ଗିରଫ ବିଧାୟକଙ୍କୁ ଆରାମ ଦେବାକୁ ମନ୍ତ୍ରୀଙ୍କ ଚାପ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ସରକାରୀ ଜେଇଙ୍କୁ ଉଠବସ କରିବା ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହୋଇଥିବା ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ସମସ୍ତ ପ୍ରକାରର ସୁବିଧାସୁଯୋଗ ପ୍ରଦାନ ନିମନ୍ତେ ଏବେ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଜଣେ ମନ୍ତ୍ରୀଙ୍କ ମାତ୍ରାଧିକ ଚାପ ଯୋଗୁ ଶ୍ରୀ ମେହେରଙ୍କୁ ଏବେ ଭୁବନେଶ୍ୱରର କୌଣସି ଏକ ଘରୋଇ ହସ୍ପିଟାଲରେ ଆଡମିଶନ କରାଇବାକୁ ବଲାଙ୍ଗିର ଜିଲ୍ଲା ପୁଲିସ୍ ବାଧ୍ୟ ହୋଇଛି। ଶୁଣିବାକୁ ମିଳୁଛି, […]

gassip

Manoranjan Sial
  • Published: Thursday, 27 June 2019
  • , Updated: 27 June 2019, 06:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ସରକାରୀ ଜେଇଙ୍କୁ ଉଠବସ କରିବା ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହୋଇଥିବା ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ସମସ୍ତ ପ୍ରକାରର ସୁବିଧାସୁଯୋଗ ପ୍ରଦାନ ନିମନ୍ତେ ଏବେ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଜଣେ ମନ୍ତ୍ରୀଙ୍କ ମାତ୍ରାଧିକ ଚାପ ଯୋଗୁ ଶ୍ରୀ ମେହେରଙ୍କୁ ଏବେ ଭୁବନେଶ୍ୱରର କୌଣସି ଏକ ଘରୋଇ ହସ୍ପିଟାଲରେ ଆଡମିଶନ କରାଇବାକୁ ବଲାଙ୍ଗିର ଜିଲ୍ଲା ପୁଲିସ୍ ବାଧ୍ୟ ହୋଇଛି।

ଶୁଣିବାକୁ ମିଳୁଛି, ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଦୃଷ୍ଟିରେ ରଖି ବିରୋଧୀ ଦଳର ହଟ୍ଟଗୋଳ ଭୟରେ ପାଟଣାଗଡ଼ ବିଧାୟକ ଶ୍ରୀ ମେହରଙ୍କୁ ଗିରଫ ପାଇଁ ଶେଷରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ପୁଲିସ ତାଙ୍କୁ ଜୁନ୍ ୨୪ତାରିଖରେ ଗିରଫ କରିବା ପରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ମାତ୍ର ହାଜତରେ ରହିବା ପରିବର୍ତ୍ତେ ସେ ଛାତିରେ ଯନ୍ତ୍ରଣା ହେଉଥିବା କହି ପାଟଣାଗଡ଼ ସବଡିଭିଜନ ମେଡିକାଲର ଆଇସିୟୁକୁ ସ୍ଥାନାନ୍ତର ହୋଇଥିଲେ।

ଶ୍ରୀ ମେହେରଙ୍କୁ ସମସ୍ତ ପ୍ରକାରର ସୁବିଧାସୁଯୋଗ ଦେବା ପାଇଁ ପଶ୍ଚିମ ଓଡ଼ିଶାର ଏହି ପ୍ରଭାବଶାଳୀ ମନ୍ତ୍ରୀଙ୍କ ଚାପ ଯୋଗୁ ଡାକ୍ତରମାନେ ତାଙ୍କୁ ଆଇସିୟୁରେ ରଖିବାକୁ ବାଧ୍ୟ ହୋଇଥିଲେ। ଏବେ ସମ୍ପୃକ୍ତ ମନ୍ତ୍ରୀ ପୁଣିଥରେ ଜିଲ୍ଲା ପ୍ରଶାସନ ଉପରେ ଚାପ ସୃଷ୍ଟି କରି ଶ୍ରୀ ମେହେରଙ୍କୁ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଜିଦ୍ ଧରି ବସିଥିବାରୁ ଜିଲ୍ଲା ପ୍ରଶାସନ ଦ୍ୱନ୍ଦ୍ୱରେ ପଡ଼ିଛି। ଏହି କ୍ୟାବିନେଟ୍ ମନ୍ତ୍ରୀ ଜଣକ କୁଆଡ଼େ ବଲାଙ୍ଗିରର ବିଜେଡି ବ୍ୟାପାରରେ ବି ମୁଣ୍ଡ ପୂରାନ୍ତି। ଚର୍ଚ୍ଚା ହେଉଛି, ମନ୍ତ୍ରୀଙ୍କ ଚାପ ଯୋଗୁ ବିଧାୟକ ଶ୍ରୀ ମେହେର ଦିନେ ଦୁଇଦିନ ମଧ୍ୟରେ ଭୁବନେଶ୍ୱର ସ୍ଥାନାନ୍ତର ହେବେ। କୋର୍ଟରୁ ଜାମିନ ମଞ୍ଜୁର ନହେବା ପର୍ଯ୍ୟନ୍ତ ବିଧାୟକ ଶ୍ରୀ ମେହେର ହସ୍ପିଟାଲରେ ଚିକିତ୍ସା ନାଁରେ ଭୁବନେଶ୍ୱରରେ ଆରାମରେ ରହିବେ ବୋଲି ଚର୍ଚ୍ଚା ହେଉଛି।

Related story