ସରକାରୀ କର୍ମଚାରୀଙ୍କୁ ଡବଲ ଅଫର, କମ୍ ସୁଧରେ ୪୦ ଲକ୍ଷ ଋଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ କର୍ମଚାରୀଙ୍କ ହାତ ପାହାନ୍ତାରେ ପହଞ୍ଚିଛି ଡବଲ ଅଫର। ଏଣିକି ସରକାରୀ କର୍ମଚାରୀଙ୍କୁ ଘର କରିବାରେ ଆଉ ଅସୁବିଧା ହେବନି। କମ୍ ସୁଧରେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସେମାନେ ଘର ନିର୍ମାଣ କରିପାରିବେ। ଆଜି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଏହି ଆକର୍ଷଣୀୟ ଉପହାର ଭେଟି ଦେଇଛନ୍ତି। ସୂଚନା ମୁତାବକ, ସରକାରୀ କର୍ମଚାରୀ ପାଇଁ ବଢିଛି ଗୃହ ନିର୍ମାଣ ଋଣ ସହାୟତା ପରିମାଣ। କର୍ମଚାରୀମାନେ ୮ ପ୍ରତିଶତ ସୁଧରେ ପାଇବେ […]

lone

lone

Niranjan Mishra
  • Published: Tuesday, 12 July 2022
  • Updated: 12 July 2022, 06:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ କର୍ମଚାରୀଙ୍କ ହାତ ପାହାନ୍ତାରେ ପହଞ୍ଚିଛି ଡବଲ ଅଫର। ଏଣିକି ସରକାରୀ କର୍ମଚାରୀଙ୍କୁ ଘର କରିବାରେ ଆଉ ଅସୁବିଧା ହେବନି। କମ୍ ସୁଧରେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସେମାନେ ଘର ନିର୍ମାଣ କରିପାରିବେ। ଆଜି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଏହି ଆକର୍ଷଣୀୟ ଉପହାର ଭେଟି ଦେଇଛନ୍ତି।

ସୂଚନା ମୁତାବକ, ସରକାରୀ କର୍ମଚାରୀ ପାଇଁ ବଢିଛି ଗୃହ ନିର୍ମାଣ ଋଣ ସହାୟତା ପରିମାଣ। କର୍ମଚାରୀମାନେ ୮ ପ୍ରତିଶତ ସୁଧରେ ପାଇବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ। ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଆଜି ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।

ଋଣ ଉପରେ ସୁଧ ହାର ପରିମାଣ  ମଧ୍ୟ୍ୟ କମାଇ ଦିଆଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀମାନଙ୍କୁ ଦିଆଯିବ। ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା ।

ବର୍ତ୍ତମାନ ଗୃହ ନିର୍ମାଣ ସହାୟତା ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ୮ ପ୍ରତିଶତକୁ ହ୍ରାସ କରାଯାଇଛି । ଜାତୀୟ ପେନ୍‌ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସୁବିଧାର ଫାଇଦା ଉଠାଇ ପାଇପାରିବେ ବୋଲି ସୂଚନାରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos