ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ଡ୍ରେସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ସ୍କୁଲରେ ପଢ଼ୁଥିବା ବିପିଏଲ୍‌ ପିଲାମାନଙ୍କୁ ମାଗଣାରେ ଡ୍ରେସ୍‌ ମିଳୁଥିଲା। ଏବେ ସମସ୍ତ(ବିପିଏଲ୍‌ ଓ ଏପିଏଲ୍‌) ପିଲାଙ୍କୁ ମାଗଣାରେ ମିଳିବ ଡ୍ରେସ୍। ରାଜ୍ୟସ୍ତରୀୟ ଗୁରୁଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି-“ଆଗରୁ ସରକାରୀ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କୁ ମାଗଣାରେ ସାଇକେଲ ଯୋଗାଇ ଦିଆଯାଉଥିଲା। ଏବେ ନବମ ଶ୍ରେଣୀ ପିଲାମାନଙ୍କୁ ମଧ୍ୟ ସାଇକେଲ ଦିଆଯିବ। ଏହାଛଡ଼ା ଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ […]

Rakesh Mallick
  • Published: Tuesday, 05 September 2017
  • , Updated: 05 September 2017, 11:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ସ୍କୁଲରେ ପଢ଼ୁଥିବା ବିପିଏଲ୍‌ ପିଲାମାନଙ୍କୁ ମାଗଣାରେ ଡ୍ରେସ୍‌ ମିଳୁଥିଲା। ଏବେ ସମସ୍ତ(ବିପିଏଲ୍‌ ଓ ଏପିଏଲ୍‌) ପିଲାଙ୍କୁ ମାଗଣାରେ ମିଳିବ ଡ୍ରେସ୍। ରାଜ୍ୟସ୍ତରୀୟ ଗୁରୁଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି-“ଆଗରୁ ସରକାରୀ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କୁ ମାଗଣାରେ ସାଇକେଲ ଯୋଗାଇ ଦିଆଯାଉଥିଲା। ଏବେ ନବମ ଶ୍ରେଣୀ ପିଲାମାନଙ୍କୁ ମଧ୍ୟ ସାଇକେଲ ଦିଆଯିବ। ଏହାଛଡ଼ା ଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ଗ୍ରାଣ୍ଟ ଇନ୍‌ ଏଡ୍‌ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହାଦ୍ୱାରା ରାଜ୍ୟର ପ୍ରାୟ ୪୦,୦୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପକୃତ ହେବେ।”

ସେ କହିଛନ୍ତି-“ଶିକ୍ଷକମାନେ ସମାଜକୁ ଶିକ୍ଷାର ଆଲୋକ ଦେଖାଇଥାନ୍ତି। ସେମାନଙ୍କ ଉଚିତ ମାର୍ଗଦର୍ଶନ ପିଲାମାନଙ୍କୁ ଉଚିତ ଦିଶା ଦେଇଥାଏ।”

ଗୁରୁ ଦିବସ ଅବସରରେ ଆଜି ୧୦୦ ଜଣ କୃତୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଛନ୍ତି। ସେମାନଙ୍କ ମଧ୍ୟରେ ୭୫ ଜଣ ଶିକ୍ଷକ ଓ ୨୫ଜଣ ଶିକ୍ଷୟିତ୍ରୀ ଅଛନ୍ତି।

Related story