ଟ୍ରେନ ଧକ୍କାରେ ୩ ହାତୀ ଗୁରୁତର

ଚମ୍ପୁଆ (ଓଡ଼ିଶା ରିପୋର୍ଟର): ଟ୍ରେନ ଧକ୍କାରେ ୩ ହାତୀ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୋଟିଏ ମାଈ ହାତୀ ଥିବା ବେଳେ ୨ଟି ଛୁଆ ହାତୀ ଅଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ରୁ ୭ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ୧୯ ଟିକିଆ ହାତୀପଲ ବୈତରଣୀ ସଂରକ୍ଷିତ ଜଙ୍ଗଲ (କ) ଦେଇ ଯାଉଥିବା ବେଳେ ରେଳ ଧାରଣା ପାରି ହେଉଥିଲେ। ଏହି ସମୟରେ […]

Elephant

Elephant

Jitendra Garnayak
  • Published: Thursday, 19 May 2022
  • Updated: 20 May 2022, 08:13 AM IST

Sports

Latest News

ଚମ୍ପୁଆ (ଓଡ଼ିଶା ରିପୋର୍ଟର): ଟ୍ରେନ ଧକ୍କାରେ ୩ ହାତୀ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୋଟିଏ ମାଈ ହାତୀ ଥିବା ବେଳେ ୨ଟି ଛୁଆ ହାତୀ ଅଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ରୁ ୭ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଏକ ୧୯ ଟିକିଆ ହାତୀପଲ ବୈତରଣୀ ସଂରକ୍ଷିତ ଜଙ୍ଗଲ (କ) ଦେଇ ଯାଉଥିବା ବେଳେ ରେଳ ଧାରଣା ପାରି ହେଉଥିଲେ। ଏହି ସମୟରେ ଏକ ମାଲବାହୀ ଟ୍ରେନ୍ ଏହି ହାତୀ ପଲକୁ ଧକ୍କା ଦେଇଥିଲା।

୩ଟି ହାତୀ ଆହତ ହୋଇଥିବା ଘଟଣା ଜଣାପଡ଼ିବା ପରେ ବନ ବିଭାଗ ଅଧିକାରୀ ଓ ରେଳବାଇର ରେସକ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଅନ୍ୟ ହାତୀମାନେ ଆହତ ହାତୀମାନଙ୍କୁ ଘେରି ରହିଛନ୍ତି। ଫଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ସେହି ରୁଟ୍‌ ଦେଇ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos