ସେବାରେ ଖୁସି ହୋଇ କର୍ମଚାରୀଙ୍କ ଗାଁକୁ ଗଲେ ରାଜ୍ୟପାଳ

ଭୁବନେଶ୍ୱର/ଯାଜପୁର(ପ୍ରକାଶ/ଗୁଲାମ ଗସ୍‌): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜଭବନରେ ନର୍ସ ଭାବେ କାର୍ଯ୍ୟରତ ସାଗରିକ ବେହେରାଙ୍କ ସେବାରେ ଖୁସି ହୋଇ ଆଜି ତାଙ୍କ ପୈତୃକ ଗାଁକୁ ବୁଲି ଯାଇଥିଲେ। ସାଧାରଣ ଲୋକ ଓ ନିଜ କର୍ମଚାରୀଙ୍କ ସହ ଯୋଡ଼ି ହେବାର ରାଜ୍ୟପାଳଙ୍କ ଏଭଳି ଆଭିମୁଖ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି। ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ବାଲେଶ୍ୱର ଯିବା ସମୟରେ ଯାଜପୁର ଜିଲ୍ଲାର ରସଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ନିକଟସ୍ଥ ଖଇରାବାଦ […]

Governor

Governor

Ordigital Desk
  • Published: Monday, 11 July 2022
  • Updated: 11 July 2022, 10:17 PM IST

Sports

Latest News

ଭୁବନେଶ୍ୱର/ଯାଜପୁର(ପ୍ରକାଶ/ଗୁଲାମ ଗସ୍‌): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜଭବନରେ ନର୍ସ ଭାବେ କାର୍ଯ୍ୟରତ ସାଗରିକ ବେହେରାଙ୍କ ସେବାରେ ଖୁସି ହୋଇ ଆଜି ତାଙ୍କ ପୈତୃକ ଗାଁକୁ ବୁଲି ଯାଇଥିଲେ। ସାଧାରଣ ଲୋକ ଓ ନିଜ କର୍ମଚାରୀଙ୍କ ସହ ଯୋଡ଼ି ହେବାର ରାଜ୍ୟପାଳଙ୍କ ଏଭଳି ଆଭିମୁଖ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି।

ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ବାଲେଶ୍ୱର ଯିବା ସମୟରେ ଯାଜପୁର ଜିଲ୍ଲାର ରସଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ନିକଟସ୍ଥ ଖଇରାବାଦ ଗାଁକୁ ଯାଇଥିଲେ। ସେହି ଗାଁର ଝିଅ ସାଗରିକ ବେହେରା ଏବେ ରାଜଭବନରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି। ସାଗରିକଙ୍କ କାର୍ଯ୍ୟ ଓ ସେବାରେ ଖୁସି ହୋଇ ତାଙ୍କ ପିତାମାତାଙ୍କୁ ଭେଟିବାକୁ ରାଜ୍ୟପାଳ ଆଗ୍ରହ ବ୍ୟକ୍ତ କରିଥିଲେ।

[caption id="attachment_748337" align="aligncenter" width="650"]Governor ସାଗରିକାଙ୍କ ପରିବାର ଲୋକଙ୍କ ଗହଣରେ ରାଜ୍ୟପାଳ[/caption]

ଆଜି ବାଲେଶ୍ୱର ଯିବା ବାଟରେ ସକାଳ ପ୍ରାୟ ୮ଟା ୫୦ମିନିଟରେ ଖଇରାବାଦ ଗାଁ’ରେ ଥିବା ସାଗରିକଙ୍କ ଘରକୁ ଯାଇଥିଲେ। ସାଗରିକାଙ୍କ ପରିବାର ପକ୍ଷରୁ ରାଜ୍ୟପାଳଙ୍କୁ ସ୍ୱାଗତ କରାଯାଇଥିଲା। ସେଠାରେ ପଇଡ଼ ପାଣି ପିଇବା ସହ ସାଗରିକଙ୍କ ପିତା ଗୋପିନାଥ ବେହେରା ଓ ପରିବାର ସଦସ୍ୟଙ୍କ ସହ କିଛି ସମୟ ବିତାଇଥିଲେ। ସେହି ଗାଁର ଶିଳ୍ପୀ ବିଶ୍ୱନାଥ ମହାରଣା ଏହି ଅବସରରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଦ୍ୱାରା ପ୍ରସ୍ତୁତ ଏକ କଠଉ ଉପହାର ସ୍ୱରୂପ ଦେଇଥିଲେ। ରାଜ୍ୟପାଳଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ରାଜ୍ୟପାଳଙ୍କ ଗସ୍ତ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାଗରିକ କହିଛନ୍ତି ଯେ, ତାଙ୍କ ସେବାରେ ଖୁସି ହୋଇ ତାଙ୍କ ଘରକୁ ଆସିବା ପାଇଁ ରାଜ୍ୟପାଳ ଥରେ ତାଙ୍କୁ କହିଥିଲେ । ସେହି କଥା ରକ୍ଷା କରି ରାଜ୍ୟପାଳ ଆସିଥିବାରୁ ସେ ଅତ୍ୟନ୍ତ ଖୁସି । ରାଜ୍ୟପାଳଙ୍କ ଗସ୍ତ ତାଙ୍କ ଗାଁ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story