ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

କଟକ: ପୁଣି ଟ୍ରେନ୍‌ ଦୁର୍ଘଟଣା। କଟକ ଶିଖରପୁର ଲେଭଲ୍‌ କ୍ରସିଂ ନିକଟରେ ଆଜି ଏକ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି । ରେଳଧାରଣାରୁ ତଳକୁ ଖସି ପଡ଼ିଛି ମାଲଗାଡି। ଫଳରେ ଅପ୍ ଲାଇନରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି। ମାଲଗାଡ଼ିଟି ଝାରସୁଗୁ଼ଡ଼ା ଧୁତୁରାରୁ ସିମେଣ୍ଟ ନେଇ କଟକ ଆସୁଥିଲା।

ସୂଚନାଯୋଗ୍ୟ, ଅଗଷ୍ଟ ୨୩ ତାରିଖରେ କାନପୁର ଓ ଇଟାୱା ମଧ୍ୟସ୍ଥ ଔରିୟାରେ କୈଫିୟତ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାରେ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା ତା’ ପୂର୍ବରୁ ଉତ୍ତର ପ୍ରଦେଶରେ ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।