୀମାନେ ଅଣଛାତ୍ର ମାନଙ୍କର ଅଶାଳୀନ ବ୍ୟବହାରର ଶିକାର ହେଉଥିବା ଅଭିଯୋଗ ହୋଇଛି। ତେଣୁ ବିଶ୍ୱବିଦ୍ୟାଳୟ ଓ ହଷ୍ଟେଲ ପରିସରରେ ସି.ସି.ଟିଭି ଲଗାଇବାକୁ ଦାବି କରାଯାଇଛି। ଛାତ୍ରଛାତ୍ରୀମାନେ ଏକଥା ମଧ୍ୟ ଅଭିଯୋଗ କରିଛନ୍ତି ଯେ ହଷ୍ଟେଲ ଫି’ ବାବଦ ସଂଗୃହିତ ଅର୍ଥ ବିନିଯୋଗ ହୋଇ ନ ପାରି ପଡି ରହୁଛି। ତେଣୁ ତାହାକୁ ହଷ୍ଟେଲର ଉନ୍ନତି ପାଇଁ ବିନିଯୋଗ କରାଯାଉ। ନଚେତ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଏ ନେଇ ରେଜିଷ୍ଟ୍ରାର କହିଛନ୍ତି ଯେ ହଷ୍ଟେଲର ଫି’ ବଢିନାହିଁ। ଯଦି ଅନ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ ଅଧିକ ହୋଇଥାଏ ତା’ହେଲେ ଏହାକୁ ବିଚାରକୁ ନିଆଯାଇ ଫି’ କମାଯିବ। ସେହିପରି ସୁରକ୍ଷା ପ୍ରସଙ୍ଗରେ ପୋଲିସକୁ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଚିଠି ଲେଖିବେ ବୋଲି ଜଣାପଡିଛି। ତେବେ ସରକାରୀ ଅନୁମୋଦନ ମିଳିଲେ ସିସି ଟିଭି ଲଗାଇବାର ବ୍ୟବସ୍ଥା କରାଯିବ ବୋଲି  ରେଜିଷ୍ଟାର ଡ.ସ୍ମିତା ଦେବୀ କହିଛନ୍ତି।

Related story