ମଳଦ୍ୱାରରେ ଆଣୁଥିଲା ସୁନା, ବିମାନବନ୍ଦରରେ ଧରାପଡ଼ିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ। ଆଜି ଜଣେ ଯାତ୍ରୀଙ୍କଠାରୁ ୨୯୫ ଗ୍ରାମର ସୁନା ଜବତ କରିଛି କଷ୍ଟମ୍ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କାରୁ ଅଧିକ ହେବ। ବ୍ୟାଙ୍କକରୁ ଆସୁଥିବା ଜଣେ ଯାତ୍ରୀ ମଳଦ୍ୱାରରେ ଅଭିନବ ଉପାୟରେ ଏହି ସୁନା ଆଣୁଥିବା ବେଳେ କଷ୍ଟମ୍‌ ବିଭାଗ ଅଧିକାରୀଙ୍କ ହାତରେ ଧରାପଡ଼ିଛି। ଆଜକୁ ୫ ଦିନ ତଳେ ଭୁବନେଶ୍ୱର ଏୟାରପୋର୍ଟରୁ ୧୧ ଲକ୍ଷ ଟଙ୍କାର ସୁନା ଜବତ […]

Maladwar

Maladwar

Rakesh Mallick
  • Published: Thursday, 21 June 2018
  • Updated: 21 June 2018, 04:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ। ଆଜି ଜଣେ ଯାତ୍ରୀଙ୍କଠାରୁ ୨୯୫ ଗ୍ରାମର ସୁନା ଜବତ କରିଛି କଷ୍ଟମ୍ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କାରୁ ଅଧିକ ହେବ। ବ୍ୟାଙ୍କକରୁ ଆସୁଥିବା ଜଣେ ଯାତ୍ରୀ ମଳଦ୍ୱାରରେ ଅଭିନବ ଉପାୟରେ ଏହି ସୁନା ଆଣୁଥିବା ବେଳେ କଷ୍ଟମ୍‌ ବିଭାଗ ଅଧିକାରୀଙ୍କ ହାତରେ ଧରାପଡ଼ିଛି।

ଆଜକୁ ୫ ଦିନ ତଳେ ଭୁବନେଶ୍ୱର ଏୟାରପୋର୍ଟରୁ ୧୧ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିଲା। ପାଉଡର ଫର୍ମରେ ସୁନାକୁ ପେଷ୍ଟ ଭଳି କରି ୪ଟି କ୍ୟାପସୁଲ କରାଯାଇଥିଲା। ଏସବୁକୁ ପରେ ମଳଦ୍ୱାରରେ ଲୁଚାଇ ଆଣୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରାପଡି ଥିଲେ। ପାଉଡର ଫର୍ମରେ ଥିବା ସୁନାକୁ ପରେ ଲାବ୍ରୋଟାରୀରେ ତରଳାଇବା ପରେ ସୁନା ମିଲିଥିଲା।

ଭୁବନେଶ୍ୱର ବିମାନବନ୍ଦର ଆନ୍ତର୍ଜାତୀୟ ମାନ୍ୟତା ପାଇବା ପରେ ଏଭଳି ଅଭିନବ ଉପାୟରେ ସୁନା ତସ୍କରୀରଙ୍କ ପର୍ଦ୍ଦାଫାଶ ହେବାରା ଲାଗଛି। ଏଠାରୁ ସିଧାସଳଖ ବିଦେଶକୁ ବିମାନ ଉଡାଣ ଆରମ୍ଭ ହୋଇଥିବାରୁ ଏହାର ସୁଯୋଗ ନେଇ ସୁନା ତସ୍କର ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହୋଇଛି। ତା’ ହେଲେ ଆସନ୍ତୁ ଜାଣିବା ପୂର୍ବରୁ କେଉଁ ଉପାୟରେ ଏଭଳି ସୁନା ଚାଳାଣ ଯୋଜନା କରାଯାଇଛି।

– ଜିନ୍ସ ପୋଷାକରେ ଥିବା ବଡ଼ ବଡ଼ ବଟମରେ

– ଟ୍ରଲି ବ୍ୟାଗ୍‌ ତଳେ ଥିବା ଚକାରେ

– ସ୍କ୍ରୁ ଡ୍ରାଇଭା ଭିତରେ ଥିବା ଖାଲି ସ୍ଥାନରେ

– ସୁନା ଉପରେ ରୂପା ଆସ୍ତରଣ ଦେଇ

– ଅପରେସନ ଜରିଆରେ ମଳ ଦ୍ୱାର ଦେଇ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos