ଅଗଷ୍ଟରେ ସବୁ ଶନିବାର ସରକାରୀ ଅଫିସ୍‌ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସରକାରୀ ଅଫିସ ଓ କର୍ମଚାରୀଙ୍କ ପାଇଁ ଅଗଷ୍ଟ ମାସ ନିମନ୍ତେ ଆଜି ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ବନ୍ଦ ରହିବ। ଏହାସହିତ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ […]

social distance office

Manoranjan Sial
  • Published: Friday, 31 July 2020
  • , Updated: 31 July 2020, 07:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସରକାରୀ ଅଫିସ ଓ କର୍ମଚାରୀଙ୍କ ପାଇଁ ଅଗଷ୍ଟ ମାସ ନିମନ୍ତେ ଆଜି ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ବନ୍ଦ ରହିବ। ଏହାସହିତ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ ମାସରେ ସମସ୍ତ ବିଭାଗ ଓ ଅଧସ୍ତନ ଦପ୍ତରରେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ମିଶାଇ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ କରିବାକୁ କୁହାଯାଇଛି। ସରକାରୀ କାର୍ଯ୍ୟ ଯେଭଳି ପ୍ରଭାବିତ ନହେବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରର କେଉଁ କର୍ମଚାରୀ ଅଫିସରେ ରୋଷ୍ଟର ଡ୍ୟୁଟି କରିବେ ତାହା ସମ୍ପୃକ୍ତ ଦପ୍ତରର ମୁଖ୍ୟ ନିର୍ଦ୍ଧାରଣ କରିବେ। ତେବେ ଜରୁରୀ ସେବା ପ୍ରଦାନ କରୁଥିବା କାର୍ଯ୍ୟାଳୟ ଯଥା ଏସଆରସି ଓ ଓସଡ଼ମା ଦପ୍ତର, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସପାଲ ସେବା ଆଦି ଯୋଗାଉଥିବା ଅଫିସଗୁଡ଼ିକ ପୂର୍ଣ୍ଣ କର୍ମଚାରୀ ସହ କାର୍ଯ୍ୟ କରିବ।

ଯେଉଁ ଅଫିସର ଓ କର୍ମଚାରୀଙ୍କୁ ଭିପିଏନ୍ ସୁବିଧା ଦିଆଯାଇଛି ସେମାନେ ରୋଷ୍ଟର ଡ୍ୟୁଟି ନଥିବାବେଳେ ଘରେ ରହି କାମ କରିପାରିବେ। ଅଫିସରେ କୌଣସି ଜରୁରୀ କାର୍ଯ୍ୟ ପଡ଼ିଲେ ସ୍ୱଳ୍ପ ଅବଧିର ସୂଚନାରେ ସେମାନଙ୍କୁ ଅଫିସ ଆସିବାକୁ ପଡ଼ିବ। ସମସ୍ତ ସରକାରୀ କର୍ମଚାରୀ କୋଭିଡ୍ ନିମନ୍ତେ ରାଜ୍ୟ ସରକାର ଜାରି କରୁଥିବା ନିୟମ ଓ ଗାଇଡଲାଇନ୍‌କୁ ନିଶ୍ଚିତ ଭାବେ ପାଳନ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Related story