ଭ୍ରମାତ୍ମକ ତଥ୍ୟ ନଦେଇ ଇକ୍‌ମୋ ଚିକିତ୍ସା ଖର୍ଚ୍ଚ ସରକାର ଦିଅନ୍ତୁ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ନେଇ ଭ୍ରମାତ୍ମକ ତଥ୍ୟ ନଦେଇ ରାଜ୍ୟ ସରକାର କୋଭିଡ୍ ମୃତ୍ୟୁର ସଠିକ୍ ତଥ୍ୟ ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ। ଏହାସହିତ ଇକମୋ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, ଏବେ ରାଜ୍ୟରେ ଇକ୍‌ମୋ ମେସିନ ନଥିବାରୁ […]

pradeep-majhi

pradeep-majhi

Ordigital Desk
  • Published: Saturday, 12 June 2021
  • Updated: 12 June 2021, 10:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ନେଇ ଭ୍ରମାତ୍ମକ ତଥ୍ୟ ନଦେଇ ରାଜ୍ୟ ସରକାର କୋଭିଡ୍ ମୃତ୍ୟୁର ସଠିକ୍ ତଥ୍ୟ ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ। ଏହାସହିତ ଇକମୋ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, ଏବେ ରାଜ୍ୟରେ ଇକ୍‌ମୋ ମେସିନ ନଥିବାରୁ ବହୁ କରୋନା ରୋଗୀ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଛନ୍ତି। ରାଜ୍ୟ ବାହାରେ ଏହି ଇକ୍‌ମୋ ଚିକିତ୍ସା ବହୁତ ବ୍ୟୟବହୁଳ ଯାହାକୁ ଭରଣା କରିବା ସାଧାରଣ ବର୍ଗର ରୋଗୀଙ୍କ ପାଇଁ ସମ୍ଭବ ନୁହେଁ। ଏବେ ଅମ୍ରିତ ପ୍ରଧାନ, ଦୀପକ ଦାସ, ଦିବ୍ୟରଞ୍ଜନ, ଅଭିଷେକ ମହାପାତ୍ର, ସଂଗ୍ରାମ ଜେନାଙ୍କ ଭଳି ଯୁବକମାନେ ବାହାର ରାଜ୍ୟକୁ ଯାଇଁ ଚିକିତ୍ସିତ ହେଉଛନ୍ତି। ସମୀର ପ୍ରଧାନ ଓ ଅନେକ ଯୁବକ ଇକ୍‌ମୋ ମେସିନ ଅଭାବରୁ ଜୀବନ ବଂଚାଇବା ପାଇଁ ସଂଘର୍ଷ କରୁଛନ୍ତି। ତୁରନ୍ତ ସରକାର ସେମାନଙ୍କୁ ବାହାରକୁ ପଠାଇବା ବ୍ୟବସ୍ଥା କରିବା ସହ ଏଭଳି ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ କଂଗ୍ରେସ ଅନୁରୋଧ କରୁଛି।

ଶ୍ରୀ ମାଝୀ କହିଛନ୍ତି ଯେ, ଏବେ କରୋନା ଅନେକ ଯୁବକଙ୍କର ଜୀବନ ନେବାରେ ଲାଗିଛି । କରୋନା ମହାମାରୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର ସୁବା ରେଡ଼ି, ଜଷ୍ଟିସ ସାହାଙ୍କୁ ନେଇ ଗଠନ କରିଥିବା ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଭାରତର ସମ୍ବିଧାନ ଅନୁଛେଦ-୨୧ ଅନୁସାରେ ସ୍ୱାସ୍ଥ୍ୟ ହେଉଛି ମୌଳିକ ଅଧିକାର।

