ଗୋଦାବରୀ-କ୍ରିଷ୍ଣା ନଦୀ ସଂଯୋଗୀକରଣ ପରେ ଓଡ଼ିଶାରେ ନଦୀ ସଂଯୋଗୀକରଣ ନେଇ ସମ୍ଭାବନା

ଭୁବନେଶ୍ୱର:  ଐତିହାସିକ ପଦକ୍ଷେପ ସ୍ୱରୂପ ଆନ୍ଧ୍ରପ୍ରଦେଶରେ ଦୁଇ ପ୍ରମୁଖ୍ୟ ନଦୀ ଗୋଦାବରୀ ଓ କ୍ରିଷ୍ଣାର ସଂଯୋଗୀକରଣ କରାଯାଇଛି। ଏହାଦ୍ୱାରା ରାୟଲସୀମା ଅଞ୍ଚଳରେ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ଆନ୍ଧ୍ରରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବା ପରେ ଓଡିଶାରେ ନଦୀ ସଂଯୋଗୀକରଣ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଆନ୍ଧ୍ରପ୍ରଦେଶର ପଟ୍ଟୀସୀମା ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଏହି ଦୁଇ ନଦୀକୁ ଯୋଡା ଯାଇଛି। ୧୭୫ କିଲୋମିଟର ଦୀର୍ଘ କେନାଲ ସହାୟତାରେ ଗୋଦାବରୀର ପାଣିକୁ କ୍ରିଷ୍ଣା ନଦୀରେ ମିଶାଯାଇଛି। […]

Mahanadi_basin

Mahanadi_basin

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 05:35 PM IST

Sports

Latest News

Mahanadi_basinଭୁବନେଶ୍ୱର:  ଐତିହାସିକ ପଦକ୍ଷେପ ସ୍ୱରୂପ ଆନ୍ଧ୍ରପ୍ରଦେଶରେ ଦୁଇ ପ୍ରମୁଖ୍ୟ ନଦୀ ଗୋଦାବରୀ ଓ କ୍ରିଷ୍ଣାର ସଂଯୋଗୀକରଣ କରାଯାଇଛି। ଏହାଦ୍ୱାରା ରାୟଲସୀମା ଅଞ୍ଚଳରେ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ଆନ୍ଧ୍ରରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବା ପରେ ଓଡିଶାରେ ନଦୀ ସଂଯୋଗୀକରଣ ନେଇ ସମ୍ଭାବନା ସୃଷ୍ଟି ହୋଇଛି।

ଆନ୍ଧ୍ରପ୍ରଦେଶର ପଟ୍ଟୀସୀମା ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଏହି ଦୁଇ ନଦୀକୁ ଯୋଡା ଯାଇଛି। ୧୭୫ କିଲୋମିଟର ଦୀର୍ଘ କେନାଲ ସହାୟତାରେ ଗୋଦାବରୀର ପାଣିକୁ କ୍ରିଷ୍ଣା ନଦୀରେ ମିଶାଯାଇଛି। ଏହାଦ୍ୱାରା ରାୟଲସୀମାରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରାଯାଇପାରିବ। ସେପଟେ ଆନ୍ଧ୍ରରେ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଓଡ଼ିଶାରେ ନଦୀ ସଂଯୋଗୀକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହାନଦୀ ସହ ୠଷିକୁଲ୍ୟାର ସଂଯୋଗୀକରଣ ପାଇଁ ସମ୍ଭାବନା ରହିଥିବା ବିଶେଷଜ୍ଞମାନେ କହିଛନ୍ତି। ଏହାଦ୍ୱାରା ଓଡ଼ିଶାର ଅନେକ ଅଞ୍ଚଳ ଜଳସେଚିତ ହୋଇପାରିବ। ସେହିପରି ମହାନଦୀର ଉପନଦୀମାନଙ୍କରେ ଯୋଜନା କରାଗଲେ ମରୁଡି ପ୍ରଭାବିତ କେବିକେ ଅଞ୍ଚଳବାସୀ ଉପକୃତ ହଇପାରିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos