କରୋନାରେ ମୃତ୍ୟୁ: ସରକାର ସ୍ଥିର କରୁଛନ୍ତି ସତ-ମିଛ, ଗୁମର ଖୋଲିଲା ଆରଟିଆଇ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଦ୍ୱିତୀୟ ପର୍ଯ୍ୟାୟ କରୋନା ମହାମାରୀ ସଂକ୍ରମଣ ଭୟାବହ ସ୍ଥିତିରେ ଥିବାବେଳେ କୋଭିଡ୍ ସଂକ୍ରମିତ ହୋଇ ରାଜ୍ୟର କେତେ ଲୋକ ପ୍ରକୃତରେ ପ୍ରାଣ ହରାଇଛନ୍ତି ତାହା ଏବେ ରହସ୍ୟଘେରରେ ରହିଛି। ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୬.୨୨ଲକ୍ଷରୁ ଅଧିକ ହୋଇଥିବାବେଳେ ସେଥିରୁ ୨୩୩୫ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ କୁହାଯାଇଥିଲେ ମଧ୍ୟ କେବଳ ରାଜଧାନୀ ଭୁବନେଶ୍ୱରସ୍ଥିତ ସତ୍ୟନଗର ମଶାଣିରେ ସଂସ୍କାର ହୋଇଥିବା ଶବ ସଂଖ୍ୟା ହିଁ କୋଭିଡ୍ ମୃତ୍ୟୁର ସତ-ମିଛ […]

Corona Awarness

Corona Awarness

Ordigital Desk
  • Published: Monday, 17 May 2021
  • Updated: 17 May 2021, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଦ୍ୱିତୀୟ ପର୍ଯ୍ୟାୟ କରୋନା ମହାମାରୀ ସଂକ୍ରମଣ ଭୟାବହ ସ୍ଥିତିରେ ଥିବାବେଳେ କୋଭିଡ୍ ସଂକ୍ରମିତ ହୋଇ ରାଜ୍ୟର କେତେ ଲୋକ ପ୍ରକୃତରେ ପ୍ରାଣ ହରାଇଛନ୍ତି ତାହା ଏବେ ରହସ୍ୟଘେରରେ ରହିଛି। ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୬.୨୨ଲକ୍ଷରୁ ଅଧିକ ହୋଇଥିବାବେଳେ ସେଥିରୁ ୨୩୩୫ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ କୁହାଯାଇଥିଲେ ମଧ୍ୟ କେବଳ ରାଜଧାନୀ ଭୁବନେଶ୍ୱରସ୍ଥିତ ସତ୍ୟନଗର ମଶାଣିରେ ସଂସ୍କାର ହୋଇଥିବା ଶବ ସଂଖ୍ୟା ହିଁ କୋଭିଡ୍ ମୃତ୍ୟୁର ସତ-ମିଛ ବୟାନ କରୁଛି। ସମଗ୍ର ରାଜ୍ୟରେ ଗତବର୍ଷ ଏପ୍ରିଲ ଶେଷ ସପ୍ତାହରେ କରୋନାର ପ୍ରଥମ ମୃତ୍ୟୁ ଓ ସେପ୍ଟେମ୍ବର ଶେଷସୁଦ୍ଧା ଏହି ମୃତ୍ୟୁସଂଖ୍ୟା ହଜାରେ ଟପି ନଥିବା କୋଭିଡ୍ ଡ୍ୟାସବୋର୍ଡରେ ଉଲ୍ଲେଖ ଥିବାବେଳେ ସତ୍ୟନଗର ମଶାଣିରେ ହିଁ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ୨୬୧୯ଜଣଙ୍କ ଶବ ସଂସ୍କାର ହୋଇଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଧୀନରେ ଥିବା ସତ୍ୟନଗର ମଶାଣିରେ ୨୦୨୦ ମସିହାରେ ମୋଟ ୪୪୭୩ଜଣ (ଜାନୁୟାରୀରୁ ଡିସେମ୍ବର)ଙ୍କ ଶବ ସଂସ୍କାର ହୋଇଥିବାବେଳେ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଯଥାକ୍ରମେ ୮୮,୯୭,୭୪,୩୬୦,୭୧୨ ଓ ୧୨୮୮ଜଣଙ୍କ ଶବ ସଂସ୍କାର ହୋଇଛି। ଏହି ଲୋକଙ୍କ ମଧ୍ୟରେ କେତେଜଣ କୋଭିଡ୍ ସଂକ୍ରମିତ ସେ ସମ୍ପର୍କରେ ବିଏମସି ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ଗତବର୍ଷ ସର୍ବାଧିକ କରୋନା ରୋଗୀ ଭୁବନେଶ୍ୱରର କିଛି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବିଏମସିକୁ ବିଭିନ୍ନ ହସ୍ପିଟାଲ ଦ୍ୱାରା ଦିଆଯାଇଥିବା ମୃତ୍ୟୁ ରିପୋର୍ଟ ଅନୁସାରେ, ଗତବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ମାସ ମଧ୍ୟରେ ସର୍ବାଧିକ ୧୧୯୮ଜଣଙ୍କ ମୃତ୍ୟୁ ସମ୍ ହସ୍ପିଟାଲରେ ହୋଇଥିବାବେଳେ ଏହି ଅବଧି ମଧ୍ୟରେ କିମ୍ସ ହସ୍ପିଟାଲରେ ୮୨୩ଜଣ, ଆମ୍ରି ହସ୍ପିଟାଲରେ ୪୨୨ଜଣ, ହାଇଟେକ୍ ହସ୍ପିଟାଲରେ ୪୧୨ଜଣ, କଳିଙ୍ଗ ହସ୍ପିଟାଲରେ ୧୪୭ଜଣ, ବିବେକାନନ୍ଦ ହସ୍ପିଟାଲରେ ୧୩୩ଜଣ, ନୀଳାଚଳ ହସ୍ପିଟାଲରେ ୧୦୪ଜଣ ଏଭଳି ମୋଟ ୩୨୪୪ଜଣଙ୍କ ମୃତ୍ୟୁ ହୋଇଛି ଓ ସେମାନଙ୍କୁ ସମସ୍ତଙ୍କୁ ମୃତ୍ୟୁ ସାର୍ଟିଫିକେଟ୍ ବିଏମସି ପକ୍ଷରୁ ପ୍ରଦାନ କରାଯାଇଛି।

