ଗୋବିନ୍ଦ ସାହୁଙ୍କ ଝିଅଙ୍କ ଅଡିଓ ଭାଇରାଲ- ମୋ’ ବାପାଙ୍କ ଶେଷ ଚିଠି ପାଇବାକୁ ମୁଁ ହକଦାର

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ରହସ୍ୟଜନକ ମୃତ୍ୟୁର ପ୍ରାୟ ୧୫ ଦିନ ପରେ ତାଙ୍କ ହାତଲେଖା ଚିଠିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ଜେଲ୍‌ରେ ଥିବା ବେଳେ ମୃତ୍ୟୁ ପୂର୍ବରୁ ନିଜ ଝିଅ ଉଦ୍ଦେଶ୍ୟରେ ଉକ୍ତ ଚିଠି ଲେଖିଥିବା କୁହାଯାଉଛି। ଜେଲ୍ ଭିତରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହେବା ପରେ ଏହି ଚିଠି ସାମ୍ନାକୁ ଆସିଥିଲା। ଗୋବିନ୍ଦ ସାହୁଙ୍କ ଝିଅ […]

pic

pic

Niharika Rout
  • Published: Wednesday, 04 January 2023
  • Updated: 04 January 2023, 02:19 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ରହସ୍ୟଜନକ ମୃତ୍ୟୁର ପ୍ରାୟ ୧୫ ଦିନ ପରେ ତାଙ୍କ ହାତଲେଖା ଚିଠିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ଜେଲ୍‌ରେ ଥିବା ବେଳେ ମୃତ୍ୟୁ ପୂର୍ବରୁ ନିଜ ଝିଅ ଉଦ୍ଦେଶ୍ୟରେ ଉକ୍ତ ଚିଠି ଲେଖିଥିବା କୁହାଯାଉଛି। ଜେଲ୍ ଭିତରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହେବା ପରେ ଏହି ଚିଠି ସାମ୍ନାକୁ ଆସିଥିଲା। ଗୋବିନ୍ଦ ସାହୁଙ୍କ ଝିଅ ଉକ୍ତ ଚିଠି ପାଇବାକୁ ହକ୍‌ଦାର ବୋଲି କହିବା ସହ ତାହା ତାଙ୍କୁ ଦେବାକୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ କହୁଥିବାର ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ତଦନ୍ତ ଆଳରେ କ୍ରାଇମବ୍ରାଞ୍ଚ ଅଧିକାରୀ ଏହାକୁ ଏଡ଼େଇ ଦେଉଛନ୍ତି।

ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍‌ରେ ଥିବା ବେଳେ ଗତ ୨୦ ତାରିଖରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଉକ୍ତ ସମୟରେ ତାଙ୍କର ତନଖି ବେଳେ ଜ୍ୟାକେଟର ଭିତର ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ୍ ମିଳିଥିଲା। ଏହି ଏନଭଲପ୍ ଭିତରେ ଥିବା ଚିଠିଟି ତାଙ୍କ ବଡ଼ ଝିଅ ଉଦ୍ଦେଶ୍ୟରେ ଥିବା ବେଳେ ତାହା ୨ଟି ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି।

ଏନଭଲପ୍ ଉପରେ ବଡ଼ ଝିଅ ଲିପିକା ସାହୁ ମାର୍ଫତ ପତ୍ନୀ ସୁଷମା ସାହୁ ଲେଖାଯାଇଥିଲା। ହେଲେ ଏବେ ସୁଦ୍ଧା ଗୋବିନ୍ଦଙ୍କ ବଡ଼ ଝିଅ ଲିପିକାଙ୍କୁ ଏହି ଚିଠିଟି ମିଳି ପାରିନାହିଁ। କଣ୍ଟାବାଞ୍ଜି ପୁଲିସ ଏନଭଲପଟିକୁ ଜବତ କରି ତାକୁ ସିଲ୍‌ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ଏବେ ଉକ୍ତ ଚିଠିକୁ ପାଇବାକୁ ଜିଦ୍‌ ଧରି ବସିଛନ୍ତି ଲିପିକା।

ନିଜ ବାପା ତାଙ୍କ ଉଦ୍ଦେଶ୍ୟରେ ଶେଷ ଚିଠି ଲେଖିଥିବାରୁ ସେ ତାହା ପାଇବାକୁ ହକଦାର ବୋଲି କହିଛନ୍ତି। ଏପରିକି ଉକ୍ତ ଚିଠି ଖୋଲି ସେଥିରେ କ’ଣ ଲେଖାଯାଇଛି ତାହା ଦେଖାଇବାକୁ ବି କହୁଛନ୍ତି। ହେଲେ ତଦନ୍ତ ନାଁରେ ଏହାକୁ ଏଡ଼ାଇ ଦେଉଛି କ୍ରାଇମବ୍ରାଞ୍ଚ।

ଗୋବିନ୍ଦ ସାହୁଙ୍କ ଓଡ଼ିଆ ହାତ ଲେଖା ଉଣ୍ଡାଳିବାକୁ ଗତ ୨୪ ତାରିଖରେ କ୍ରାଇମବ୍ରାଞ୍ଚ ଟିମ୍‌ ମହାଲିଙ୍ଗ କଲେଜ ଓ ଗୋବିନ୍ଦ ସାହୁଙ୍କ ଘରକୁ ଯାଇଥିଲେ। ସେଠାକୁ ସେ କେବଳ ଗୋବିନ୍ଦ ସାହୁଙ୍କ ଓଡ଼ିଆ ହାତ ଲେଖା ଖୋଜିବାକୁ ଯାଇଥିଲେ। ଫଳରେ ତାହା ଗୋବିନ୍ଦ ସାହୁଙ୍କ ହାତଲେଖା ଚିଠି ନା ନାହିଁ ସ୍ପଷ୍ଟ ହୋଇପାରିବ। ମାତ୍ର ଉକ୍ତ ଚିଠି ସହ ତାଙ୍କ ହାତଲେଖା ମେଳ ନ ଖାଇଲେ ଏହା ଯୋଜନାବଦ୍ଧ ହତ୍ୟା ବୋଲି ବି ସନ୍ଦେହ ବଢ଼ିବ।

ମମିତା ମେହେର ହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଉଠିଥିଲା। ଏପରି ଏକ ସମ୍ବେଦନଶୀଳ ଘଟଣାର ଗୋବିନ୍ଦ ସାହୁ ଏକମାତ୍ର ଅଭିଯୁକ୍ତ ହୋଇଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ଜୋର ଧରିଛି ସସ୍‌ପେନ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story