ଥାନାରେ ମାମଲା ରୁଜୁ କଲେ ଗୋବିନ୍ଦଙ୍କ ପତ୍ନୀ: କଂଗ୍ରେସ-ବିଜେପି କହିଲେ ହତ୍ୟା କରାଯାଇଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଆଜି ତାଙ୍କ ପତ୍ନୀ ସୁଷମା କେ.ଗାଁ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିନାହାନ୍ତି ବରଂ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ସେ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏପଟେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଗୋବିନ୍ଦଙ୍କ ମୃତ୍ୟୁକୁ ଆତ୍ମହତ୍ୟା […]

Susama

Susama

Ordigital Desk
  • Published: Tuesday, 20 December 2022
  • Updated: 20 December 2022, 09:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଆଜି ତାଙ୍କ ପତ୍ନୀ ସୁଷମା କେ.ଗାଁ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିନାହାନ୍ତି ବରଂ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ସେ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏପଟେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଗୋବିନ୍ଦଙ୍କ ମୃତ୍ୟୁକୁ ଆତ୍ମହତ୍ୟା ନୁହେଁ ସିଧାସଳଖ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।
ଆଜି ରହସ୍ୟଜନକ ଢଙ୍ଗରେ ମମିତା ମେହେର ଆତ୍ମହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେରଙ୍କ ମୃତ୍ୟୁ ଦେହ କଣ୍ଟାବାଞ୍ଜି ସବଜେଲରେ ଥିବା ରୋଷେଇ ଘର ପଛପଟୁ ମିଳିବା ପରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ କଂଗ୍ରେସ ମମିତା ମେହେର ମାମଲା ସହ ଜଡ଼ିତ ଥିବା କିଛି ବଡ଼ବଡ଼ିଆ ନେତା-ମନ୍ତ୍ରୀଙ୍କ ମୁଖା ଖୋଲିଯିବାର ଆଶଙ୍କା ଥିବାରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ ସୁଚିନ୍ତିତ ଢଙ୍ଗରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ଗୋବିନ୍ଦ ସାହୁର ମୃତ୍ୟୁ ପରେ ମମିତା ମେହେର ହତ୍ୟା ଘଟଣାର ରହସ୍ୟ ଆହୁରି ବଢ଼ିଯାଇଛି । ଆଜି ମମିତାଙ୍କୁ ହତ୍ୟା କରିଥିବା ଗୋବିନ୍ଦ ସାହୁ କଂଟାବାଞ୍ଜି ଜେଲ୍‌ରେ ଆତ୍ମହତ୍ୟା କରିଥିବା କୁହାଯାଉଛି । କିନ୍ତୁ ବାସ୍ତବରେ ବିଜୁ ଜନତା ଦଳର ନିଜର ମନ୍ତ୍ରୀ, ନେତାଙ୍କୁ ବଂଚାଇବାକୁ ଯାଇ ତାଙ୍କୁ ହତ୍ୟା କରାଯାଇଛି । ଏହା ଆତ୍ମହତ୍ୟା ନୁହେଁ ବରଂ ସିଧାସଳଖ ହତ୍ୟା ।ରାଜ୍ୟରେ ଘଟିଯାଇଥିବା ବଡ ବଡ ଅପରାଧରେ ଶାସକ ବିଜେଡିର ବଡ ବଡ ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତିର ଯଥେଷ୍ଟ ପ୍ରମାଣ ରହିଛି । ଆଇନର ବାଟକୁ ଓଗାଳି ତଦନ୍ତକୁ ବାଟବଣା କରିବା ସହିତ ସଂପୃକ୍ତ ଅପରାଧୀମାନଙ୍କୁ ଖସାଇ ଦେବା ପାଇଁ ଶାସକ ବିଜେଡି ଦ୍ୱାରା ପ୍ରଚେଷ୍ଟା ଜାରି ରହିଛି । ନିଜ ନେତା ଓ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ସାକ୍ଷୀମାନଙ୍କୁ ହତ୍ୟା କରି ପ୍ରମାଣକୁ ନଷ୍ଟ କରିବାକୁ ମଧ୍ୟ ରାଜ୍ୟ ସରକାର ପଛାଉ ନାହାନ୍ତି । ମାହାଙ୍ଗା ଡବଲ୍ ମର୍ଡର ଘଟଣାର ଅଭିଯୁକ୍ତ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବଂଚାଇବା ପାଇଁ ଘଟଣାର ମୁଖ୍ୟ ସାକ୍ଷୀ ପ୍ରଫୁଲ୍ଲ ବିଶ୍ୱାଳ , ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ବଂଚାଇବା ପାଇଁ ଧର୍ମେନ୍ଦ୍ର ସାହୁର ମୃତ୍ୟୁ ଓ ଏବେ ମମିତା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ପୂର୍ବତନ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ବଂଚାଇବା ପାଇଁ ଗୋବିନ୍ଦ ସାହୁଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଆଉ ଏସବୁ ବ୍ୟକ୍ତିଙ୍କ ମୃତ୍ୟୁ କଦାପି ସଂଯୋଗବଶତଃ ହୋଇନପାରେ ବୋଲି ସେ କହିଛନ୍ତି ।
ସେହିପରି କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଆଜି କଂଟାବାଞ୍ଜି ସବ୍ ଜେଲ ଭିତରେ ଯେଉଁଭଳି ଭାବରେ ମୃତ୍ୟୁ ଘଟିଛି ତାହା ବହୁ ସନ୍ଦେହ ସୃଷ୍ଟି କରୁଛି । ଜେଲ ଭିତରେ ଏକ ବିଚାରାଧୀନ କଏଦୀ କିଭଳି ଆତ୍ମହତ୍ୟା କରିବାକୁ ସୁଯୋଗ ପାଇଲା। ଏତେଗୁଡ଼ିକ ସିସିଟିଭି ଥାଇ ମଧ୍ୟ ସୁରକ୍ଷାକର୍ମୀ କିଭଳି ଦେଖିପାରିଲେ ନାହିଁ  । ନୟାଗଡ଼ର ଛବି ବର୍ଦ୍ଧନଙ୍କ ମୃତ୍ୟୁଠାରୁ ଆରମ୍ଭ କରି ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କର ଦୁଇବର୍ଷ ପୂର୍ବରୁ ଘଟିଥିଲା । ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି କାଳେ ପ୍ରଫୁଲ ଉଜାଗର କରିଦେବେ, ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା ।  ମମିତା ମେହେର ହତ୍ୟା ମାମଲାରେ ଦିବ୍ୟଶଙ୍କରଙ୍କ ଭୂମିକାକୁ ନେଇ କଂଗ୍ରେସ ପୂର୍ବରୁ ସ୍ୱର ଉଠାଇଛି । ଏବେ ଦିବ୍ୟଶଙ୍କର ଓ ବିଜେଡିକୁ ଅପବାଦମୁକ୍ତ କରିବା ଲାଗି ଗୋବିନ୍ଦ ସାହୁକୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି କି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି । ଚିଟଫଣ୍ଡ ଓ ଖଣି ଦୁର୍ନୀତିକୁ ବିଜେଡି-ବିଜେପି ନେତାମାନେ ମିଳିମିଶି ଚାପି ଦେଇଥିବାରୁ ଗୋବିନ୍ଦଙ୍କ ମୃତ୍ୟୁକୁ ସେଭଳି ଚାପି ନ ଦିଆଯାଉ ବୋଲି କଂଗ୍ରେସ କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story