ଘରୋଇ ହସ୍ପିଟାଲରେ ସରକାରୀ କୋଭିଡ୍ ଟିକା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ ଆଉ ସରକାର କିଣୁଥିବା କୋଭିଡ୍ ଟିକା ଉପଲବ୍ଧ ହେବ ନାହିଁ। ଏପରିକି ହସ୍ପିଟାଲଗୁଡ଼ିକୁ ଆଉ ସରକାରୀ କୋଭିଡ୍ ଟିକା ଯୋଗାଣ କରାଯିବ ନାହିଁ ଓ ଯାହା ସେମାନଙ୍କୁ ଦିଆଯାଇଛି ତାକୁ ତୁରନ୍ତ ଫେରସ୍ତ ଆଣିବା ପାଇଁ ରାଜ୍ୟ ସରକାର ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା […]

vaccine

vaccine

Ordigital Desk
  • Published: Thursday, 24 June 2021
  • Updated: 24 June 2021, 09:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ ଆଉ ସରକାର କିଣୁଥିବା କୋଭିଡ୍ ଟିକା ଉପଲବ୍ଧ ହେବ ନାହିଁ। ଏପରିକି ହସ୍ପିଟାଲଗୁଡ଼ିକୁ ଆଉ ସରକାରୀ କୋଭିଡ୍ ଟିକା ଯୋଗାଣ କରାଯିବ ନାହିଁ ଓ ଯାହା ସେମାନଙ୍କୁ ଦିଆଯାଇଛି ତାକୁ ତୁରନ୍ତ ଫେରସ୍ତ ଆଣିବା ପାଇଁ ରାଜ୍ୟ ସରକାର ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ୧୮ରୁ ୪୪ବର୍ଷ ବୟସର ଲୋକଙ୍କ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ ପାଇଁ ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡ଼ିକରେ ସରକାରୀ କୋଭିଡ୍ ଟିକାକରଣ କେନ୍ଦ୍ର ଖୋଲିଥିଲେ। ସେଠାରେ ରାଜ୍ୟ ସରକାର କ୍ରୟ କରିଥିବା କୋଭିଡ୍ ଟିକାକୁ ବଣ୍ଟନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମେ’ ୮ତାରିଖରେ ରାଜ୍ୟ ସରକାର ଏନେଇ ନିର୍ଦ୍ଦେଶନାମା ଜାରି କରିବା ସହ ୧୫୦ଟଙ୍କା ୟୁଜର୍ସ ଫି’ ଦେଇ ଘରୋଇ ହସ୍ପିଟାଲରେ ସାଧାରଣ ଲୋକେ ଏହି ସରକାରୀ କୋଭିଡ୍ ଟିକା ଦେଇପାରିବେ ବୋଲି କହିଥିଲେ।

ମାତ୍ର ଏବେ ସଂଶୋଧିତ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଅନୁସାରେ, ୧୮ବର୍ଷ ବୟସରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କ ପାଇଁ କୋଭିଡ୍ ଟିକା ଏଣିକି ଭାରତ ସରକାର ଯୋଗାଣ କରିବେ। ଏଣୁ ଏହି କାରଣରୁ ଘରୋଇ ହସ୍ପିଟାଲଗୁଡ଼ିକୁ ଯୋଗାଣ କରାଯାଉଥିବା କୋଭିଡ୍ ଟିକା ଯୋଗାଣକୁ ତୁରନ୍ତ ବନ୍ଦ କରିବା ସହ ଯଦି ଘରୋଇ ହସ୍ପିଟାଲରେ ଟିକା ଗଚ୍ଛିତ ଅଛି ତାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଘରୋଇ ହସ୍ପିଟାଲଗୁଡ଼ିକ ଟିକାକରଣ ପାଇଁ ଇଚ୍ଛୁକ ଥିବେ ସେମାନେ ସିଧାସଳଖ ଉତ୍ପାଦନକାରୀ କମ୍ପାନୀଠୁ ଟିକା କ୍ରୟ କରି ଦେଇପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ରାଜ୍ୟ ସରକାର ନିଜେ ଟିକା କିଣି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଘରୋଇ ହସ୍ପିଟାଲଗୁଡ଼ିକରେ ଟିକାକରଣ କେନ୍ଦ୍ର ଖୋଲିବା ନିମନ୍ତେ ଆବଶ୍ୟକ ଗାଇଡଲାଇନ୍ ମଧ୍ୟ ରାଜ୍ୟ ସରକାର ଜାରି କରିଥିଲେ। ମାତ୍ର ଟିକା କ୍ରୟ ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରକୁ ଗତକାଲି ରଦ୍ଦ କରିଛନ୍ତି। ଜୁନ୍ ୨୧ରୁ ଭାରତ ସରକାର ଦେଇଥିବା ଟିକାରେ ରାଜ୍ୟରେ ମାଗଣା ଟିକାକରଣ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story