ସବୁ ଗୁଗଲ୍‌ ଆପ୍‌ରେ ସ୍ଥାନ ପାଇବ ଓଡ଼ିଆ, ସହଜ ହେବ ଇଣ୍ଟରନେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଟରନେଟ୍‌ର ବ୍ୟବହାର ଏବଂ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବା ସହିତ ଅଧିକରୁ ଅଧିକ ସହଜ ଏବଂ ସରଳ ହେବାରେ ଲାଗିଛି ଗୁଗଲ୍‌ ପ୍ଲାଟଫର୍ମ। ବିଭିନ୍ନ ଆପ୍ଲିକେସନ୍‌ ସବୁ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ଆରମ୍ଭ କରିବା ପ୍ରୟାସରେ ଏବେ ଗୁଗଲ୍‌ ମଧ୍ୟ ଯୋଡ଼ିହୋଇଛି। ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଆଜି ସେହିଭଳି ଏକ ବଡ଼ ଘୋଷଣା କରିଛି ଗୁଗଲ୍‌। ଏବେ ଗୁଗଲ୍‌ର ଲୋକପ୍ରିୟ ନ୍ୟୁଜ୍‌ ଫିଡ୍‌ ଆପ୍ଲିକେସନ୍‌ ‘ଗୁଗଲ୍‌ ଡିସ୍କଭର୍‌’ରେ ଶାସ୍ତ୍ରୀୟ ଭାଷା ଓଡ଼ିଆ ମଧ୍ୟ […]

odia

Subrat Kumar Nayak
  • Published: Thursday, 19 September 2019
  • , Updated: 20 September 2019, 01:22 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଟରନେଟ୍‌ର ବ୍ୟବହାର ଏବଂ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବା ସହିତ ଅଧିକରୁ ଅଧିକ ସହଜ ଏବଂ ସରଳ ହେବାରେ ଲାଗିଛି ଗୁଗଲ୍‌ ପ୍ଲାଟଫର୍ମ। ବିଭିନ୍ନ ଆପ୍ଲିକେସନ୍‌ ସବୁ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ଆରମ୍ଭ କରିବା ପ୍ରୟାସରେ ଏବେ ଗୁଗଲ୍‌ ମଧ୍ୟ ଯୋଡ଼ିହୋଇଛି। ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଆଜି ସେହିଭଳି ଏକ ବଡ଼ ଘୋଷଣା କରିଛି ଗୁଗଲ୍‌। ଏବେ ଗୁଗଲ୍‌ର ଲୋକପ୍ରିୟ ନ୍ୟୁଜ୍‌ ଫିଡ୍‌ ଆପ୍ଲିକେସନ୍‌ ‘ଗୁଗଲ୍‌ ଡିସ୍କଭର୍‌’ରେ ଶାସ୍ତ୍ରୀୟ ଭାଷା ଓଡ଼ିଆ ମଧ୍ୟ ସ୍ଥାନ ପାଇବ।

ପୂର୍ବରୁ ତାମିଲ, ତେଲଗୁ, ବଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ଼ ଏବଂ ମାଲାୟଲମ୍‌ ପୂର୍ବରୁ ବିଭିନ୍ନ ଗୁଗଲ ଆପ୍ଲିକେସନ୍‌ରେ ସ୍ଥାନ ପାଇଥିଲା। ଏବେ ଓଡ଼ିଆ ସହିତ ଉର୍ଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ ‘ଗୁଗଲ୍‌ ଡିସ୍କଭର୍‌’  ଆପ୍ଲିକେସନ୍‌ରେ ଉପଲବ୍ଧ ହେବ। ପରେ ଅନ୍ୟ ଆପ୍‌ରେ ମଧ୍ୟ ଓଡ଼ିଆ ବିକଳ୍ପ ରହିବ। ଫଳରେ ଇଂରାଜୀ ଏବଂ ଅନ୍ୟ ଭାଷାଗୁଡ଼ିକ ନ ଜାଣିଥିଲେ ମଧ୍ୟ ସହଜରେ ସ୍ମାର୍ଟଫୋନ୍‌ ପରିଚାଳନା କରି ବିଭିନ୍ନ ପ୍ଲାଟଫର୍ମରେ ଇଣ୍ଟରନେଟ୍‌ର ମଜା ନେଇହେବ। ବିଶେଷ କରି ନ୍ୟୁଜ୍‌ ଫିଡ୍‌ ଏବଂ ଆର୍ଟିକିଲ୍‌ ଫିଡ୍‌ ଯୋଗେ ସ୍ଥାନୀୟ ଅଞ୍ଚଳର ଖବର ଅତି ସହଜରେ ଜାଣିପାରିବେ।