ତେବେ ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡ ଅନୁସାରେ, ଅକ୍ଟୋବର ୫ତାରିଖ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମିତ ହୋଇ ମୋଟ ୯୨୪ଜଣଙ୍କ ଜୀବନ ଯାଇଥିବାବେଳେ ୨୦୨୦ ଡିସେମ୍ବର ଶେଷସୁଦ୍ଧା ତାହା ୧୮୬୪ ରହିଥିଲା। ଯଦିଓ ବିଏମସିର ତଥ୍ୟ ଅନୁସାରେ କେବଳ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସତ୍ୟନଗର ମଶାଣିରେ ୨ହଜାର ଲୋକଙ୍କ ଶବ ସଂସ୍କାର ହୋଇଛି। ରାଜ୍ୟରେ କରୋନାର ଭୟାବହତା ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଶୀର୍ଷରେ ଥିବାବେଳେ ଏହି ମୃତ୍ୟୁର ତଥ୍ୟ ହିଁ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଯଦି କେବଳ ଗୋଟିଏ ମଣାଣି ବା ବିଏମସି ଅଂଚଳରେ ଏତେ ସଂଖ୍ୟକ ମୃତ୍ୟୁ ହୋଇଛି ତା’ହେଲେ ରାଜ୍ୟର ଅନ୍ୟ ଭାଗରେ କେତେ ଲୋକ ପ୍ରାଣ ଯେ ହରାଇଥିବେ ତାହା ସହଜରେ ଅନୁମେୟ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବି ବହୁ ସଂଖ୍ୟାରେ କୋଭିଡ୍ ରୋଗୀ ପ୍ରାଣ ହରାଉଛନ୍ତି। ରାଜ୍ୟରେ ଯଦି କୋଭିଡ୍ ମୃତ୍ୟୁ ହାର ଦୈନିକ ୧୫ରୁ ୧୭ ମଧ୍ୟରେ ରହୁଛି ତା’ହେଲେ ଭୁବନେଶ୍ୱରରେ ଆଉ ଗୋଟିଏ ମଶାଣି ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ପାଇଁ ସରକାର କାହିଁକି ଲାଗିପଡ଼ିଛନ୍ତି। ବେସରକାରୀ ଭାବେ କୁହାଯାଇଛି ଯେ, ଭୁବନେଶ୍ୱରର ସତ୍ୟନଗର ମଶାଣିରେ ଦୈନିକ ପ୍ରାୟ ୩୦ଜଣ କୋଭିଡ୍ ସଂକ୍ରମିତଙ୍କ ଶବ ପୋଡ଼ା ଯାଉଥିଲାବେଳେ କଟକ ସହରରେ ମଧ୍ୟ ୩୦ରୁ ୪୦ଜଣଙ୍କ ଶବ ଦାହ କରାଯାଉଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ଅନୁରୂପ ସ୍ଥିତି। ଗତବର୍ଷ ବହୁ ଲୋକ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ବୋଲି ସୂଚନା ଅଧିକାର ଆଇନର ତଥ୍ୟରୁ ସ୍ପଷ୍ଟ ହୋଇଯାଇଛି। ତଥ୍ୟ ଲୁଚେଇବା, ଗଣମାଧ୍ୟମରେ ମିଛ ଖବର କରାଇବା ହେଉଛି ରାଜ୍ୟ ଅମଲାମାନଙ୍କର ଚରିତ୍ର । କେବଳ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ଭାବମୂର୍ତ୍ତି ପାଇଁ ଏହି ମିଛ ପ୍ରଚାର କରାଯାଉଛି ବା ତଥ୍ୟକୁ ଚପାଇ ଦିଆଯାଉଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story