ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଓ ପ୍ରୋଟୋକଲ ଜାରି କରିବାପରେ ଏବେ ପ୍ରମୁଖ ସରକାରୀ କୋଠାକୁ ସାନିଟାଇଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଅଗଷ୍ଟ ୨ତାରିଖ ମଧ୍ୟରେ ରାଜଭବନ ୪ଥର, ଲୋକସେବା ଭବନ ୫ଥର, ଖାରବେଳ ଭବନ ୪ଥର, ସୂଚନା ଓ ଲୋକସମ୍ପର୍କ ବିଭାଗ କୋଠା ୪ଥର, କୃଷିଭବନ ୪ଥର, ତୋଷାଳୀ ପ୍ଲାଜା ୩ଥର ଓ ବିଭାଗୀୟ ମୁଖ୍ୟ ଦପ୍ତର କୋଠାକୁ ୫ଥର ସାନିଟାଇଜ୍ କରାଯିବ। ଭୁବନେଶ୍ୱର ଅଗ୍ନିଶମ ଅଧିକାରୀ ଓ ଉପ ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଏହି ସାନିଟାଇଜ୍ କାର୍ଯ୍ୟ କରାଯିବ। ଏହି ସାନିଟାଇଜକୁ ଦୃଷ୍ଟିରେ ରଖି ସମସ୍ତ ଫାଇଲ ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଟେବୁଲ ଉପରେ ନରଖି ଆଲମିରା ଭିତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।