ବିମାନ ବନ୍ଦରରୁ ଧରାପଡ଼ିଲା ଅଧ କୋଟି ଟଙ୍କାର ସୁନା

gold seized from bhubaneswar airport

gold-seazed-from-bhubaneswar-airport

Manoranjan Sial
  • Published: Thursday, 14 November 2019
  • , Updated: 14 November 2019, 07:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଧରାପଡ଼ିଲା ପ୍ରାୟ ଅଧ କୋଟି ଟଙ୍କାର ସୁନା। ମାଲେସିଆର ରାଜଧାନୀ କ୍ୱାଲାଲମ୍ପୁରରୁ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ଏତେ ପରିମାଣର ସୁନା ଜବତ କରିଛି କଷ୍ଟମ୍ସ ବିଭାଗ। ଜବତ ସୁନାର ଓଜନ ୧ କେଜି ୩ ଶହ ଗ୍ରାମ୍ ହେବ। କେରଳ କୋଝିକଡ଼ର ଜଣେ ବ୍ୟକ୍ତି ସୁନାକୁ ପାଉଡ଼ରରେ ପରିଣତ କରି ଏହାକୁ ନିଜ ଶରୀରରେ ଲୁଚାଇ ଆଣୁଥିବା ବେଳେ ଚେକିଂ ବେଳେ ଧରା ପଡ଼ିଛନ୍ତି।

ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ଢଙ୍ଗରେ ଚୋରାରେ ସୁନା ଆଣି ଅନେକ ଯାତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରୁ ଧରା ପଡିଛନ୍ତି।

Related story