ଟ୍ରେନ୍‌ରୁ ମିଳିଲା ୭୬ ଲକ୍ଷ ଟଙ୍କାର ସୁନା ବିସ୍କୁଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ସୁନା ବିସ୍କୁଟ୍ ଜବତ। ସାନ୍ତାରାଗାଛି-ଚେନ୍ନାଇ ସୁପରଫାଷ୍ଟ ଟ୍ରେନରେ ଯାଉଥିବା ଜଣେ ଯାତ୍ରୀଙ୍କଠାରୁ ଏହି ବିସ୍କୁଟ ଜବତ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଗତକାଲି ଟ୍ରେନରୁ ଏହି ସମସ୍ତ ବିସ୍କୁଟ ଜବତ କରିଛି। ଯାତ୍ରୀଜଣଙ୍କଠାରୁ ୧୫ଟି ସୁନା ବିସ୍କୁଟ ଜବତ ହୋଇଛି। ଜବତ ସୁନା ବିସ୍କୁଟର ଓଜନର ୨୪୯. ୪ ଗ୍ରାମ। ବିସ୍କୁଟରେ ‘ମ୍ୟାନମାର’ ଚିହ୍ନ ରହିଛି। ଜବତ ହୋଇଥିବା ଏହି ବିସ୍କୁଟର ବଜାର ମୂଲ୍ୟ ୭୬ ଲକ୍ଷ ୫୯ ହଜାର […]

gold seazed from jatani

Rakesh Mallick
  • Published: Monday, 05 February 2018
  • , Updated: 05 February 2018, 04:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ସୁନା ବିସ୍କୁଟ୍ ଜବତ। ସାନ୍ତାରାଗାଛି-ଚେନ୍ନାଇ ସୁପରଫାଷ୍ଟ ଟ୍ରେନରେ ଯାଉଥିବା ଜଣେ ଯାତ୍ରୀଙ୍କଠାରୁ ଏହି ବିସ୍କୁଟ ଜବତ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଗତକାଲି ଟ୍ରେନରୁ ଏହି ସମସ୍ତ ବିସ୍କୁଟ ଜବତ କରିଛି।

ଯାତ୍ରୀଜଣଙ୍କଠାରୁ ୧୫ଟି ସୁନା ବିସ୍କୁଟ ଜବତ ହୋଇଛି। ଜବତ ସୁନା ବିସ୍କୁଟର ଓଜନର ୨୪୯. ୪ ଗ୍ରାମ। ବିସ୍କୁଟରେ ‘ମ୍ୟାନମାର’ ଚିହ୍ନ ରହିଛି। ଜବତ ହୋଇଥିବା ଏହି ବିସ୍କୁଟର ବଜାର ମୂଲ୍ୟ ୭୬ ଲକ୍ଷ ୫୯ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସମସ୍ତ ସୁନା ବିସ୍କୁଟ ବିଦେଶରୁ ଭାରତକୁ ଚୋରାଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।

Related story