ରୋଗୀଙ୍କୁ ମହାମାରୀ ସମୟରେ ସୁଲଭ ମୂଲ୍ୟରେ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଧାନ ଦାୟିତ୍ୱ। ତେଣୁ ସୁପ୍ରିମକୋର୍ଟଙ୍କୁ ସମ୍ମାନ ଜଣାଇ ଲୋକଙ୍କ ଜୀବନ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଓ ମାନବିକତାର ହାତ ବଢ଼ାନ୍ତୁ ବୋଲି ଶ୍ରୀ ମାଝୀ ନିବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କର ଟୀକାକରଣ ନୀତିକୁ କଟାକ୍ଷ କରି ଶ୍ରୀ ମାଝୀ କହିଛନ୍ତି ଯେ ଚଳିତ ମାସ ୮ ତାରିଖରେ ୭୪ କୋଟି ଟୀକା ପାଇଁ କେନ୍ଦ୍ର ସରକାର ଅର୍ଡର କରିଛନ୍ତି। ତା’ର ଅର୍ଥ ହେଲା ଗତ ୮ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଟିକା ପ୍ରସ୍ତୁତି ପାଇଁ ସେମିତି ପଦକ୍ଷେପ ନେଇନଥିଲେ। ସୁପ୍ରିମକୋର୍ଟର ତାଗିଦ ଏବଂ ବିରୋଧୀ ଦଳମାନଙ୍କର ଦାବି ଫଳରେ ବାଧ୍ୟ ହୋଇ ଏହି ଅର୍ଡ଼ର କରିଛନ୍ତି।

ସେହିପରି ପିସିସି ମୁଖପାତ୍ର ସୁଦର୍ଶନ ଦାସ ରାଜ୍ୟ ସରକାରଙ୍କ କୋଭିଡ଼ ମୃତ୍ୟୁକୁ ନେଇ ମିଥ୍ୟା ତଥ୍ୟ ଉପରେ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ୩୨୫୭ ଜଣ କରୋନାରେ ମୃତ୍ୟୁ ହୋଇଛି। କିନ୍ତୁ ରାଜ୍ୟରେ ମଶାଣିଗୁଡ଼ିକରେ ହିସାବ ଖାତାଗୁଡ଼ିକୁ ଦେଖିଲେ, ତାହା ବହୁଗୁଣ କରିବ ଏବଂ ସରକାର ମିଛ କହୁଛନ୍ତି। ଗତ ମେ ୧ ରୁ ୧୫ ତାରିଖ ଭିତରେ ଭୁବନେଶ୍ୱରର ସତ୍ୟନଗର ମଶାଣି ଓ କଟକର ସତୀଚଉରା ମଶାଣିରେ ଯଥାକ୍ରମେ ୬୫୦ ଓ ୪୬୦ ଜଣଙ୍କ ଶବ ଦାହ ହୋଇଥିଲା। ମାତ୍ର ସେହି ସମୟରେ ରାଜ୍ୟ ସରକାରଙ୍କ କରୋନା ମୁତ୍ୟୁ ସଂଖ୍ୟା ମାତ୍ର ୩୯୫ ଦର୍ଶା ଯାଇଥିଲା।

ଗତବର୍ଷ ସେପ୍ଟେମ୍ବର ମାସରେ କେବଳ ସତ୍ୟନଗର ମଶାଣିରେ ୧୨୮୮ ଟି ଜୁଇ ଜଳିବାର ଆରଟିଆଇ ରିପୋର୍ଟରେ ତଥ୍ୟ ହସ୍ତଗତ ହୋଇଛି। ମାତ୍ର ସେହି ମାସରେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ମାତ୍ର ୯୫ ଜଣ କରୋନାରେ ମରିଥିଲେ ବୋଲି ଦର୍ଶାଇଥିଲେ। ବାସ୍ତବରେ ସରକାର ସତ୍ୟକୁ ଲୁଚାଇଛନ୍ତି ଏବଂ ପ୍ରକୃତ କରୋନା ମୃତ୍ୟୁ ସଂଖ୍ୟାକୁ ଲୋକଙ୍କୁ ଜଣାଇନାହାନ୍ତି। ଏହା ଏକ ଅପରାଧ ଏବଂ ତଥ୍ୟ ଲୁଚାଇବା ବା ଚାପ ଦେବା ଆଉ ଏକ ବିପର୍ଯ୍ୟୟର କାରଣ ହୋଇଥାଏ। ତେଣୁ ପ୍ରତ୍ୟେକ ମୃତ କୋଭିଡ୍ ରୋଗୀଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ସରକାର ଦିଅନ୍ତୁ ବୋଲି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story