ଅନ୍ୟ ସବୁ ଆପ୍ଲିକେସନ୍‌ ମଧ୍ୟରେ ଗୁଗଲ୍‌ ଲେନ୍ସ ଏବଂ ଗୁଗଲ୍‌ ବୋଲୋ ଆଦି ଆପ୍ଲିକେସନ୍‌ ଆଦି ରହିଛି। ଗୁଗଲ୍‌ ଲେନ୍ସରେ ଯେତେ ଶୀଘ୍ର ଓଡ଼ିଆ ଉପଲବ୍ଧ ହେବ ଓଡ଼ିଆମାନେ ସହଜରେ ବିଭିନ୍ନ ଭାଷାରୁ ଅନୁବାଦ କରିବା ସହ ବିଭିନ୍ନ ସୂଚନାକୁ ସହଜରେ ବୁଝିପାରିବେ। ସେହିଭଳି ଗୁଗଲ୍‌ ବୋଲୋ ଆପ୍‌ କାହାଣୀ ଶୁଣାଇବା କାମ କରିଥାଏ। ଏହି ‘ରିଡର୍‌ ଆପ୍‌’ ଛୋଟ ପିଲାଙ୍କ ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ବିଶେଷ କରି ହଜିବାରେ ଲାଗିଥିବା ଓଡ଼ିଆ ଆଇମା କାହାଣୀ ଏସବୁରେ ସ୍ଥାନ ପାଇଲେ ଏହି ଆପ୍‌ ପରପିଢ଼ି ପାଇଁ ନିଶ୍ଚୟ ଉପାଦେୟ ହେବ। ସେହିଭଳି ଗୁଗଲ ସର୍ଚ୍ଚ, ଗୁଗଲ୍‌ ପେ’, ଗୁଗଲ୍‌ ଆନାଲିଟିକ୍ସ, ଗୁଗଲ୍‌ ଆଡ୍‌ସେନ୍ସ ଏବଂ ୟୁଟ୍ୟୁବ୍‌ ଆଦିରେ ଯେତେବେଳେ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ଉପଲବ୍ଧ ହେବ ଓଡ଼ିଆମାନଙ୍କ ରୋଜଗାର ବୃଦ୍ଧି ପାଇଁ ଏକ ବଡ଼ ବାଟ ଫିଟିଯିବ।

ୟୁନିକୋଡ୍‌ ଯୋଗେ ଲେଖାଲେଖି କରୁଥିବା ଲୋକଙ୍କର ଏଥିରେ ବଡ଼ ଭୂମିକା ରହିଛି। ସେମାନେ ଯେତେ ଅଧିକ ମାତ୍ରାରେ ଓଡ଼ିଆ ଲେଖାକୁ ଇଣ୍ଟରନେଟ୍‌ରେ ସ୍ଥାନ ଦେବେ ଗୁଗଲ୍‌ର କାମ ସେତେ ସହଜ ହେବ। ଏଥିପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟରତ ଅନୁବାଦକ, ଓଡ଼ିଆ ଖବର ସରବରାହ ସଂସ୍ଥା ଏବଂ ବ୍ଲଗର୍‌ମାନଙ୍କୁ ମଧ୍ୟ ଶ୍ରେୟ ଯାଏ।

Related story