ରାଜଗାଙ୍ଗପୁରରେ ଗୋଷ୍ଠୀ ସଂଘର୍ଷକୁ ନେଇ ଉତ୍ତେଜନା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳକୁ  ନେଇ ଆଜି ଉତ୍ତେଜନା ଦେଖାଦେଇଥିଲା। ଗୋଟିଏ  ଗୋଷ୍ଠୀର ଲୋକେ ରାଜଗାଙ୍ଗପୁର ସୁବାସ ଛକରେ ଜଳାପୋଡ଼ା କରିଥିଲେ। ଗତକାଲି କୌଣସି ଏକ କାରଣକୁ ଏହି ହିଂସାକାଣ୍ଡ ଘଟିଥିଲା । ଗୋଟିଏ ଗୋଷ୍ଠୀର ଲୋକଙ୍କୁ ପୋଲିସ୍‌ ଅଟକ ରଖିବା ପରେ ଉତ୍ତେଜନା ଦେଖାଦେଇଥିଲା।ଏଥିରେ ୫ ଜଣ ଆହତ ହୋଇ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି ହୋଇଛନ୍ତି। ଦୋଷୀଙ୍କୁ ଗିରଫ ଦାବି କରି ଦୋକାନ ବଜାର ବନ୍ଦ କରିଥିଲେ ଲୋକେ। ପରିସ୍ଥିତିକୁ ନିୟନ୍ତ୍ରଣ […]

rai

Rakesh Mallick
  • Published: Saturday, 28 January 2017
  • , Updated: 29 January 2017, 07:05 AM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳକୁ  ନେଇ ଆଜି ଉତ୍ତେଜନା ଦେଖାଦେଇଥିଲା। ଗୋଟିଏ  ଗୋଷ୍ଠୀର ଲୋକେ ରାଜଗାଙ୍ଗପୁର ସୁବାସ ଛକରେ ଜଳାପୋଡ଼ା କରିଥିଲେ। ଗତକାଲି କୌଣସି ଏକ କାରଣକୁ ଏହି ହିଂସାକାଣ୍ଡ ଘଟିଥିଲା ।

ଗୋଟିଏ ଗୋଷ୍ଠୀର ଲୋକଙ୍କୁ ପୋଲିସ୍‌ ଅଟକ ରଖିବା ପରେ ଉତ୍ତେଜନା ଦେଖାଦେଇଥିଲା।ଏଥିରେ ୫ ଜଣ ଆହତ ହୋଇ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି ହୋଇଛନ୍ତି। ଦୋଷୀଙ୍କୁ ଗିରଫ ଦାବି କରି ଦୋକାନ ବଜାର ବନ୍ଦ କରିଥିଲେ ଲୋକେ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସହରରେ ବ୍ୟାପକ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ସୁନ୍ଦରଗଡ଼ ଏସପି  ନିଖିଲ କାନୋଡ଼ିଆ ରାଜଗାଙ୍ଗପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

 

Related story