କୌଶଳ ବଦଳାଉଛନ୍ତି ସୁନାଚୋର: ଏଥର ଟ୍ରଲିବ୍ୟାଗ୍‌ ଚକାରେ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦଳିଲା ସୁନା ବେପାରୀଙ୍କ କୌଶଳ। ମଳଦ୍ୱାର ବଦଳରେ ବ୍ୟାଗ୍‌ ଟ୍ରଲି ଚକ ଭିତରେ ପୁରାଇ ଆଣିଲେ ସୁନା। ଯାହା ଆଜି ଧରାପଡ଼ିଛି। ଜବତ ସୁନାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ। ଭୁବନେଶ୍ୱର ଏୟାପୋର୍ଟରେ ଚେକିଂ ଚାଲିଥିବା ବେଳେ ଏହି ସୁନା ଚାଲାଣର ଏହି ନୂଆ କୌଶଳ ପର୍ଦ୍ଦାଫାସ ହୋଇଛି। ଚେନ୍ନାଇର ଜଣେ ଭାରତୀୟ ବଂଶୋଦ୍ଭବ କ୍ୱାଲାଲମ୍ପୁରରୁ ଭୁବନେଶ୍ୱରକୁ ଏୟାର ଏସିଆ ବିମାନରେ ଆସିଥିଲେ। ତେବେ ତାଙ୍କ ଉପରେ ସନ୍ଦେହ ହେବାରୁ […]

gold seized gold from airport

Rakesh Mallick
  • Published: Friday, 04 May 2018
  • , Updated: 04 May 2018, 07:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦଳିଲା ସୁନା ବେପାରୀଙ୍କ କୌଶଳ। ମଳଦ୍ୱାର ବଦଳରେ ବ୍ୟାଗ୍‌ ଟ୍ରଲି ଚକ ଭିତରେ ପୁରାଇ ଆଣିଲେ ସୁନା। ଯାହା ଆଜି ଧରାପଡ଼ିଛି। ଜବତ ସୁନାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ। ଭୁବନେଶ୍ୱର ଏୟାପୋର୍ଟରେ ଚେକିଂ ଚାଲିଥିବା ବେଳେ ଏହି ସୁନା ଚାଲାଣର ଏହି ନୂଆ କୌଶଳ ପର୍ଦ୍ଦାଫାସ ହୋଇଛି।

ଚେନ୍ନାଇର ଜଣେ ଭାରତୀୟ ବଂଶୋଦ୍ଭବ କ୍ୱାଲାଲମ୍ପୁରରୁ ଭୁବନେଶ୍ୱରକୁ ଏୟାର ଏସିଆ ବିମାନରେ ଆସିଥିଲେ। ତେବେ ତାଙ୍କ ଉପରେ ସନ୍ଦେହ ହେବାରୁ ଏୟାରପୋର୍ଟରେ କଷ୍ଟମ ଅଧିକାରୀମାନେ ଯାଞ୍ଚ କରିଥିଲେ। ଏହି ସମୟରେ ତାଙ୍କ ବ୍ୟାଗର ଚକକୁ ଯାଞ୍ଚ କରିବାରୁ ୩୦୧ ଗ୍ରାମ ସୁନା ମିଳିଥିଲା।

ଗତ ୨ ମାସ ଭିତରେ ଭୁବନେଶ୍ୱର ଏୟାରପୋର୍ଟରୁ ୧୪ ଥର ସୁନା ଜବତ ହୋଇଛି। ପାଖାପାଖି ୫ କିଲୋ ୫୦୦ ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ।

Related story