ସ୍ୱାସ୍ଥ୍ୟ ସେବାରେ ଫାଇଭ-ଟି: ଜିଲ୍ଲାପାଳଙ୍କଠୁ ଥାନା ଅଧିକାରୀଙ୍କୁ ବଣ୍ଟାଗଲା ଦାୟିତ୍ୱ, କରିବେ ତଦାରଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ମହାମାରୀ ସଂକ୍ରମଣର ମୁକାବିଲା ଓ କେତେକ ସ୍ଥାନରେ ସ୍ୱାସ୍ଥ୍ୟସେବା ଅଭାବର ଅଭିଯୋଗ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଫାଇଭ-ଟି ନୀତି ଅବଲମ୍ବନ କରି ଗୁଣାତ୍ମକ ମାନର ଚିକିତ୍ସା ସୁବିଧା ଯୋଗାଇ ରୋଗୀ ସନ୍ତୁଷ୍ଟିକରଣ ମାଧ୍ୟମରେ ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ସଂସ୍କାର ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସ୍ୱାସ୍ଥ୍ୟ ସେବା ସହ ସିଧାସଳଖ ଜଡ଼ିତ ନଥିବା ଜିଲ୍ଲା ଓ ବ୍ଲକସ୍ତରର ଅଧିକାରୀମାନଙ୍କୁ ଚିକିତ୍ସା […]

covid

covid

Ordigital Desk
  • Published: Thursday, 29 April 2021
  • Updated: 29 April 2021, 09:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ମହାମାରୀ ସଂକ୍ରମଣର ମୁକାବିଲା ଓ କେତେକ ସ୍ଥାନରେ ସ୍ୱାସ୍ଥ୍ୟସେବା ଅଭାବର ଅଭିଯୋଗ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଫାଇଭ-ଟି ନୀତି ଅବଲମ୍ବନ କରି ଗୁଣାତ୍ମକ ମାନର ଚିକିତ୍ସା ସୁବିଧା ଯୋଗାଇ ରୋଗୀ ସନ୍ତୁଷ୍ଟିକରଣ ମାଧ୍ୟମରେ ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ସଂସ୍କାର ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସ୍ୱାସ୍ଥ୍ୟ ସେବା ସହ ସିଧାସଳଖ ଜଡ଼ିତ ନଥିବା ଜିଲ୍ଲା ଓ ବ୍ଲକସ୍ତରର ଅଧିକାରୀମାନଙ୍କୁ ଚିକିତ୍ସା ସେବା ଓ ରୋଗୀଙ୍କ ତୁଷ୍ଟୀକରଣ ଉପରେ ଗୁରୁତ୍ୱ ଦେବା ପାଇଁ ଆଜି ଦାୟିତ୍ୱ ବଣ୍ଟନ କରିଛନ୍ତି। ଏଣିକି ରୋଗୀଙ୍କ ସନ୍ତୁଷ୍ଟିକରଣ, ଅଭିଯୋଗ ସମାଧାନ ଏବଂ ମୋ’ସରକାର ଫିଡବ୍ୟାକକୁ ଗୁରୁତ୍ୱ ଦିଆଯିବ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରାଙ୍କ ମିଳିତ ଦସ୍ତଖତରେ ଆଜି ଜାରି ନିର୍ଦ୍ଦେଶନାମା ଅନୁସାରେ, ସ୍ୱାସ୍ଥ୍ୟ ସେବା କେବଳ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ଅଧିକାରୀମାନଙ୍କର ଦାୟିତ୍ୱ ନୁହେଁ। ଏଥିରେ ସବୁ କ୍ଷେତ୍ରର ମିଳିତ ସହଯୋଗର ଆବଶ୍ୟକତା ରହିଛି। ସାନିଟାଇଜେସନ, ନ୍ୟୁଟ୍ରିସନ୍ ଓ ସ୍ୱଚ୍ଛ ପାନୀୟ ଜଳ ଆଦି ସହ ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ମାଧ୍ୟମରେ ସାମଗ୍ରିକ ସ୍ୱାସ୍ଥ୍ୟ ସେବା ପ୍ରଦାନର ଲକ୍ଷ୍ୟକୁ ହାସଲ କରିହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଭାବୀ ଢଙ୍ଗରେ ସ୍ୱାସ୍ଥ୍ୟ ସେବା ପ୍ରଦାନକୁ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ସ୍ୱାସ୍ଥ୍ୟ ସେବାର ପ୍ରତ୍ୟେକଟି ସ୍ତରରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହେବାର ଆବଶ୍ୟକତା ରହିଛି ।

ଯଦିଓ ପୂର୍ବରୁ ଜିଲ୍ଲା ସ୍ୱାସ୍ଥ୍ୟ ସୋସାଇଟି ଓ ରୋଗୀ କଲ୍ୟାଣ ସମିତି ମାଧ୍ୟମରେ ଜିଲ୍ଲାସ୍ତରର ବରିଷ୍ଠ ଅଧିକାରୀମାନେ ସ୍ୱାସ୍ଥ୍ୟ ସେବା ସହ ସାମିଲ ରହୁଛନ୍ତି। କିନ୍ତୁ ଏଣିକି ସବୁ ଆଗଧାଡ଼ିର ବିଭାଗର ଅଧିକାରୀମାନଙ୍କୁ ସକ୍ରିୟ ଭାବେ ସାମିଲ କରି ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲା ପ୍ରଶାସନର ଏହି ଅଧିକାରୀମାନଙ୍କୁ ନିୟମିତ ଭାବେ ବିଭିନ୍ନସ୍ତରରେ ସ୍ୱାସ୍ଥ୍ୟ ସେବା ତଦାରଖ କରିବା ପାଇଁ ଆଜି ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ମଧ୍ୟ ସ୍ୱାସ୍ଥ୍ୟ ସେବାରେ ଜିଲ୍ଲାସ୍ତରର କେଉଁ ଅଧିକାରୀ କ’ଣ ସବୁ ଭୂମିକା ତୁଲାଇବେ ତାହା ଉଲ୍ଲେଖ ରହିଛି।

ଜିଲ୍ଲାପାଳ ଓ ପୁଲିସ ଏସପିଙ୍କ ଦାୟିତ୍ୱରେ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲ(ଡିଏଚଏଚ) ରହିଥିବାବେଳେ ସବ୍‌ଡିଭିଜନ ହସ୍ପିଟାଲ ଦାୟିତ୍ୱରେ ସବକଲେକ୍ଟର ଓ ଏସଡିପିଓ ରହିବେ । ସେହିପରି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସମନ୍ୱିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ସ୍ଥାନୀୟ ବିଡିଓ ଓ ଥାନା ଅଧିକାରୀ ରହିବେ।

ଏହି ସବୁ ଅଧିକାରୀମାନେ ନିୟମିତ ଭାବେ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ଲାଇନ ବିଭାଗର ଅଧିକାରୀମାନଙ୍କୁ ଧରି ହସ୍ପିଟାଲ ପରିଚାଳନାକୁ ନେଇ ସମୀକ୍ଷା, ତଦାରଖ ଓ ତା’ର ବିକାଶ କାର୍ଯ୍ୟ କରିବେ । ସରକାରଙ୍କ ପ୍ରମୁଖ ଯୋଜନା ଯଥା- ମାଗଣା ଔଷଧ, ମାଗଣା ପରୀକ୍ଷା, , ଡାଏଲେସିସ୍ ସେବା, ବିଏସକେୱାଇ ଯୋଜନାର ତଦାରଖ ସହ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ଅନ୍ତର୍ଗତ ଅର୍ଥ ବଣ୍ଟନ କରାଯାଉଛି କି ନାହିଁ ତାହା ଦେଖିବେ ।

ସେହିପରି ହସ୍ପିଟାଲରେ ପରିଚ୍ଛନ୍ନତା, ଲଣ୍ଡ୍ରିଂ ସର୍ଭିସ, ସିକ୍ୟୁରିଟି, ଡାଏଟ୍‌, ଆମ୍ବୁଲାନ୍ସ ସେବା, କାୟାକଳ୍ପ, ଲକ୍ଷ୍ୟ, ଏନକ୍ୟୁଏଏସ୍ ଆଦି ଗୁଣାତ୍ମକ ମାନ ପ୍ରମାଣୀକରଣର ଆକଳନ, ଜାରି ରହିଥିବା କାର୍ଯ୍ୟର ଅଗ୍ରଗତି ଓ ଭିତ୍ତିଭୂମି ଆବଶ୍ୟକତା, ଜିଲ୍ଲା ହସ୍ପିଟାଲରେ ୧୭ ପ୍ରକାରର, ସବଡିଭିଜନ ହସ୍ପିଟାଲରେ ୮ ପ୍ରକାରର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ପ୍ରକାରର ସ୍ପେଶାଲିଷ୍ଟ ଚକିତ୍ସା ସେବା ଉପଲବ୍ଧ କରାଯିବ। ଜିଲ୍ଲା ସ୍ୱାସ୍ଥ୍ୟ ସୋସାଇଟି ଓ ରୋଗୀକଲ୍ୟାଣ ସମିତିର ନିୟମିତ ବୈଠକ କରିବା, ଜିଲ୍ଲାସ୍ତରରେ ଅନ୍ୟ ଯେକୌଣସି ପାଣ୍ଠିରୁ ସମ୍ବଳ ସଂଗ୍ରହ,ସ୍ୱାସ୍ଥ୍ୟ ସେବାରେ ଆଇନଶୃଙ୍ଖଳା ସ୍ଥିତିର ପରିଚାଳନା ଆଦି କାର୍ଯ୍ୟ ଏହି ଜିଲ୍ଲାସ୍ତରର ଅଧିକାରୀମାନେ ଏଣକି ହସ୍ପିଟାଲଗୁଡ଼ିକ ସହ ମିଶି କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos